ଅନ୍‌ଲାଇନ୍‌ରେ ମଗାଇଲେ ପିଜ୍ଜା, ଆକାଉଣ୍ଟରୁ ଗାଏବ ହୋଇଗଲା ୧୧ ଲକ୍ଷ

ମୁମ୍ବାଇ: ଅନ୍‌ଲାଇନ୍‌ରେ ପିଜ୍ଜା ମଗାଇ ଖାଇବା ନିଶା ଉତୁରିଗଲା। ମହଙ୍ଗା ପଡିଲା ଅନ୍‌ଲାଇନ୍‌ରେ ପିଜ୍ଜା ମଗାଇବା। ଦେଖୁ ଦେଖୁ ଆକାଉଣ୍ଟରୁ ଗାଏବ ହୋଇଗଲା ୧୧ ଲକ୍ଷ ଟଙ୍କା। ମୁମ୍ବାଇରୁ ଏଭଳି କିଛି ଘଟଣା ସାମ୍ନାକୁ ଆସିଛି। ଅନଲାଇନ୍‌ରେ ଆପଣ ପିଜ୍ଜା ଆଣୁଛନ୍ତି କି ? ସାବଧାନ…କେତେବେଳେ ବି, କୌଣସି ପରିସ୍ଥିତିରେ ବି ଆପଣ ଠକେଇର ଶିକାର ହୋଇପାରନ୍ତି। ମୁମ୍ବାଇର ଜଣେ ମହିଳା ପିଜ୍ଜା ଅର୍ଡର କରିବା ପରେ ୧୧ ଲକ୍ଷରୁ ଅଧିକ ଟଙ୍କାର ଅନଲାଇନ୍‌ ଠକେଇର ଶିକାର […]

Pizza

Pizza

Madhupriya Mistry
  • Published: Sunday, 16 January 2022
  • Updated: 16 January 2022, 12:10 PM IST

ମୁମ୍ବାଇ: ଅନ୍‌ଲାଇନ୍‌ରେ ପିଜ୍ଜା ମଗାଇ ଖାଇବା ନିଶା ଉତୁରିଗଲା। ମହଙ୍ଗା ପଡିଲା ଅନ୍‌ଲାଇନ୍‌ରେ ପିଜ୍ଜା ମଗାଇବା। ଦେଖୁ ଦେଖୁ ଆକାଉଣ୍ଟରୁ ଗାଏବ ହୋଇଗଲା ୧୧ ଲକ୍ଷ ଟଙ୍କା। ମୁମ୍ବାଇରୁ ଏଭଳି କିଛି ଘଟଣା ସାମ୍ନାକୁ ଆସିଛି।

ଅନଲାଇନ୍‌ରେ ଆପଣ ପିଜ୍ଜା ଆଣୁଛନ୍ତି କି ? ସାବଧାନ...କେତେବେଳେ ବି, କୌଣସି ପରିସ୍ଥିତିରେ ବି ଆପଣ ଠକେଇର ଶିକାର ହୋଇପାରନ୍ତି। ମୁମ୍ବାଇର ଜଣେ ମହିଳା ପିଜ୍ଜା ଅର୍ଡର କରିବା ପରେ ୧୧ ଲକ୍ଷରୁ ଅଧିକ ଟଙ୍କାର ଅନଲାଇନ୍‌ ଠକେଇର ଶିକାର ହୋଇଛନ୍ତି।

