ଭାରତ-ପାକିସ୍ତାନ ବିଶ୍ୱକପ ଟି-୨୦କୁ ନେଇ ପ୍ରଶ୍ନ ଉଠାଇଲେ ଓୱେସୀ

ନୂଆଦିଲ୍ଲୀ: ଆସନ୍ତା ୨୪ ତାରିଖରେ ଭାରତ ଓ ପାକିସ୍ତାନ ମଧ୍ୟରେ ଟି-୨୦ ବିଶ୍ୱକପର ପ୍ରଥମ ମ୍ୟାଚ୍‌ ହେବ। ଏହାପୂର୍ବରୁ ମ୍ୟାଚ୍‌କୁ ନେଇ ପ୍ରଶ୍ନ ଉଠାଇଛନ୍ତି ହାଇଦ୍ରାବାଦ ସାଂସଦ ଅସାଦୁଦ୍ଦିନ ଓୱେସୀ। ସୀମାରେ ପାକ୍‌ ପ୍ରାୟୋଜିତ ଆତଙ୍କବାଦୀମାନେ ଯବାନଙ୍କୁ ଗୁଳି କରୁଥିବା ବେଳେ ଭାରତ କେମିତି ଟି-୨୦ ମ୍ୟାଚ୍‌ ପାକିସ୍ତାନ ସହ ଖେଳି ବୋଲି ସେ ପ୍ରଶ୍ନ କରିଛନ୍ତି। ଏଥିସହ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି। ମୋଦି କେବେ ହେଲେ ବର୍ଦ୍ଧିତ ତୈଳଦର ଓ […]

virat

Hemant Lenka
  • Published: Tuesday, 19 October 2021
  • , Updated: 19 October 2021, 01:07 PM IST

ନୂଆଦିଲ୍ଲୀ: ଆସନ୍ତା ୨୪ ତାରିଖରେ ଭାରତ ଓ ପାକିସ୍ତାନ ମଧ୍ୟରେ ଟି-୨୦ ବିଶ୍ୱକପର ପ୍ରଥମ ମ୍ୟାଚ୍‌ ହେବ। ଏହାପୂର୍ବରୁ ମ୍ୟାଚ୍‌କୁ ନେଇ ପ୍ରଶ୍ନ ଉଠାଇଛନ୍ତି ହାଇଦ୍ରାବାଦ ସାଂସଦ ଅସାଦୁଦ୍ଦିନ ଓୱେସୀ। ସୀମାରେ ପାକ୍‌ ପ୍ରାୟୋଜିତ ଆତଙ୍କବାଦୀମାନେ ଯବାନଙ୍କୁ ଗୁଳି କରୁଥିବା ବେଳେ ଭାରତ କେମିତି ଟି-୨୦ ମ୍ୟାଚ୍‌ ପାକିସ୍ତାନ ସହ ଖେଳି ବୋଲି ସେ ପ୍ରଶ୍ନ କରିଛନ୍ତି।

ଏଥିସହ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି। ମୋଦି କେବେ ହେଲେ ବର୍ଦ୍ଧିତ ତୈଳଦର ଓ ଚାଇନା ପ୍ରସଙ୍ଗରେ ମୁହଁ ଖୋଲୁନାହାନ୍ତି ବୋଲି ଓୱେସୀ କହିଛନ୍ତି।

ଗୋଟିଏ କାର୍ଯ୍ୟକ୍ରମରେ ଯୋଗଦେଇ ସେ କହିଛନ୍ତି, “ପ୍ରଧାନମନ୍ତ୍ରୀ ମୋଦି କେବେ ହେଲେ ଦୁଇଟି ବିଷୟରେ ମୁହଁ ଖୋଲିବେ ନାହିଁ। ଗୋଟିଏ ହେଲା ବର୍ଦ୍ଧିତ ପେଟ୍ରୋଲ ଓ ଡିଜେଲ ଦର ଏବଂ ଅନ୍ୟଟି ହେଲା ଲଦାଖରେ ଚାଇନାର ହରକତ। ଚାଇନା ଆମ ଅଞ୍ଚଳରେ ପ୍ରବେଶ କରିଥିଲେ ମଧ୍ୟ ମୋଦି ମୁହଁ ଖୋଲୁ ନାହାନ୍ତି। ମୋଦି ଚାଇନା ବିଷୟରେ ମୁହଁ ଖୋଲିବାକୁ ଡରୁଛନ୍ତି।”


ଦେଶର ବିଭିନ୍ନ ସ୍ଥାନରେ ଏବେ ପେଟ୍ରୋଲ ଓ ଡିଜେଲ ଦର ସର୍ବକାଳୀନ ରେକର୍ଡସ୍ତରରେ ପହଞ୍ଚି ଯାଇଛି। କ୍ରମାଗତ ଭାବେ ଦର ବୃଦ୍ଧି ପାଉଥିବାରୁ ସାଧାରଣ ଲୋକ ଆଉଟପାଉଟ ହେଉଛନ୍ତି।

ଆତଙ୍କବାଦୀଙ୍କ ସହ ମୁକାବିଲା କରିବା ବେଳେ ଜମ୍ମୁ-କଶ୍ମୀରେ ୯ ଜଣ ଯବାନ କିଛି ଦିନ ମଧ୍ୟରେ ସହିଦ ହୋଇଛନ୍ତି। ଏହି ପ୍ରସଙ୍ଗରେ ଓୱେସୀ କହିଛନ୍ତି, “ଜମ୍ମୁ-କଶ୍ମୀରରେ ଆମର ୯ ଜଣ ଯବାନ ସହିଦ ହୋଇଛନ୍ତି। ଏପରି ସ୍ଥିତିରେ ଭାରତ ପ୍ରତିପକ୍ଷ ପାକିସ୍ତାନ ସହ ଅକ୍ଟୋବର ୨୪ରେ ଟି-୨୦ ବିଶ୍ୱକପ ମ୍ୟାଚ୍‌ ଖେଳିବ? ଆମ ସୈନ୍ୟ ମରୁଛନ୍ତି। ଆମେ କ’ଣ ଟି-୨୦ ମ୍ୟାଚ୍‌ ଖେଳିବା? ପାକିସ୍ତାନ ସବୁଦିନ କଶ୍ମୀରରେ ଭାରତବାସୀଙ୍କ ଜୀବନ ସହ ୨୦-୨୦ ଖେଳୁଛି।

କଶ୍ମୀରେ ଗିରବ ବିହାର ଲୋକଙ୍କୁ ହତ୍ୟା କରାଯାଉଛି। ଟାର୍ଗେଟ କରି ଲୋକଙ୍କୁ ଗୁଳି କରାଯାଉଛି। ଗୁଇନ୍ଦା ବିଭାଗ ଓ କେନ୍ଦ୍ରମନ୍ତ୍ରୀ ଅମିତ ଶାହ କ’ଣ କରୁଛନ୍ତି? ଏହା କେନ୍ଦ୍ରର ସଂପୂର୍ଣ୍ଣ ବିଫଳତା।”

Related story