ଭାରତକୁ ଓମିକ୍ରନ ଆଣିବ ୩ୟ ୱେଭ, ଫେବୃଆରୀ ୩ ସୁଦ୍ଧା ପିକ୍‌ରେ ପହଞ୍ଚିବ!

ହାଇଦ୍ରାବାଦ: ଓମିକ୍ରନ ଭାରିଏଣ୍ଟ ଯୋଗୁ ଦେଶରେ ମହାମାରୀ କରୋନାର ତୃତୀୟ ୱେଭ ଦେଖିବାକୁ ମିଳିବ। ବର୍ତ୍ତମାନ ଓମିକ୍ରନ ଯୋଗୁ ସଂକ୍ରମଣ ଧୀରେଧୀରେ ବଢ଼ୁଛି। ଆସନ୍ତା ଫେବୃଆରୀ ୩ ସୁଦ୍ଧା କରୋନା ସଂକ୍ରମଣ ପିକ୍‌ ବା ସବୁଠାରୁ ଶିଖରେ ପହଞ୍ଚିବ ବୋଲି ଆଜି ଆଇଆଇଟି କାନପୁରର ଗବେଷକମାନେ ଆକଳନ କରିଛନ୍ତି। ସଂସ୍ଥା ପକ୍ଷରୁ ଜାରି କରାଯାଇଥିବା ଆକଳନ ରିପୋର୍ଟରେ କୁହାଯାଇଛି ଯେ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଦେଖାଯାଉଥିବା ଟ୍ରେଣ୍ଡକୁ ଆଧାର କରି ଭାରତ ପାଇଁ କରୋନା ସଂକ୍ରମଣର ଆକଳନ […]

Omicron

Hemant Lenka
  • Published: Friday, 24 December 2021
  • , Updated: 24 December 2021, 04:11 PM IST

ହାଇଦ୍ରାବାଦ: ଓମିକ୍ରନ ଭାରିଏଣ୍ଟ ଯୋଗୁ ଦେଶରେ ମହାମାରୀ କରୋନାର ତୃତୀୟ ୱେଭ ଦେଖିବାକୁ ମିଳିବ। ବର୍ତ୍ତମାନ ଓମିକ୍ରନ ଯୋଗୁ ସଂକ୍ରମଣ ଧୀରେଧୀରେ ବଢ଼ୁଛି। ଆସନ୍ତା ଫେବୃଆରୀ ୩ ସୁଦ୍ଧା କରୋନା ସଂକ୍ରମଣ ପିକ୍‌ ବା ସବୁଠାରୁ ଶିଖରେ ପହଞ୍ଚିବ ବୋଲି ଆଜି ଆଇଆଇଟି କାନପୁରର ଗବେଷକମାନେ ଆକଳନ କରିଛନ୍ତି।

ସଂସ୍ଥା ପକ୍ଷରୁ ଜାରି କରାଯାଇଥିବା ଆକଳନ ରିପୋର୍ଟରେ କୁହାଯାଇଛି ଯେ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଦେଖାଯାଉଥିବା ଟ୍ରେଣ୍ଡକୁ ଆଧାର କରି ଭାରତ ପାଇଁ କରୋନା ସଂକ୍ରମଣର ଆକଳନ କରାଯାଇଛି। ଗବେଷଣା ଅନୁଯାୟୀ, ଭାରତରେ କରୋନାର ତୃତୀୟ ୱେଭ ଡିସେମ୍ବର ମଧ୍ୟ ଭାଗରୁ ଆରମ୍ଭ ହୋଇଛି। ଏବେ ଏହା ଧୀରେଧୀରେ ବଢ଼ିବ। ଫେବୃଆରୀ ୩ ସୁଦ୍ଧା ଏହା ଶିଖରେ ପହଞ୍ଚିବ। ତେଣୁ ଏଥିପ୍ରତି ସାବଧାନ ରହିବାକୁ ହେବ।

