ପାକିସ୍ତାନ ନୌସେନା ଯୁଦ୍ଧ ଜାହାଜକୁ ଘଉଡ଼ାଇଲା ଭାରତ

ନୂଆଦିଲ୍ଲୀ: ଜଳ ସୀମାରେ ପାକିସ୍ତାନର ବଦମାସି। ପାକିସ୍ତାନର ଏକ ନୌସେନାର ଯୁଦ୍ଧ ଜାହାଜ ଭାରତୀୟ ଜଳସୀମା ଭିତରେ ପ୍ରବେଶ କରିବାକୁ ଉଦ୍ୟମ କରିଥିଲା। ଗତ ମାସରେ ଗୁଜରାଟ ତଟରେ ଏହି ପାକିସ୍ତାନ ଜାହାଜଟି ପ୍ରବେଶ କରିବାରକୁ ଉଦ୍ୟମ କରିଥିଲା।  ତେବେ ଶତ୍ରୁ ରାଷ୍ଟ୍ରର ଏହି ଜାହାଜଟିକୁ ଭାରତୀୟ ତଟରକ୍ଷୀବାହିନୀ ପକ୍ଷରୁ ତୁରନ୍ତ ଚିହ୍ନଟ କରାଯାଇ ଘଉଡ଼ା ଯାଇଥିଲା।  ମୌସୁମୀ ଋତୁ ପିକରେ ଥିବା ବେଳେ ଗତ ମାସରେ ପାକିସ୍ତାନ ନୌସେନା ଜାହାଜ ଆଲାମଗିର ଦିନ ବେଳା ଭାରତୀୟ […]

690

690

Tapas Behera
  • Published: Sunday, 07 August 2022
  • Updated: 07 August 2022, 10:32 PM IST

ନୂଆଦିଲ୍ଲୀ: ଜଳ ସୀମାରେ ପାକିସ୍ତାନର ବଦମାସି। ପାକିସ୍ତାନର ଏକ ନୌସେନାର ଯୁଦ୍ଧ ଜାହାଜ ଭାରତୀୟ ଜଳସୀମା ଭିତରେ ପ୍ରବେଶ କରିବାକୁ ଉଦ୍ୟମ କରିଥିଲା। ଗତ ମାସରେ ଗୁଜରାଟ ତଟରେ ଏହି ପାକିସ୍ତାନ ଜାହାଜଟି ପ୍ରବେଶ କରିବାରକୁ ଉଦ୍ୟମ କରିଥିଲା।  ତେବେ ଶତ୍ରୁ ରାଷ୍ଟ୍ରର ଏହି ଜାହାଜଟିକୁ ଭାରତୀୟ ତଟରକ୍ଷୀବାହିନୀ ପକ୍ଷରୁ ତୁରନ୍ତ ଚିହ୍ନଟ କରାଯାଇ ଘଉଡ଼ା ଯାଇଥିଲା।  ମୌସୁମୀ ଋତୁ ପିକରେ ଥିବା ବେଳେ ଗତ ମାସରେ ପାକିସ୍ତାନ ନୌସେନା ଜାହାଜ ଆଲାମଗିର ଦିନ ବେଳା ଭାରତୀୟ ଜଳସୀମାରେ ପ୍ରବେଶ କରିବାକୁ ଆଗକୁ ବଢ଼ିଥିଲା। ହେଲେ ପାକିସ୍ତାନର ଏହି ଚକ୍ରାନ୍ତ ବିଫଳ ହୋଇଛି। ଭାରତୀୟ ଜଳସୀମା ଛୁଇଁବା ମାତ୍ରେ  ଡର୍ନିୟର ମେରିଟାଇମ ସର୍ଭିଲେନ୍ସ ଏୟାକ୍ରାଫ୍ଟ ତାର ରାଡାର ମାଧ୍ୟମରେ ଜାଣିପାରିଥିଲା।

ଏହାପରେ ଭାରତୀୟ ରଟରକ୍ଷୀ ବାହିନୀର ଡର୍ନିୟର ବିମାନ ପାକିସ୍ତାନ ଜାହାଜ ଉପରରେ ବୁଲି ତାକୁ ଚେତାବନୀ ଦେଥିଲା। ଭାରତୀୟ ଜଳ ଭିତରକୁ ପ୍ରବେଶ କରିବା ପରେ ପ୍ରଥମେ ଏହା ଭାରତୀୟ କୋଷ୍ଟଗାର୍ଡ ଡର୍ନିୟର ବିମାନ ଦ୍ୱାରା ଚିହ୍ନଟ ହୋଇଥିଲା। ଏହି ବିମାନଟି ନିକଟସ୍ଥ ବିମାନବନ୍ଦରରୁ ସାମୁଦ୍ରିକ ତଦାରଖ ପାଇଁ ଉଡ଼ାଣ ଆରମ୍ଭ କରିଥିଲା। ପାକିସ୍ତାନୀ ଯୁଦ୍ଧ ଜାହାଜ ଦେଖିବା ପରେ, ଡର୍ନିୟର ଏହାର କମାଣ୍ଡ ସେଣ୍ଟରକୁ ଭାରତୀୟ ଜଳରେ ପାକ୍ ଯୁଦ୍ଧ ଜାହାଜର ଉପସ୍ଥିତି ବିଷୟରେ ଅବଗତ କରାଇଥିଲେ ।

ଡର୍ନିୟର ପାକିସ୍ତାନୀ ଯୁଦ୍ଧ ଜାହାଜକୁ ଚେତାବନୀ ଦେଇ ଏହାକୁ ନିଜ ଅଞ୍ଚଳକୁ ଫେରିବାକୁ କହିଥିଲେ। କିନ୍ତୁ ପାକ୍ ଯୁଦ୍ଧ ଜାହାଜ ପଛକୁ ଫେରିନଥିଲା। ଏହା ପରେ ଡର୍ନିୟର୍ ପାକ୍ ଯୁଦ୍ଧ ଜାହାଜ ପିଏନ୍ଏସ୍ ଆଲାମଗିର୍ ଉପରେ ଘୁରି ବୁଲିଥିଲେ। ଏହା ପଛର ଉଦ୍ଦେଶ୍ୟ ଜାଣିବା ପାଇଁ ପାକ୍ ଯୁଦ୍ଧ ଜାହାଜ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ବି ପାକିସ୍ତାନୀ ଯୁଦ୍ଧ ଜାହାଜର କ୍ୟାପଟେନ କିଛି କହି ନଥିଲେ। ହେଲେ ଡର୍ନିୟର ପାକିସ୍ତାନୀ ଯୁଦ୍ଧ ଜାହାଜ ସାମ୍ନାରେ ଦୁଇ ତିନିଥର ଉଡିବା ପରେ ଏହା ପଛକୁ ଫେରି ଭାରତ ସୀମାରୁ ବାହାରି ଯାଇଥିଲା ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos