ଗଲୱାନ ଓ ପାଙ୍ଗୋଙ୍ଗ ଯିବ ସଂସଦୀୟ କମିଟି, ରାହୁଲ ଗାନ୍ଧି ଯିବେନି!

ନୂଆଦିଲ୍ଲୀ: ଭାରତ ଓ ଚାଇନା ମଧ୍ୟରେ ଚାଲିଥିବା ସୀମା ବିବାଦ ମଧ୍ୟରେ ଏଲଏସି ସ୍ଥିତି ଯାଞ୍ଚ କରିବା ଜୁଏଲ ଓରାମଙ୍କ ନେତୃତ୍ୱାଧୀନ ପ୍ରତିରକ୍ଷା ବ୍ୟାପାରର ସଂସଦୀୟ ଷ୍ଟାଣ୍ଡିଂ କମିଟି ସଦସ୍ୟମାନେ ଗଲୱାନ ଏବଂ ପାଙ୍ଗୋଙ୍ଗ ହ୍ରଦ ସୋ ନିକଟକୁ ଯିବେ। ଏହି ପ୍ୟାନେଲର ୩୦ ଜଣିଆ ସଦସ୍ୟ ସେଠାକୁ ଯିବାକୁ ଚାହୁଁଥିଲେ ହେଁ ଏହା ପୂର୍ବରୁ କେନ୍ଦ୍ର ସରକାରଙ୍କ ଅନୁମତି ନେବାକୁ ପଡ଼ିବ। ଏହି କମିଟିର ଅଧ୍ୟକ୍ଷ ଜୁଏଲ ଓରାମ ରହିଥିବା ବେଳେ ଏହାର ଅନ୍ୟତମ ସଦସ୍ୟ […]

China

Hemant Lenka
  • Published: Saturday, 13 February 2021
  • , Updated: 13 February 2021, 07:08 PM IST

ନୂଆଦିଲ୍ଲୀ: ଭାରତ ଓ ଚାଇନା ମଧ୍ୟରେ ଚାଲିଥିବା ସୀମା ବିବାଦ ମଧ୍ୟରେ ଏଲଏସି ସ୍ଥିତି ଯାଞ୍ଚ କରିବା ଜୁଏଲ ଓରାମଙ୍କ ନେତୃତ୍ୱାଧୀନ ପ୍ରତିରକ୍ଷା ବ୍ୟାପାରର ସଂସଦୀୟ ଷ୍ଟାଣ୍ଡିଂ କମିଟି ସଦସ୍ୟମାନେ ଗଲୱାନ ଏବଂ ପାଙ୍ଗୋଙ୍ଗ ହ୍ରଦ ସୋ ନିକଟକୁ ଯିବେ। ଏହି ପ୍ୟାନେଲର ୩୦ ଜଣିଆ ସଦସ୍ୟ ସେଠାକୁ ଯିବାକୁ ଚାହୁଁଥିଲେ ହେଁ ଏହା ପୂର୍ବରୁ କେନ୍ଦ୍ର ସରକାରଙ୍କ ଅନୁମତି ନେବାକୁ ପଡ଼ିବ।

ଏହି କମିଟିର ଅଧ୍ୟକ୍ଷ ଜୁଏଲ ଓରାମ ରହିଥିବା ବେଳେ ଏହାର ଅନ୍ୟତମ ସଦସ୍ୟ ହେଉଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି। କମିଟିର ସଦସ୍ୟମାନେ ମେ’ ମାସର ଶେଷ ସପ୍ତାହ କିମ୍ବା ଜୁନ୍‌ ମାସରେ ପୂର୍ବ ଲଦାଖ ଯିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ପ୍ୟାନେଲର ଶେଷଥର ବସିଥିବା ବୈଠକରେ ଏହି ନିଷ୍ପତ୍ତି ହୋଇଛି। ହେଲେ ଏଥିରେ ରାହୁଲ ଗାନ୍ଧି ଉପସ୍ଥିତ ନଥିଲେ। ତେଣୁ ସେ ଗଲୱାନ ଓ ପାଙ୍ଗୋଙ୍ଗ ହ୍ରଦକୁ ଯିବେ ନାହିଁ ବୋଲି ଜଣାପଡ଼ିଛି।

ଗତବର୍ଷ ମେ’ ମାସରୁ ଭାରତ ଓ ଚାଇନା ମଧ୍ୟରେ ପୂର୍ବ ଲଦାଖରେ ତିକ୍ତତା ସୃଷ୍ଟି ହୋଇଛି। ଜୁନ୍‌ ୧୫ରେ ଗଲୱାନ ଘାଟିରେ ଭାରତ ଓ ଚାଇନାର ଯବାନଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା। ଏଥିରେ ୨୦ ଜଣ ଯବାନ ମଧ୍ୟ ସହିଦ ହୋଇଥିଲେ। ଏହାପରେ ତିକ୍ତତା ଚରମ ସୀମାରେ ପହଞ୍ଚିଥିଲା। ତେବେ ଉଭୟ ଦେଶ ୯ ଥର ବୈଠକ କରିବା ପରେ ବିବାଦରେ ସାମାନ୍ୟ ଶିଥିଳତା ଆସିଛି। ଉଭୟ ଦେଶ ପାଙ୍ଗୋଙ୍ଗ ହ୍ରଦ ନିକଟରୁ ସେନା ପ୍ରତ୍ୟାହାର କରିବା ମଧ୍ୟ ଆରମ୍ଭ କରିଛନ୍ତି। ଏ ସମ୍ପର୍କରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଲୋକସଭାକୁ ଅବଗତ କରାଇଛନ୍ତି।

Related story