ଆଇଆଇଟି କାନପୁରର ଗବେଷକମାନେ Gaussian Mixture ମଡେଲକୁ ଆଧାର କରି ଭାରତରେ କରୋନାର ତୃତୀୟ ୱେଭ ସମ୍ପର୍କରେ ଆକଳନ କରିଛନ୍ତି। ଗବେଷଣା ବେଳେ ଭାରତରେ କରୋନାର ପ୍ରଥମ ଓ ଦ୍ୱିତୀୟ ୱେଭ ବେଳର ତଥ୍ୟକୁ ବିଚାରକୁ ନିଆଯାଇଥିଲା। ଏଥିସହ ବିଶ୍ୱ ଓ ବର୍ତ୍ତମାନ ଭାରତରେ ଓମିକ୍ରନ ଯୋଗୁ ବଢ଼ୁଥିବା ସଂକ୍ରମଣର ବିଶ୍ଲେଷଣ କରାଯାଇଥିଲା। ଏହାପରେ ସଂସ୍ଥା ପକ୍ଷରୁ କରୋନାର ତୃତୀୟ ୱେଭ ସମ୍ପର୍କରେ ରିପୋର୍ଟ ଦିଆଯାଇଛି।

ରିପୋର୍ଟରେ କୁହାଯାଇଛି ଯେ ଡିସେମ୍ବର ୧୫ ଠାରୁ ଭାରତରେ କରୋନା ସଂକ୍ରମଣ ଧୀରେଧୀରେ ବୃଦ୍ଧି ପାଇବ ବା ପାଉଛି। ଏହାପରେ ଜାନୁଆରୀ ମଧ୍ୟ ଭାଗରୁ ଏହା ଉଗ୍ର ରୂପ ଧାରଣ କରିବ। ଶେଷରେ ଫେବୃଆରୀ ୩ ସୁଦ୍ଧା ସଂକ୍ରମଣର ଗତି ପିକ୍‌ରେ ପହଞ୍ଚିବ।

ଭାରତରେ ପ୍ରଥମ ଓ ଦ୍ୱିତୀୟ ୱେଭ ଆସିବା ପରେ ସମସ୍ତଙ୍କ ମନରେ ତୃତୀୟ ୱେଭ ଆସିବ କି ନାଁ, ସେ ପ୍ରଶ୍ନ ଉଙ୍କି ମାରୁଥିଲା। ଯଦି ତୃତୀୟ ୱେଭ ଆସିବ, ତା’ହେଲେ କେବେ? ଏହାକୁ ଜାଣିବା ପାଇଁ ଆଇଆଇଟି ଗବେଷକମାନେ ବିଭିନ୍ନ ପରିସଂଖ୍ୟନର ଯାଞ୍ଚ ଆରମ୍ଭ କରିଥିଲେ।

ଏହି ସମୟରେ ଅନ୍ୟ ଦେଶ ଗୁଡ଼ିକର ଦୈନିକ ସଂକ୍ରମଣକୁ ବିଚାରକୁ ନିଆଯାଇଥିଲା। ଏହାକୁ ଭାରତର ଗ୍ରାଫ ସହ ମିଶା ଯାଇଥିଲା। ଏତିକି ବେଳେ ବିଶ୍ୱର ୧୦ ଦେଶ ସହ ଭାରତର ସଂକ୍ରମଣ ଗ୍ରାଫ ମେଳ ଖାଇଥିଲା। ଏହି ୧୦ ଦେଶ ମଧ୍ୟରେ ଆମେରିକା, ବ୍ରିଟେନ, ଜର୍ମାନୀ, ଫ୍ରାନ୍ସ, ଦକ୍ଷିଣ ଆଫ୍ରିକା, ରୁଷ, ଇସ୍ରାଏଲ, ସ୍ପେନ, ଜାମ୍ବିଆ ଓ ଜିମ୍ବାୱେ ରହିଛନ୍ତି। ଏଠାରେ ଚିହ୍ନଟ ହେଉଥିବା ଦୈନକ ସଂକ୍ରମଣ ସହ ଭାରତର ଦୈନିକ ସଂକ୍ରମଣ ପ୍ରାୟ ସମାନ ଢାଞ୍ଚାରେ ବଢ଼ୁଥିବା ସ୍ପଷ୍ଟ ହୋଇଛି। ଏହାକୁ ଆଧାର କରି ଭାରତରେ କରୋନାର ତୃତୀୟ ୱେଭ ଫେବୃଆରୀ ୩ ସୁଦ୍ଧା ଶୀର୍ଷରେ ପହଞ୍ଚିବ ବୋଲି ଆଇଆଇଟି କାନପୁର କହିଛି।

Related story