ମିଆଁମାରରେ ପୁଣି ହିଂସା, ଭୟରେ ମିଜୋରାମରେ ଶରଣ ନେଲେ ଶତାଧିକ ନାଗରିକ

ନୂଆଦିଲ୍ଲୀ: ମିଆଁମାରେ ପୁଣି ଆରମ୍ଭ ହୋଇଛି ହିଂସା। ସେନା ଓ ନାଗରିକଙ୍କ ମଧ୍ୟରେ ବଢ଼ିଲା ସଂଘର୍ଷ। ଏହାରି ଭିତରେ ୧୦୦ରୁ ଅଧିକ ନାଗରିକା ଭାରତ ସୀମା ଡେଇଁ ମିଜୋରାମରେ ପଶିଛନ୍ତି। ଏନେଇ ମିଜୋରାମ ସରକାର ସୂଚନା ଦେଇଛନ୍ତି। ମିଜୋରାମ ଗୃହ ମନ୍ତ୍ରୀ ଲାଲ ଚମଲିୟାନା କହିଛନ୍ତି, ବର୍ତ୍ତମାନ କେତେ ସଂଖ୍ୟକ ନାଗରିକ ଆସିଛନ୍ତି ତା’ର ସଠିକ ସଂଖ୍ୟା କହିହେବ ନାହିଁ କିନ୍ତୁ ରାଜ୍ୟର ଦୁଇ ଜିଲ୍ଲାକୁ ମିଆଁମାର ନାଗରିକ ପଶି ଆସିଥିବା ସେ କହିଛନ୍ତି। ଗୃହମନ୍ତ୍ରୀ କହିଛନ୍ତି, […]

myanmar violance

Madhupriya Mistry
  • Published: Sunday, 12 September 2021
  • , Updated: 12 September 2021, 04:45 PM IST

ନୂଆଦିଲ୍ଲୀ: ମିଆଁମାରେ ପୁଣି ଆରମ୍ଭ ହୋଇଛି ହିଂସା। ସେନା ଓ ନାଗରିକଙ୍କ ମଧ୍ୟରେ ବଢ଼ିଲା ସଂଘର୍ଷ। ଏହାରି ଭିତରେ ୧୦୦ରୁ ଅଧିକ ନାଗରିକା ଭାରତ ସୀମା ଡେଇଁ ମିଜୋରାମରେ ପଶିଛନ୍ତି। ଏନେଇ ମିଜୋରାମ ସରକାର ସୂଚନା ଦେଇଛନ୍ତି।

ମିଜୋରାମ ଗୃହ ମନ୍ତ୍ରୀ ଲାଲ ଚମଲିୟାନା କହିଛନ୍ତି, ବର୍ତ୍ତମାନ କେତେ ସଂଖ୍ୟକ ନାଗରିକ ଆସିଛନ୍ତି ତା'ର ସଠିକ ସଂଖ୍ୟା କହିହେବ ନାହିଁ କିନ୍ତୁ ରାଜ୍ୟର ଦୁଇ ଜିଲ୍ଲାକୁ ମିଆଁମାର ନାଗରିକ ପଶି ଆସିଥିବା ସେ କହିଛନ୍ତି।

ଗୃହମନ୍ତ୍ରୀ କହିଛନ୍ତି, ଗତ କିଛି ଦିନ ମଧ୍ୟରେ ଶତାଧିକ ମିଆଁମାର ନାଗରିକ ମିଜୋରାମରେ ପ୍ରବେଶ କରିଛନ୍ତି। କିନ୍ତୁ ମୁଁ ପ୍ରକୃତ ସଂଖ୍ୟା ଜାଣି ନାହିଁ କାରଣ ଏହି ସମୟରେ ମୁଁ କ୍ୟାରେଣ୍ଟାଇନରେ ଅଛି। ଖବର ଅନୁଯାୟୀ ମିଜୋରାମ ସଂଲଗ୍ନ ମିଆଁମାର ଅଞ୍ଚଳରେ ସଶସ୍ତ୍ର ନାଗରିକ ଏବଂ ସେନା ମଧ୍ୟରେ ତୀବ୍ର ସଂଘର୍ଷ ଚାଲିଛି। ବର୍ତ୍ତମାନ ହିଂସାରୁ ଭୟରେ ପଳାୟନ କରିବା ଚେଷ୍ଟାରେ ମିଆଁମାରର ନାଗରିକମାନେ ମିଜୋରାମକୁ ଆସୁଛନ୍ତି।

ମିଆଁମାରର ହଜାର ହଜାର ନାଗରିକ, ବିଶେଷକରି ଭାରତ ସଂଲଗ୍ନ ଅଞ୍ଚଳରେ ରହୁଥିବା ବ୍ୟକ୍ତି ଚଳିତ ବର୍ଷ ମାର୍ଚ୍ଚରୁ ମିଜୋରାମରେ ପ୍ରବେଶ କରିଛନ୍ତି। ସରକାରୀ ଆକଳନ ଅନୁଯାୟୀ, ବର୍ତ୍ତମାନ ଉତ୍ତର-ପୂର୍ବ ରାଜ୍ୟରେ ପ୍ରାୟ ୧୦ ହଜାର ମିଆଁମାର ନାଗରିକ ବାସ କରୁଛନ୍ତି।

ମିଜୋରାମର ମୁଖ୍ୟ ଶାସନ ସଚିବ ଲାଲନନମାୱିଆ ଶୁଆଙ୍ଗୋ କହିଛନ୍ତି, 'ନିକଟ ଅତୀତରେ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ପ୍ରବଳ ସଂଘର୍ଷ ହୋଇଥିଲା। ଏହି କାରଣରୁ ବହୁ ସଂଖ୍ୟାରେ ମିଆଁମାର ନାଗରିକ ମିଜୋରାମରେ ପ୍ରବେଶ କରୁଛନ୍ତି। ଏହି ଲୋକମାନେ ରାଜ୍ୟର ଚମ୍ପାଇ ଏବଂ ନାହଥିଆଲ ଜିଲ୍ଲାରେ ଆଶ୍ରୟ ନେଉଛନ୍ତି। ମୁଁ ଭାବୁଛି ପରିସ୍ଥିତି ଠିକ୍‌ ହେବା ପରେ ସେମାନେ ଫେରିଯିବେ।'

ସୂଚନା ମୁତାବକ ମିଆଁମାର୍‌ରେ ପୁଣି ଥରେ ସେନା ଏବଂ ରେଜିଷ୍ଟାନ୍ସ ଫୋର୍ସ ମଧ୍ୟରେ ଲଢ଼େଇ ଆରମ୍ଭ ହୋଇଛି। ଏକ ରିପୋର୍ଟ ମୁତାବକ, ଜୁଲାଇ ପରେ ହୋଇଥିବା ଏହା ସବୁଠାରୁ ଭୟଙ୍କର ସଂଘର୍ଷ। ଏଥିରେ ଅନେକ ଯୁବକଙ୍କ ସମେତ ୧୫ରୁ ୨୦ ଗ୍ରାମବାସୀଙ୍କ ମୃତ୍ୟୁ ହୋଇଛି। ଗୁରୁବାର ଦିନ ଉତ୍ତର-ପଶ୍ଚିମ ମେଗୱେ ଟାଉନ୍‌ସିପ୍‌ ନିକଟରେ ଏହି ଲଢ଼େଇ ଆରମ୍ଭ ହୋଇଥିଲା। ମିଆଁମାରରେ ଶାସନ ପରିବର୍ତ୍ତନ ପରେ ସେଠାରେ ଅଶାନ୍ତି ଲାଗି ରହିଛି ।

Related story