ଭୟ କରନ୍ତୁ ନାହିଁ, ଏହି ଟିକା ନେଲେ ହେଉଛି ଜ୍ୱର...

ନୂଆଦିଲ୍ଲୀ: ସାରା ଦେଶରେ ଏବେ ଟିକାକରଣକୁ ଜୋରଦାର କରାଯାଉଛି। କୋଭିଡ ସଂକ୍ରମଣକୁ ରୋକିବାକୁ ହେଲେ ଟିକାକରଣକୁ ଜୋରଦାର କରାଯିବା ଦରକାର ବୋଲି ଅନେକ ବିଶେଷଜ୍ଞ ଦାବି କରିଛନ୍ତି। ଏହାରି ଭିତରେ ଲାନସେଟ୍ ଇନଫେକସନ ଡିଜିଜ ଜର୍ଣ୍ଣାଲରେ ଏକ ଗବେଷଣା ରିପୋର୍ଟ କୋଭିଶିଳ୍ଡ ଟିକା ବାବଦରେ ପ୍ରକାଶିତ ହୋଇଛି। ଯେଉଁଥିରେ କୁହାଯାଇଛି କରୋନାକୁ ଏଡାଇବା ପାଇଁ ଫାଇଜର କିମ୍ବା ଆଷ୍ଟ୍ରା ଜେନେକା ଟିକା (ଭାରତରେ କୋଭିଶିଲ୍ଡ) ଟିକା ଯେଉଁମାନେ ନେଉଛନ୍ତି ସେଥିରେ ପ୍ରତି ଚାରି ଜଣଙ୍କ ମଧ୍ୟରୁ ଜଣଙ୍କ […]

corona-vaccine

Subhransu Sekhar
  • Published: Wednesday, 28 April 2021
  • , Updated: 28 April 2021, 09:24 PM IST

ନୂଆଦିଲ୍ଲୀ: ସାରା ଦେଶରେ ଏବେ ଟିକାକରଣକୁ ଜୋରଦାର କରାଯାଉଛି। କୋଭିଡ ସଂକ୍ରମଣକୁ ରୋକିବାକୁ ହେଲେ ଟିକାକରଣକୁ ଜୋରଦାର କରାଯିବା ଦରକାର ବୋଲି ଅନେକ ବିଶେଷଜ୍ଞ ଦାବି କରିଛନ୍ତି। ଏହାରି ଭିତରେ ଲାନସେଟ୍ ଇନଫେକସନ ଡିଜିଜ ଜର୍ଣ୍ଣାଲରେ ଏକ ଗବେଷଣା ରିପୋର୍ଟ କୋଭିଶିଳ୍ଡ ଟିକା ବାବଦରେ ପ୍ରକାଶିତ ହୋଇଛି। ଯେଉଁଥିରେ କୁହାଯାଇଛି କରୋନାକୁ ଏଡାଇବା ପାଇଁ ଫାଇଜର କିମ୍ବା ଆଷ୍ଟ୍ରା ଜେନେକା ଟିକା (ଭାରତରେ କୋଭିଶିଲ୍ଡ) ଟିକା ଯେଉଁମାନେ ନେଉଛନ୍ତି ସେଥିରେ ପ୍ରତି ଚାରି ଜଣଙ୍କ ମଧ୍ୟରୁ ଜଣଙ୍କ ଶରୀରରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖିବାକୁ ମିଳୁଛି। ଏହି ଲକ୍ଷଣ ସାମାନ୍ୟ ଏବଂ ସ୍ୱଳ୍ପ ସମୟ ପାଇଁ ମୁଣ୍ଡବିନ୍ଧା ଏବଂ ମୁଣ୍ଡ ବୁଲାଇବା ଭଳି ପାର୍ଶ୍ୱ ପ୍ରତିକ୍ରିୟା ରହିଛି।

