ଓଆରଓପି ସଂଶୋଧନକୁ ମଞ୍ଜୁରୀ, ଉପକୃତ ହେବେ ୨୫ ଲକ୍ଷ ୧୩ ହଜାର ପେନସନ ଭୋଗୀ

ନୂଆଦିଲ୍ଲୀ: ଆଜି କେନ୍ଦ୍ର ସରକାର ୱାନ୍ ରାଙ୍କ୍ ୱାନ୍ ପେନସନ୍ ବା ଓଆରଓପି ସଂଶୋଧନକୁ ମଞ୍ଜୁରୀ ଦେଇଛନ୍ତି। ଏହା ଦ୍ୱାରା ୨୫ ଲକ୍ଷ ୧୩ ହଜାର ପେନସନ ପାଉଥିବା ସେନାବାହିନୀ ପରିବାର ଉପକୃତ ହେବେ। ଏହା ଭିତରେ ଯୁଦ୍ଧରେ ପ୍ରାଣ ହରାଇଥିବା ଯବାନଙ୍କ ପତ୍ନୀମାନେ ଏବଂ ଦିବ୍ୟାଙ୍ଗ ଉପକୃତ ହେବେ। କ୍ୟାବିନେଟ୍ ବୈଠକ ପରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଏହି ସୂଚନା ଦେଇଛନ୍ତି। ଏହାକୁ ପିଛିଲା ଭାବେ ୨୦୧୯ ଜୁଲାଇ ପହିଲାରୁ ଲାଗୁ କରାଯିବ। ୨୦୧୯ ଜୁନ୍ […]

sena

  • Published: Friday, 23 December 2022
  • , Updated: 23 December 2022, 09:23 PM IST

ନୂଆଦିଲ୍ଲୀ: ଆଜି କେନ୍ଦ୍ର ସରକାର ୱାନ୍ ରାଙ୍କ୍ ୱାନ୍ ପେନସନ୍ ବା ଓଆରଓପି ସଂଶୋଧନକୁ ମଞ୍ଜୁରୀ ଦେଇଛନ୍ତି। ଏହା ଦ୍ୱାରା ୨୫ ଲକ୍ଷ ୧୩ ହଜାର ପେନସନ ପାଉଥିବା ସେନାବାହିନୀ ପରିବାର ଉପକୃତ ହେବେ। ଏହା ଭିତରେ ଯୁଦ୍ଧରେ ପ୍ରାଣ ହରାଇଥିବା ଯବାନଙ୍କ ପତ୍ନୀମାନେ ଏବଂ ଦିବ୍ୟାଙ୍ଗ ଉପକୃତ ହେବେ। କ୍ୟାବିନେଟ୍ ବୈଠକ ପରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଏହି ସୂଚନା ଦେଇଛନ୍ତି।

ଏହାକୁ ପିଛିଲା ଭାବେ ୨୦୧୯ ଜୁଲାଇ ପହିଲାରୁ ଲାଗୁ କରାଯିବ। ୨୦୧୯ ଜୁନ୍ ୩୦ ପର୍ଯ୍ୟନ୍ତ ଅବସର ନେଇଥିବା ସେନା କର୍ମଚାରୀ ଏହାର ଲାଭ ପାଇବେ। ୨୦୧୯ ଜୁଲାଇରୁ ଜୁନ୍ ୨୦୨୨ ପର୍ଯ୍ୟନ୍ତ ଏଥିନିମନ୍ତେ କେନ୍ଦ୍ର ସରକାରଙ୍କୁ ୨୩ ହଜାର ୬୦୦ କୋଟି ଟଙ୍କା ଏରିୟର ଦେବାକୁ ହେବ। ସେପଟେ ଏହି ନିଷ୍ପତ୍ତି ଯୋଗୁ ବାର୍ଷିକ ୮୪୫୦ କୋଟି ଟଙ୍କା ଅତିରିକ୍ତ ଭାର ବହନ କରିବେ କେନ୍ଦ୍ର ସରକାର।

ସୂଚନା ଥାଉକି, ଓଆରଓପିକୁ କେନ୍ଦ୍ର ସରକାର ୨୦୧୫ରେ ମଞ୍ଜୁର କରିଥିଲେ। ଯାହାକୁ ଜୁଲାଇ ୧, ୨୦୧୪ରୁ ପିଛିଲା ଭାବେ ଲାଗୁ କରାଯାଇଥିଲା। ଦୀର୍ଘ ବର୍ଷର ଦାବି ପରେ କେନ୍ଦ୍ର ସରକାର ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ପାଇଁ ଘୋଷଣା କରିଥିଲେ ୱାନ୍ ରାଙ୍କ୍ ୱାନ୍ ପେନସନ୍ ବା ଓଆରଓପି। ଅର୍ଥାତ ଏଣିକ ଗୋଟିଏ ରାଙ୍କରେ ଅବସର ନେଇଥିବା ସମସ୍ତ ସେନା କର୍ମଚାରୀ ପାଇବେ ସମାନ ପେନସନ୍। ସେନା କର୍ମଚାରୀଙ୍କ ବିଧବା ପତ୍ନୀ ତଥା ଯୁଦ୍ଧରେ ପ୍ରାଣ ହରାଇଥିବା ଯବାନଙ୍କ ବିଧବା ପତ୍ନୀମାନଙ୍କ ପାଇଁ ବି ଲାଗୁ ହୋଇଥିଲା ଏହି ନିୟମ।

Related story