ଆଇସିଏମଆର ସର୍ଭେ: ଦ୍ୱିତୀୟ ସଂକ୍ରମଣ ଯୋଗୁଁ ହୋଇଛି ୫୬ ପ୍ରତିଶତ ମୃତ୍ୟୁ

ନୂଆଦିଲ୍ଲୀ: କରୋନାର ପ୍ରଥମ ଲହର ତୁଳନାରେ ଦ୍ୱିତୀୟ ଲହରରେ ମୃତ୍ୟୁର ବିଭୀଷିକା ଅଧିକ ରହିଛି। ଦ୍ୱିତୀୟ ଲହର ବେଳେ ଘଟିଥିବା କୋଭିଡ୍‌ ମୃତ୍ୟୁର ୫୬ ପ୍ରତିଶତ ରୋଗୀ ଚିକିତ୍ସାଧୀନ ଅବସ୍ଥାରେ ଜୀବାଣୁ (ବ୍ୟାକ୍ଟେରିଆ) ଓ କବକ (ଫଙ୍ଗସ) ସଂକ୍ରମିତ ହୋଇଥିଲେ। ଡାକ୍ତରମାନେ ଆକ୍ରାନ୍ତଙ୍କ ପାଇଁ ପ୍ରେସ୍‌କ୍ରିପସନ ବେଳେ ଅଧିକ ଶକ୍ତିଶାଳୀ ଆଣ୍ଟିବାୟୋଟିକ୍ ଔଷଧ ଲେଖିଥିବାରୁ ଏଭଳି ଅବସ୍ଥା ଉପୁଜିଥିବା କୁହାଯାଇଛି। କେନ୍ଦ୍ର ସରକାରଙ୍କ Indian Council of Medical Research (ICMR) କରିଥିବା ସର୍ଭେରୁ ଏପରି ସାଙ୍ଘାତିକ ତଥ୍ୟ ଆସିଛି।  […]

Corona

Subhransu Sekhar
  • Published: Friday, 28 May 2021
  • , Updated: 28 May 2021, 03:33 PM IST

ନୂଆଦିଲ୍ଲୀ: କରୋନାର ପ୍ରଥମ ଲହର ତୁଳନାରେ ଦ୍ୱିତୀୟ ଲହରରେ ମୃତ୍ୟୁର ବିଭୀଷିକା ଅଧିକ ରହିଛି। ଦ୍ୱିତୀୟ ଲହର ବେଳେ ଘଟିଥିବା କୋଭିଡ୍‌ ମୃତ୍ୟୁର ୫୬ ପ୍ରତିଶତ ରୋଗୀ ଚିକିତ୍ସାଧୀନ ଅବସ୍ଥାରେ ଜୀବାଣୁ (ବ୍ୟାକ୍ଟେରିଆ) ଓ କବକ (ଫଙ୍ଗସ) ସଂକ୍ରମିତ ହୋଇଥିଲେ। ଡାକ୍ତରମାନେ ଆକ୍ରାନ୍ତଙ୍କ ପାଇଁ ପ୍ରେସ୍‌କ୍ରିପସନ ବେଳେ ଅଧିକ ଶକ୍ତିଶାଳୀ ଆଣ୍ଟିବାୟୋଟିକ୍ ଔଷଧ ଲେଖିଥିବାରୁ ଏଭଳି ଅବସ୍ଥା ଉପୁଜିଥିବା କୁହାଯାଇଛି। କେନ୍ଦ୍ର ସରକାରଙ୍କ Indian Council of Medical Research (ICMR) କରିଥିବା ସର୍ଭେରୁ ଏପରି ସାଙ୍ଘାତିକ ତଥ୍ୟ ଆସିଛି। 

ଦେଶର ମୋଟ୍ ୧୦ଟି ବଡ଼ ବଡ଼ କୋଭିଡ ହସ୍ପିଟାଲରେ ଏହି ସର୍ଭେ କରାଯାଇଥିଲା। ଦ୍ୱିତୀୟ ଥର ପାଇଁ ସଂକ୍ରମିତ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଅଧିକାଂଶ ଆଇସିୟୁରେ ଭର୍ତ୍ତି ହୋଇଥିବା ଆଇସିଏମଆର ତା’ର ସର୍ଭେ ରିପୋର୍ଟରେ ଦର୍ଶାଇଛି। 

