ଇତିହାସ ରଚିବ ଇସ୍ରୋ, ମହାକାଶକୁ ପଠାଇବ ୮ ନାନୋ ସାଟେଲାଇଟ୍‌

ନୂଆଦିଲ୍ଲୀ: ଆଜି ପୁଣି ଇତିହାସ ରଚିବ ଇସ୍ରୋ। ହାଇଦ୍ରାବାଦର ଶ୍ରୀହରିକୋଟା ସ୍ଥିତ ସତିଶ ଧୱନ ସ୍ପେସ ସେଣ୍ଟରରୁ ୧୧ଟି ସାଟେଲାଇଟ୍‌ର ଉତକ୍ଷେପଣ ହେବ। ଏହା ମଧ୍ୟରେ Oceansat-୩ ଓ ୮ ଟି ନାନୋ ସାଟୋଲାଇଟ୍ ରହିଛି। ଯେଉଁଥିରେ ଭୁଟାନର ଏକ ସାଟେଲାଇଟ୍ ମଧ୍ୟ ସାମିଲ୍ ଅଛି। ପିଏସଏଲବି ସି ୫୪ ରକେଟ୍ ସାହାଯ୍ୟରେ ସାଟେଲାଇଟ୍ ଗୁଡିକୁ ମହାକାଶକୁ ପଠାଯିବ। ଅପରାହ୍ନ ୧୧ ଟା ୫୬ ମିନିଟ୍ ସମୟରେ ଏହାର ଲଞ୍ଚ କରାଯିବ। ଏହି ସମ୍ପୂର୍ଣ୍ଣ ମିଶନ ପ୍ରାୟ […]

isro-pslv

Madhupriya Mistry
  • Published: Saturday, 26 November 2022
  • , Updated: 26 November 2022, 09:34 AM IST

ନୂଆଦିଲ୍ଲୀ: ଆଜି ପୁଣି ଇତିହାସ ରଚିବ ଇସ୍ରୋ। ହାଇଦ୍ରାବାଦର ଶ୍ରୀହରିକୋଟା ସ୍ଥିତ ସତିଶ ଧୱନ ସ୍ପେସ ସେଣ୍ଟରରୁ ୧୧ଟି ସାଟେଲାଇଟ୍‌ର ଉତକ୍ଷେପଣ ହେବ। ଏହା ମଧ୍ୟରେ Oceansat-୩ ଓ ୮ ଟି ନାନୋ ସାଟୋଲାଇଟ୍ ରହିଛି। ଯେଉଁଥିରେ ଭୁଟାନର ଏକ ସାଟେଲାଇଟ୍ ମଧ୍ୟ ସାମିଲ୍ ଅଛି। ପିଏସଏଲବି ସି ୫୪ ରକେଟ୍ ସାହାଯ୍ୟରେ ସାଟେଲାଇଟ୍ ଗୁଡିକୁ ମହାକାଶକୁ ପଠାଯିବ। ଅପରାହ୍ନ ୧୧ ଟା ୫୬ ମିନିଟ୍ ସମୟରେ ଏହାର ଲଞ୍ଚ କରାଯିବ।

ଏହି ସମ୍ପୂର୍ଣ୍ଣ ମିଶନ ପ୍ରାୟ ୨ ଘଣ୍ଟା ୨୦ ମିନିଟ୍ ଯାଏଁ ଚାଲିବ। ଏହି ସମୟରେ ପ୍ରାଇମେରୀ ସାଟେଲାଇଟ୍ ଓ ନାନୋ ସାଟେଲାଇଟ୍‌କୁ ଦୁଇଟି ଭିନ୍ନ ଭିନ୍ନ ସେଲର୍ ସନ୍‌କ୍ରୋନସ୍ ପୋଲର ଅର୍ବିଟସ୍‌ରେ ଲଞ୍ଚ କରାଯିବ। ଗତକାଲି ସଫଳ ଉତକ୍ଷେପଣ ପାଇଁ ଇସ୍ରୋ ଚେୟାରମେନ୍ ଏସ ସୋମନାଥ ନେଲୋରରେ ପୂଜାର୍ଚନା କରିଥିଲେ।

ସମୁଦ୍ର ଉପରେ ନଜର ରଖିବ ଏହି ସାଟେଲାଇଟ୍। ବାୟୁମଣ୍ଡଳ ଓ ସମୁଦ୍ର ବିଜ୍ଞାନର ଅଧ୍ୟୟନରେ ଏହି ସାଟେଲାଇଟ୍ ସାହାଯ୍ୟ କରିବ। ଏହି ଉପଗ୍ରହ ସାମୁଦ୍ରିକ ପାଣିପାଗର ପୂର୍ବାନୁମାନ କରିବାରେ ସକ୍ଷମ। ଏହା ଆମକୁ ସାମୁଦ୍ରିକ ଝଡ଼ର ମୁକାବିଲା କରିବାରେ ସାହାଯ୍ୟ କରିବ। ଯେକୌଣସି ଘୂର୍ଣ୍ଣିବଳୟର ଆଗମନ ପୂର୍ବରୁ ଏହି ଉପଗ୍ରହଗୁଡ଼ିକରୁ ସୂଚନା ପାଇ ହେବ।

ପିଏସଏଲଭିର ଏହା ଚଳିତ ବର୍ଷର ଫାଇନାଲ୍ ଲଞ୍ଚ। ଏହା ପୂର୍ବରୁ ଇସ୍ରୋ ସଫଳତାପୂର୍ବକ ଭାବରେ ଦେଶର ପ୍ରଥମ ପ୍ରାଇଭେଟ୍ ରକେଟ୍ ବିକ୍ରମ୍ ଏସର ଲଞ୍ଚ କରିଥିଲେ। ଗତ ୧୮ ନଭେମ୍ବରରେ ଶ୍ରୀହରିକୋଟା ସତୀଶ ଧୱନ୍ ସ୍ପେଶ ସେଣ୍ଟରରୁ ଏହାର ଲଞ୍ଚ ହୋଇଥିଲା।

Related story