ବ୍ରିଟେନରେ ଥିବା କିଙ୍ଗସ କଲେଜ ଲଣ୍ଡନ ଏହି ଗବେଷଣା କରିଛି। ଆଉ ଏହି ପାର୍ଶ୍ୱ ପ୍ରତିକ୍ରିୟା ପ୍ରଥମ ୨୪ ଘଣ୍ଟା ମଧ୍ୟରେ ହେବ ବୋଲି କୁହାଯାଇଛି। ଆଉ ଏହାର ପ୍ରଭାବ ସାଧାରଣତଃ ଏକରୁ ଦୁଇ ଦିନ ପର୍ଯ୍ୟନ୍ତ ରହିଥାଏ। ଜୋ କୋଭିଡ୍ ଆପରେ ପ୍ରକାଶିତ ତଥ୍ୟ ଅନୁଯାୟୀ ଫାଇଜର ଏବଂ ଆଷ୍ଟ୍ରାଜେନେକା ଟିକା ପରୀକ୍ଷା ସମୟରେ ଦେଖାଯାଇଥିବା ଅନେକ ପାର୍ଶ୍ୱ ପ୍ରତିକ୍ରିୟା ସାଧାରଣ ଜନତାଙ୍କଠାରେ ଦେଖାଯାଉଛି।

ଅଧ୍ୟୟନରେ ଆହୁରି ମଧ୍ୟ ଦାବି କରାଯାଇଛି ଯେ ଟିକାକରଣର ପ୍ରଥମ ମାତ୍ରା ଗ୍ରହଣ କରିବା ପରେ ୧୨ ରୁ ୨୧ ଦିନ ମଧ୍ୟରେ ସଂକ୍ରମଣ ହାର ଯଥେଷ୍ଟ ହ୍ରାସ ପାଇଛି। ଫାଇଜର ଟିକାର ପ୍ରଥମ ଡୋଜ ଗ୍ରହଣ କରିବା ଏବଂ ଆଷ୍ଟ୍ରାଜେନେକା ଟିକାର ପ୍ରଥମ ଡୋଜ ନେବାରେ ସଂକ୍ରମିତ ହେବାର ହାର ୫୮ ପ୍ରତିଶତ କମିଯିବ।

ଫାଇଜର ଟିକା (ଆମେରିକାରେ ଦିଆଯାଉଛି, ଭାରତରେ ଅନୁମୋଦନ ପାଇଁ ଆଲୋଚନା ଚାଲିଛି) ନେବାର ୨୧ ଦିନ ପରେ ସଂକ୍ରମିତ ହେବାର ସମ୍ଭାବନା ୬୯ ପ୍ରତିଶତ କମି ଥିବାବେଳେ ଆଷ୍ଟ୍ରାଜେନେକା ଟିକା ଏହି ଅବଧିରେ ୬୦ ପ୍ରତିଶତ ରହିଛି। ହେଲେ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା, ମୁଣ୍ଡ ବୁଲାଇବା, କମ୍ପିବା, ଝାଡ଼ା, ଜ୍ୱର, ଗଣ୍ଠି ଯନ୍ତ୍ରଣା, ମାଂସପେଶୀ ଯନ୍ତ୍ରଣା ଏବଂ ବାନ୍ତି ଇତ୍ୟାଦି ଲକ୍ଷଣ ରହିଛି। ଆଉ ଯେଉଁ ସ୍ଥାନରେ ଟିକା ନିଆଯାଇଥିବ ସେହି ସ୍ଥାନରେ ଯନ୍ତ୍ରଣା, ଫୁଲିବା ଇତ୍ୟାଦି କିଛି ପାର୍ଶ୍ୱ ପ୍ରତିକ୍ରିୟା ରହିଛି।

ଏହି ଗବେଷଣା 'ଜୋ କୋଭିଡ ଆପ'ରେ ୬,୨୭,୩୮୩ ଟିକା ନେଇଥିବା ଲୋକଙ୍କ ମତ ଉପରେ ଆଧାରିତ। ଏମାନେ ସମସ୍ତେ ଡିସେମ୍ବର ୮ ରୁ ମାର୍ଚ୍ଚ ୧୦ ମଧ୍ୟରେ ଫାଇଜର କିମ୍ବା ଆଷ୍ଟ୍ରା ଜେନେକା ଟିକାର ପ୍ରଥମ ଓ ଦ୍ୱିତୀୟ ଡୋଜ ନେବା ପରେ ଟିକାକରଣର ପ୍ରଭାବ ବିଷୟରେ ନିଜର ମତ ବାଣ୍ଟିଥିଲେ। ଆଉ ଏମାନଙ୍କ ବୟସ ୫୫ ବର୍ଷରୁ କମ୍।

Related story