ସାମ୍ନାକୁ ଆସିଲା 'ଓମିକ୍ରନ୍‌'ର ନୂଆ ଲକ୍ଷଣ

ନୂଆଦିଲ୍ଲୀ: ଚାରିଆଡେ ମହାମାରୀ କରୋନାକୁ ନେଇ ପୁଣି ହାହାକାର। ଭୟ ବଢ଼ାଇଛି କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍‌। ସାରା ବିଶ୍ୱରେ ଓମିକ୍ରନ୍‌ ନିଜ କାୟା ମେଲାଇ ସାରିଲାଣି। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ମଧ୍ୟ ଏହି ଭାରିଏଣ୍ଟକୁ ନେଇ ଚେତାବନୀ ଜାରି କରିସାରିଛି। କରୋନାର ଅନ୍ୟ ଭାରିଏଣ୍ଟ ଠାରୁ ଏହା ବେଶ୍‌ ସଂକ୍ରାମକ। ବିଶେଷଜ୍ଞମାନେ କହିଛନ୍ତି ଯେ ଲକ୍ଷଣ ପ୍ରତି ଧ୍ୟାନ ନଦେବାରେ ଅବହେଳା, କରୋନା ମାମଲା ବଢ଼ିବାରେ ସମ୍ଭାବନା ରହିଛି। ଏବେ ଓମିକ୍ରନ୍‌ର ଏକ ନୂଆ ଲକ୍ଷଣ […]

Omicron

Madhupriya Mistry
  • Published: Monday, 03 January 2022
  • , Updated: 03 January 2022, 03:47 PM IST

ନୂଆଦିଲ୍ଲୀ: ଚାରିଆଡେ ମହାମାରୀ କରୋନାକୁ ନେଇ ପୁଣି ହାହାକାର। ଭୟ ବଢ଼ାଇଛି କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍‌। ସାରା ବିଶ୍ୱରେ ଓମିକ୍ରନ୍‌ ନିଜ କାୟା ମେଲାଇ ସାରିଲାଣି। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ମଧ୍ୟ ଏହି ଭାରିଏଣ୍ଟକୁ ନେଇ ଚେତାବନୀ ଜାରି କରିସାରିଛି। କରୋନାର ଅନ୍ୟ ଭାରିଏଣ୍ଟ ଠାରୁ ଏହା ବେଶ୍‌ ସଂକ୍ରାମକ। ବିଶେଷଜ୍ଞମାନେ କହିଛନ୍ତି ଯେ ଲକ୍ଷଣ ପ୍ରତି ଧ୍ୟାନ ନଦେବାରେ ଅବହେଳା, କରୋନା ମାମଲା ବଢ଼ିବାରେ ସମ୍ଭାବନା ରହିଛି। ଏବେ ଓମିକ୍ରନ୍‌ର ଏକ ନୂଆ ଲକ୍ଷଣ ସାମ୍ନାକୁ ଆସିଛି। ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଏହି ଲକ୍ଷଣକୁ ଅଣଦେଖା ନକରିବାକୁ ଲୋକଙ୍କୁ ପରାମର୍ଶ ଦେଉଛନ୍ତି।

କରୋନାର ସବୁଠାରୁ ସାଧାରଣ ଲକ୍ଷଣ ହେଉଛି ସ୍ୱାଦ ଏବଂ ସୁଗନ୍ଧ, ଜ୍ୱର, ଗଳା ଯନ୍ତ୍ରଣା ଏବଂ ଶରୀର ଯନ୍ତ୍ରଣା। ଅବଶ୍ୟ, ଏହି ଲକ୍ଷଣଗୁଡ଼ିକ ଓମିକ୍ରନର ପ୍ରତ୍ୟେକ ରୋଗୀଙ୍କଠାରେ ଦେଖାଯାଏ ନାହିଁ।  ବର୍ତ୍ତମାନ ପର୍ଯ୍ୟନ୍ତ ତଥ୍ୟକୁ ଆଧାର କରି ବୈଜ୍ଞାନିକମାନେ କହିଛନ୍ତି ଯେ, କେବଳ ୫୦% କରୋନା ରୋଗୀ ଜ୍ୱର, କଫ ଏବଂ ସ୍ୱାଦହୀନତା ଅନୁଭବ କରୁଛନ୍ତି। ବର୍ତ୍ତମାନ, ଓମିକ୍ରନ୍‌ର ଅଧିକାଂଶ ରୋଗୀଙ୍କ ମଧ୍ୟରେ ଗୋଟିଏ ନୂଆ ଲକ୍ଷଣ ଦେଖିବାକୁ ମିଳୁଛି, ତାହା ହେଉଛି ଭୋକ ନହେବା।  ଯଦି ଆପଣ ଅନ୍ୟ କିଛି ଲକ୍ଷଣ ସହିତ ଭୋକ ନଲାଗିବା ଭଳି ଅନୁଭବ କରୁଛନ୍ତି, ତେବେ ଆପଣଙ୍କୁ ଡାକ୍ତର କିମ୍ବା ବିଶେଷଜ୍ଞଙ୍କ ସହିତ ପରାମର୍ଶ ନେବା ଉଚିତ ଏବଂ ଏହା ପରେ କୋଭିଡ୍ ପରୀକ୍ଷା କରିନେବା ଉଚିତ।

ଭାରତରେ ବର୍ତ୍ତମାନ ସୁଦ୍ଧା ଓମିକ୍ରନ୍‌ର ୧୭୦୦ଟି ମାମଲା ସାମ୍ନାକୁ ଆସିଛି। ଏହାରି ଭିତରେ ଇଣ୍ଡିଆନ୍‌ SARS-CoV-2 ଜେନୋମିକ୍ସ କନ୍ସୋର୍ଟିୟମ୍(INSACOG) ନିଜ ବୁଲେଟିନ୍‌ରେ କହିଛି, ଭାରତରେ ଏବେବି ଡେଲ୍ଟା ଭାରିଏଣ୍ଟକୁ ନେଇ ଚିନ୍ତା ବଜାୟ ରହିଛି। ଏସବୁ ଭିତରେ ଓମିକ୍ରନ୍‌ ମଧ୍ୟ ଦ୍ରୁତ ଗତିରେ ବଢ଼ି ଚାଲିଛି। ତେବେ ହସ୍ପିଟାଲରେ ରୋଗୀଙ୍କ ଭର୍ତ୍ତି ହେବା ସଂଖ୍ୟା କମ୍‌ ରହିଛି।

ୟୁକେର ଜିନୋମ ସିକ୍ୱେନ୍ସିଂରୁ ଜଣାପଡିଛି ଯେ ଏସ୍-ଜିନ୍ ଟାର୍ଗେଟ୍ ବିଫଳତା ହେତୁ ଓମିକ୍ରନ୍ ମାମଲାରେ ବୃଦ୍ଧି ଘଟିଛି। ଏହି କାରଣରୁ, ଡେଲ୍ଟା ମଧ୍ୟ ଦ୍ରୁତ ଗତିରେ ବଢ଼ିବାରେ ସୁଯୋଗ ପାଇବ। ଓମିକ୍ରନ୍‌ ରୋଗୀଙ୍କୁ ଅଧିକ ଗୁରୁତର କରୁନି, ଏହାର ଲକ୍ଷଣ କମ୍‌, କିନ୍ତୁ ଏହା ଆଗକୁ ମାରାତ୍ମକ ହେବ ନା ନାହିଁ ସେ ନେଇ କୌଣସି ତଥ୍ୟ ମିଳିନଥିବା ସେ କହିଛି।

Related story