ଅନ୍ଧେରୀର ଏହି ମହିଳା ଜଣଙ୍କ ଗତବର୍ଷ ଜୁଲାଇରେ ଅନଲାଇନରେ ପିଜ୍ଜା ଅର୍ଡର କରିବା ବେଳେ ତାଙ୍କ ଆକାଉଣ୍ଟରୁ ୯ ହଜାର ୯୯୯ ଟଙ୍କା କଟି ଯାଇଥିଲା।  ଏହାପରେ ତା'ପର ମାସରେ ଅନଲାଇନରେ ଡ୍ରାଏ ଫ୍ରୁଟସ୍ ଅର୍ଡର କରିବା ବେଳେ ୧ ହଜାର ୪୯୬ ଟଙ୍କା କଟିଯାଇଥିଲା।  ଦୁଇଟି ପର୍ଯ୍ୟାୟରେ କଟିଥିବା ଟଙ୍କାକୁ ଫେରି ପାଇବା ପାଇଁ କଷ୍ଟମର କେୟାର ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ଏହି ବୟସ୍କା ମହିଳା। ଏନେଇ ମହିଳା ଜଣଙ୍କ ଗୁଗୁଲରୁ ଏକ ନମ୍ବର ପାଇ ସେଥିରେ ଯୋଗାଯୋଗ କରିଥିଲେ।

Domino's Pizza, Jayadev Vihar, Bhubaneshwar

ଏହାପରେ ଅନଲାଇନ୍ ଲୁଟେରାମାନେ ତାଙ୍କୁ ଟଙ୍କା ଫେରି ପାଇବେ ବୋଲି ମିଛ ପ୍ରତିଶ୍ରୁତି ଦେଇଥିଲେ ଓ  ଏକ ଆପ୍‌ ଡାଉନଲୋଡ କରିବା ପାଇଁ କହିଥିଲେ। ଏହାପରେ ସେ ତାଙ୍କ ଆକାଉଣ୍ଟରୁ ଲୁଟି ଚାଲିଥିଲେ ଟଙ୍କା। ମହିଳା ଜଣକ କିଛି ବୁଝିବା ପୂର୍ବରୁ ତାଙ୍କ ଆକାଉଣ୍ଟରୁ ୧୧ଲକ୍ଷ ୭୮ ହଜାର ଟଙ୍କା ଗାଏବ ହୋଇଯାଇଥିଲା।

ନଭେମ୍ବର ୧୪ରୁ ଡିସେମ୍ବର ପହିଲା ଭିତରେ ମହିଳାଜଣଙ୍କ ଏତେ ପରିମାଣର ନିଜ କଷ୍ଟ ଅର୍ଜିତ ଟଙ୍କା ହରାଇଛନ୍ତି। ଟଙ୍କା ଫେରି ପାଇବା ପାଇଁ ମହିଳାଜଣଙ୍କ ଏବେ ମୁମ୍ବାଇର ସାଇବର ପୁଲିସର ଦ୍ୱାରସ୍ଥ ହୋଇଛନ୍ତି। ସେ ଥାନାରେ ଠକେଇ ନେଇ ଅଭିଯୋଗ କରିଛନ୍ତି। ପୁଲିସ ଧାରା ୪୨୦ ଏବଂ ଅନ୍ୟ ଆକ୍ଟ ଅନୁଯାୟୀ ପୁଲିସ ଜଣେ ଅଜ୍ଞାତ ବ୍ୟକ୍ତି ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏଥିସହ ବରିଷ୍ଠ ନାଗରିକଙ୍କୁ ଅନ୍‌ଲାଇନ୍‌ ଲେଣଦେଣ ବେଳେ ସତର୍କତା ଅବଲମ୍ବନ କରିବା ପଶଇଁ ପରାମର୍ଶ ଦେଇଛି।

ଗତ କିଛି ପୂର୍ବେ ନଏଡାର ଜଣେ ମହଳାଙ୍କ ଠାରୁ ସାଇବର ଠକମାନେ ଏଭଳି ହିଁ କିଛି ଠକେଇ କରିବା ପାଇଁ ତାଙ୍କୁ ନିଜ ଜାଲରେ ଫସାଇଥିଲେ। ତାଙ୍କ ଆକାଉଣ୍ଟରୁ ୧୩ ଲକ୍ଷ ଟଙ୍କା ହଡପ କରି ନେଇଥିଲେ ସାଇବର ଠକ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos