ସିରିଏଲ କିଲର ଆତଙ୍କ, କେଜିଏଫ ଫିଲ୍ମ ଦେଖି ୫ ଜଣଙ୍କୁ ମାରିଲା

ଭୋପାଳ: ମଧ୍ୟପ୍ରଦେଶରେ ଜଣେ ସିରିଏଲ କିଲରଙ୍କ ଆତଙ୍କ। ସମ୍ପୃକ୍ତ ଅଭିଯୁକ୍ତ ଜଣକ ୫ ଜଣଙ୍କୁ ହତ୍ୟା କରିଛି। ଏହି  ୫ ଜଣ ମଧ୍ୟରେ ୪ ଜଣ ସୁରକ୍ଷା କର୍ମୀ ଅଛନ୍ତି । ସୁରକ୍ଷାକର୍ମୀମାନେ ଶୋଇଥିବା ଅବସ୍ଥାରେ ହତ୍ୟା କରିଛି ଅଭିଯୁକ୍ତ। ଯାହା ସିସିଟିଭିରେ କଏଦ ହୋଇଛି। ସମ୍ପୃକ୍ତ ଅଭିଯୁକ୍ତକୁ ପୁଲିସ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଉଛି ୧୯ ବର୍ଷୀୟ ଶିବ ପ୍ରସାଦ।  ବ୍ଲକବଷ୍ଟର ମୁଭି କେଜିଏଫରୁ ଉତ୍ସାହିତ ହୋଇ ସେ ଏମିତି ଅପରାଧ ଭିଆଇଥିବା ପୁଲିସ […]

Murder

  • Published: Friday, 02 September 2022
  • , Updated: 02 September 2022, 06:40 PM IST

ଭୋପାଳ: ମଧ୍ୟପ୍ରଦେଶରେ ଜଣେ ସିରିଏଲ କିଲରଙ୍କ ଆତଙ୍କ। ସମ୍ପୃକ୍ତ ଅଭିଯୁକ୍ତ ଜଣକ ୫ ଜଣଙ୍କୁ ହତ୍ୟା କରିଛି। ଏହି  ୫ ଜଣ ମଧ୍ୟରେ ୪ ଜଣ ସୁରକ୍ଷା କର୍ମୀ ଅଛନ୍ତି । ସୁରକ୍ଷାକର୍ମୀମାନେ ଶୋଇଥିବା ଅବସ୍ଥାରେ ହତ୍ୟା କରିଛି ଅଭିଯୁକ୍ତ। ଯାହା ସିସିଟିଭିରେ କଏଦ ହୋଇଛି। ସମ୍ପୃକ୍ତ ଅଭିଯୁକ୍ତକୁ ପୁଲିସ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଉଛି ୧୯ ବର୍ଷୀୟ ଶିବ ପ୍ରସାଦ।  ବ୍ଲକବଷ୍ଟର ମୁଭି କେଜିଏଫରୁ ଉତ୍ସାହିତ ହୋଇ ସେ ଏମିତି ଅପରାଧ ଭିଆଇଥିବା ପୁଲିସ ପାଖରେ ସ୍ୱୀକାର କରିଛି। ଏମିତି କାରନାମା ପଛରେ ଅଜବ ଯୁକ୍ତି କହିଛି ଶିବ ପ୍ରସାଦ। ଲୋକପ୍ରିୟ ନିଶାରେ ସେ ମଣିଷ ମାରୁଥିବା କହିଛି। ଶୁକ୍ରବାର ଭୋପାଳ ପୁଲିସ ତାକୁ ଗିରଫ କରିଛି।  ହତ୍ୟାର ଶିକାର ହୋଇଥିବା ଜଣେ ବ୍ୟକ୍ତିଙ୍କର ଶିବପ୍ରସାଦ ନେଇଯାଥିବା ମୋବାଇଲକୁ ଟ୍ରାକ କରିବା ପରେ ପୂରା ଘଟଣାର ପର୍ଦ୍ଦାଫାଶ ହୋଇଥିଲା।
https://twitter.com/Anurag_Dwary/status/1565624100952780801?s=20&t=2mZ-hslrLRick_yiurAy1A

ଗତକାଲି ରାତି ୩.୩୦ରେ ବସ୍‌ଷ୍ଟାଣ୍ଡ୍‌ ଅଞ୍ଚଳ ପାଖରୁ ପୁଲିସ ହାତରେ ଧରାପଡ଼ିବାର କିଛି ଘଣ୍ଟା ପୂର୍ବରୁ ସେ ଭୋପାଳରେ ଆଉ ଜଣଙ୍କୁ ହତ୍ୟା କରିବାରେ ସଫଳ ହୋଇଥିଲା। ଗତ ୫ ଦିନ ମଧ୍ୟରେ ଶିବପ୍ରସାଦ ୪ଜଣ ସିକ୍ୟୁରିଟି ଗାର୍ଡଙ୍କୁ ହତ୍ୟା କରିଥିବା ମାନିଛି । ଅଭିଯୁକ୍ତ ଜଣକ ହେଉଛନ୍ତି ସାଗର ଜିଲ୍ଲା ଅନ୍ତର୍ଗତ କେସଲି ନିବାସୀ । ଗୁରୁବାର ରାତିରେ ଭୋପାଳର ଲାଲ୍‌ଘାଟି ଅଞ୍ଚଳରେ ଜଣେ ମାର୍ବଲ୍‌ ଷ୍ଟକିଷ୍ଟ୍‌ଙ୍କ ସିକ୍ୟୁରିଟି ଗାର୍ଡଙ୍କୁ ହତ୍ୟା କରିବା ପରେ ଧରାପଡ଼ିଛି।

ଜେରା ବେଳେ ଶିବପ୍ରସାଦ ପୁଲିସକୁ କହିଛି ଯେ, ସେ ‘କେଜିଏଫ୍ ୨’ ଚଳଚ୍ଚିତ୍ରର ‘ରକିଭାଇ’ଦ୍ୱାରା ଅନୁପ୍ରାଣିତ । ଜଣେ ଗ୍ୟାଙ୍ଗଷ୍ଟର୍‌ ହୋଇ ଭବିଷ୍ୟତରେ ପୁଲିସକୁ ଟାର୍ଗେଟ କରିବାରେ ସେ  ଯୋଜନା କରିଥିଲା। ଯେକୌଣସି ଉପାୟରେ ସେ ଲୋକପ୍ରିୟ ପାଇଁ ପାଗଳ ଥିଲା। ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଥିବା ଶିବ ପ୍ରସାଦ ଅଳ୍ପ କିଛି ଇଂରାଜୀ ବି କହିପାରନ୍ତି। କିନ୍ତୁ  ସେ କ’ଣ ପାଇଁ ଶୋଇଥିବା ସିକ୍ୟୁରିଟି ଗାର୍ଡଙ୍କୁ ହତ୍ୟା କରୁଥିଲା ତାକୁ  ନେଇ ପୁଲିସ ତଦନ୍ତ କରୁଛି।

Related story