୧୨ ହଜାର ଏନଜିଓଙ୍କ ବିଦେଶୀ ଅନୁଦାନ ‍ବନ୍ଦ ! ଲାଇସେନ୍ସ ବାତିଲ

ନୂଆଦିଲ୍ଲୀ: ବିଦେଶୀ ଅନୁଦାନ ପାଉଥିବା ଏନଜିଓକୁ ଶକ୍ତ ଝଟ୍‌କା। ବିଭିନ୍ନ ସଂସ୍ଥା ସମେତ ପ୍ରାୟ ୧୨,୦୦୦ ଏନଜିଓ ଗୁଡ଼ିକର ବିଦେଶୀ ଅନୁଦାନ ମଞ୍ଜୁର ଲାଇସେନ୍ସକୁ  ହଠାତ୍ ବାତିଲ କରିଦେଇଛନ୍ତି କେନ୍ଦ୍ର ସରକାର। ମଦର ଟେରେସା ମିଶନାରୀ ନାମକ ଏକ ସଂସ୍ଥା ପକ୍ଷରୁ ଏହି ଲାଇସେନ୍ସ ରି-ନ୍ୟୁ ପାଇଁ ଆବେଦନ କରାଯାଇଥିଲା ବେଳେ ଏହାକୁ ଅଗ୍ରାହ୍ୟ କରି ଦିଆଯାଇଛି। ଏଥିସହ ଏ ବାବଦରେ ସମ୍ପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଥିଲା। ମଦର ଟେରସା ମିଶନାରୀକୁ ମିଶାଇ ଦେଶର ୧୨,୦୦୦ ସଂସ୍ଥାର […]

money-1

Tapas Behera
  • Published: Saturday, 01 January 2022
  • , Updated: 01 January 2022, 04:46 PM IST

ନୂଆଦିଲ୍ଲୀ: ବିଦେଶୀ ଅନୁଦାନ ପାଉଥିବା ଏନଜିଓକୁ ଶକ୍ତ ଝଟ୍‌କା। ବିଭିନ୍ନ ସଂସ୍ଥା ସମେତ ପ୍ରାୟ ୧୨,୦୦୦ ଏନଜିଓ ଗୁଡ଼ିକର ବିଦେଶୀ ଅନୁଦାନ ମଞ୍ଜୁର ଲାଇସେନ୍ସକୁ  ହଠାତ୍ ବାତିଲ କରିଦେଇଛନ୍ତି କେନ୍ଦ୍ର ସରକାର। ମଦର ଟେରେସା ମିଶନାରୀ ନାମକ ଏକ ସଂସ୍ଥା ପକ୍ଷରୁ ଏହି ଲାଇସେନ୍ସ ରି-ନ୍ୟୁ ପାଇଁ ଆବେଦନ କରାଯାଇଥିଲା ବେଳେ ଏହାକୁ ଅଗ୍ରାହ୍ୟ କରି ଦିଆଯାଇଛି।

ଏଥିସହ ଏ ବାବଦରେ ସମ୍ପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଥିଲା। ମଦର ଟେରସା ମିଶନାରୀକୁ ମିଶାଇ ଦେଶର ୧୨,୦୦୦ ସଂସ୍ଥାର ବିଦେଶୀ ଅନୁଦାନ ଲାଇସେନ୍ସ ବାତିଲ କରି ଦିଆଯାଇଛି। ଧାର୍ଯ୍ୟ ସମୟ ପୂର୍ବରୁ ଏହି ସଂସ୍ଥା ଗୁଡ଼ିକ ଲାଇସେନ୍ସ ପାଇଁ ଆବେଦନ କରିନଥିଲେ। ପୂର୍ବରୁ ଏହି ସଂସ୍ଥା ଗୁଡ଼ିକୁ ଲାଇସେନ୍ସ ରି-ନ୍ୟୁ ପ୍ରାଇଁ ବାରମ୍ବାର ଅବଗତ କରାଯାଇଥିଲା। ହେଲେ ସେମାନେ କର୍ଣ୍ଣପାତ କରିନଥିଲେ। ଏବେ ଅବଧି ସରିବା ପରେ ଲାଇସେନ୍ସ ପାଇଁ ଅପିଲ କରାଯାଇଥିବାରୁ ତାକୁ ଗ୍ରହଣ କରାଯାଇ ନାହିଁ ବୋଲି କୁହାଯାଇଛି।