ଏହି ସର୍ଭେରେ କୁହାଯାଇଛି ଯେଉଁମାନେ ଦ୍ୱିତୀୟ ଥର ପାଇଁ ସଂକ୍ରମିତ ହୋଇଥିଲେ ସେମାନେ ଚିକିତ୍ସାଧୀନ ଥିବା ବେଳେ କିମ୍ୱା ପୋଷ୍ଟ କୋଭିଡ୍‌ ବେଳେ ବ୍ୟାକଟେରିଆ ଏବଂ ଫଙ୍ଗସର ସଂକ୍ରମିତ ହୋଇଛନ୍ତି। ଯେଉଁଥିପାଇଁ ଅନେକ ପ୍ରାଣ ହରାଇଛନ୍ତି। ମୋଟ୍ ୧୭ ହଜାର ୫୩୪ ଜଣ କରୋନା ଆକ୍ରାନ୍ତଙ୍କୁ ନେଇ କରାଯାଇଥିବା ସର୍ଭେରୁ ଏପରି ତଥ୍ୟ ମିଳିଥିବା ଆଇସିଏମଆର କହିଛି। ଯଦିଓ ଦ୍ୱିତୀୟ ସଂକ୍ରମଣ ବେଳେ ୩.୬ ପ୍ରତିଶତ ବ୍ୟାକଟେରିଆ ଓ ଫଙ୍ଗସ୍‌ ଦ୍ୱାରା ସଂକ୍ରମିତ ହୋଇଛନ୍ତି, ଯାହାର ମୃତ୍ୟୁ ହାତ ୫୬.୭ ପ୍ରତିଶତ ରହିଛି। ମୋଟ୍ ମୃତକଙ୍କ ତୁଳନାରେ ଯେଉଁମାନେ କରୋନା ସଂକ୍ରମଣ ପରେ ଜୀବାଣୁ ଓ କବକ ଦ୍ୱାରା ଦ୍ୱିତୀୟ ଥର ସଂକ୍ରମିତ ହୋଇଛନ୍ତି, ସେମାନଙ୍କର ପରେ ମୃତ୍ୟୁ ଘଟିଛି।

ଏହି ସର୍ଭେ ସମୟରେ ଆଇସିଏମଆର ଜଣେ କେମିତି ସଂକ୍ରମିତ ହୋଇଛି, ବ୍ୟାକେଟରିଆରେ ଆକ୍ରାନ୍ତ ହେବା, ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କେତେ ଅଛି, ଦ୍ୱିତୀୟ ଥର ସଂକ୍ରମିତ ହୋଇଛନ୍ତି କି ଇତ୍ୟାଦିକୁ ଗୁରୁତ୍ୱ ଦେଇଥିଲା।

ସେହିପରି ଦ୍ୱିତୀୟ ଲହର ବେଳେ କରୋନାକୁ ନିପାତ କରିବାକୁ ଯାଇ ବ୍ୟବହାର ହୋଇଥିବା ଅଧିକ ଶକ୍ତିଶାଳୀ ଆଣ୍ଟିବାୟୋଟିକ୍ ଅଧିକାଂଶଙ୍କ ପାଇଁ ପୋଷ୍ଟ କୋଭିଡ ବେଳେ ଘାତକ ସାଜିଛି। ଡାକ୍ତରମାନେ ଆକ୍ରାନ୍ତଙ୍କ ପାଇଁ ପ୍ରେସକ୍ରିପସନ ବେଳେ ଅଧିକ ଶକ୍ତିଶାଳୀ ଆଣ୍ଟିବାୟୋଟିକ୍ ଔଷଧ ଲେଖିଥିବାରୁ ଏଭଳି ଅବସ୍ଥା ଉପୁଜିଥିବା କୁହାଯାଇଛି। ତେଣୁ ଜୀବନ ରକ୍ଷା କରିବାକୁ ଯାଇ ବ୍ୟବହାର କରାଯାଇଥିବା ଆଣ୍ଟିବାୟୋଟିକକୁ ଅତିରିକ୍ତ ବ୍ୟବହାର ଉପରେ ରୋକ୍ ଲଗାଇବା ଦରକାର ବୋଲି ବିଶେଷଜ୍ଞ ଚେତାବନୀ ଦେଇଛନ୍ତି।

Related story