ଅକ୍ସଫାମ ଇଣ୍ଡିଆ ଟ୍ରଷ୍ଟ, ଜାମିଆ ମିଲିଆ ଇସଲାମିଆ, ଇଣ୍ଡିଆ ମେଡିକାଲ ଆସୋସିଏସନ୍ ଏବଂ ଲିପ୍ରୋସି ମିଶନଙ୍କ ସମେତ ପ୍ରାୟ ୧୨,୦୦୦ ସଂସ୍ଥାର ଲାଇସେନ୍ସ  ବାତିଲ କରାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ଏହି ତାଲିକାରେ  Tuberculosis Association Of India, the Indira Gandhi National Centre For Arts, and the India Islamic Cultural Centre, Oxfam India  ଆଦି ଅଛନ୍ତି। ଏହି ସଂସ୍ଥା ଗୁଡ଼ିକ  ବିଦେଶି ଅନୁଦାନ ପାଣ୍ଠି ଲାଇଇସେନ୍ସର ଅବଧି  ସରି ଯାଇଥିଲା । ଦେଶରେ  ବର୍ତ୍ତମାନ ୧୬,୮୬୯ ଏନଜିଓ ସଂସ୍ଥାର ବିଦେଶୀ ଅନୁନାନ ପାଣ୍ଠି ନେଇ ଲାଇସେନ୍ସ ଦିଆଯାଛି।

୨୦୨୨ ମାର୍ଚ୍ଚ ୩୧ ଯାଏଁ ଏମାନଙ୍କ ଲାଇସେନ୍ସ କାଏମ ରହିବ। ଫରେନ କଣ୍ଟ୍ରିବ୍ୟୁସନ ରେଗୁଲେସନ ଆକ୍ଟ ଅଧୀନରେ ୨୨,୭୬୨ଟି ଏନଜିଓ ପଞ୍ଜିରକଣ କରିଛନ୍ତି।  କିଛି ଦିନ ପୂର୍ବେ କୋଲକାତାର ମଦର ଟେରେସାଙ୍କ ମିଶନାରୀ ଅଫ୍ ଚ୍ୟାରିଟିର ବ୍ୟାଙ୍କ ଆକାଉଣ୍ଟ ଅଚଳ ନେଇ ବିବାଦ ଉପୁଜି ଥିଲା।  ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଏନେଇ ଟ୍ୱିଟ୍‌ କରି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ।  କେନ୍ଦ୍ର ସରକାରଙ୍କ ମନ୍ତ୍ରଣାଳୟ ଭାରତରେ ଚାଲୁଥିବା ମଦର ଟେରେସାଙ୍କ ମିଶନାରୀ ଅଫ୍ ଚ୍ୟାରିଟିର ସମସ୍ତ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍(ଅଚଳ)କରିଦେଇଛନ୍ତି। ସେଠାରେ ଥିବା ୨୨ ହଜାର ରୋଗୀ ଓ କର୍ମଚାରୀଙ୍କୁ ବିନା ଖାଦ୍ୟ ଓ ଔଷଧରେ ଛାଡ଼ି ଦିଆଯାଇଛି ବୋଲି ମମତା ଅଭିଯୋଗ କରିଥିଲେ। । ତେବେ ପୂର୍ବରୁ ଗୁଜରାଟରେ କିଛି ମିଶନାରୀ ସଂସ୍ଥା ଝିଅମାନଙ୍କୁ ଧର୍ମାନ୍ତୀକରଣ କରୁଥିବା ଅଭିଯୋଗ ହୋଇଥିଲା ।

Related story