କଂଗ୍ରେସରେ ତେଜିଲା ନେତୃତ୍ୱ ପରିବର୍ତ୍ତନ ଦାବି, ପୂର୍ଣ୍ଣକାଳୀନ ଅଧ୍ୟକ୍ଷ ପାଇଁ ଦାବି କଲେ ହୁଡ୍ଡା

ନୂଆଦିଲ୍ଲୀ: ପଞ୍ଜାବରେ ସୃଷ୍ଟି ହୋଇଥିବା କଂଗ୍ରେସର ଦଳୀୟ କନ୍ଦଳ ଥମି ନଥିବା ବେଳେ ଏବେ ଜାତୀୟ ସ୍ତରରେ ନେତୃତ୍ୱ ପରିବର୍ତ୍ତନ ଦାବି ତୀବ୍ର ହୋଇଛି। ଜଣଙ୍କ ପରେ ଜଣେ ବରିଷ୍ଠ ନେତା କଂଗ୍ରେସର ସ୍ଥାୟୀ ଅଧ୍ୟକ୍ଷ ନିଯୁକ୍ତ କରିବାକୁ ଦାବି କରୁଛନ୍ତି। ପୂର୍ବରୁ କିପଲ ସିବଲ, ପି ଚିଦାମ୍ବରମ ଓ ଆନନ୍ଦ ଶର୍ମା ଦଳୀୟ ନିର୍ବାଚନ ପାଇଁ ଦାବି କରୁଥିବା ବେଳେ ଏବେ ଏଥିରେ ଭୂପିନ୍ଦର ସିଂହ ହୁଡ୍ଡା ଯୋଡ଼ି ହୋଇଯାଇଛନ୍ତି। ହରିଆଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ହୁଡ୍ଡା […]

congress

Hemant Lenka
  • Published: Friday, 01 October 2021
  • , Updated: 01 October 2021, 07:59 PM IST

ନୂଆଦିଲ୍ଲୀ: ପଞ୍ଜାବରେ ସୃଷ୍ଟି ହୋଇଥିବା କଂଗ୍ରେସର ଦଳୀୟ କନ୍ଦଳ ଥମି ନଥିବା ବେଳେ ଏବେ ଜାତୀୟ ସ୍ତରରେ ନେତୃତ୍ୱ ପରିବର୍ତ୍ତନ ଦାବି ତୀବ୍ର ହୋଇଛି। ଜଣଙ୍କ ପରେ ଜଣେ ବରିଷ୍ଠ ନେତା କଂଗ୍ରେସର ସ୍ଥାୟୀ ଅଧ୍ୟକ୍ଷ ନିଯୁକ୍ତ କରିବାକୁ ଦାବି କରୁଛନ୍ତି। ପୂର୍ବରୁ କିପଲ ସିବଲ, ପି ଚିଦାମ୍ବରମ ଓ ଆନନ୍ଦ ଶର୍ମା ଦଳୀୟ ନିର୍ବାଚନ ପାଇଁ ଦାବି କରୁଥିବା ବେଳେ ଏବେ ଏଥିରେ ଭୂପିନ୍ଦର ସିଂହ ହୁଡ୍ଡା ଯୋଡ଼ି ହୋଇଯାଇଛନ୍ତି।

ହରିଆଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ହୁଡ୍ଡା ପଞ୍ଜାବରେ ଦଳ ସମ୍ମୁଖୀନ ହେଉଥିବା ସ୍ଥିତିକୁ ନେଇ ଚିନ୍ତା ପ୍ରକଟ କରିବା ସହ ଏହାକୁ ଆହୁରି ଭଲ ଭାବେ ପରିଚାଳନା କରାଯାଇ ପାରିଥାଆନ୍ତା ବୋଲି କହିଛନ୍ତି। ଏଥିସହ ଦଳରେ ଜଣେ ପୂର୍ଣ୍ଣକାଳୀନ ଅଧ୍ୟକ୍ଷ ରହିବା ଜରୁରୀ ବୋଲି ସେ କହିଛନ୍ତି।

୨୦୧୯ ଲୋକସଭା ନିର୍ବାଚନ ପରେ ରାହୁଲ ଗାନ୍ଧି କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ। ସେବେଠାରୁ ସୋନିଆ ଗାନ୍ଧି ଅନ୍ତରୀଣ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଛନ୍ତି। ୨ ବର୍ଷ ବିତି ଯାଇଥିଲେ ମଧ୍ୟ ଦଳରେ କେହି ବି ସ୍ଥାୟୀ ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇନାହାନ୍ତି। ଗୋଟିଏ ପରେ ଗୋଟିଏ କଂଗ୍ରେସ ଶାସିତ ରାଜ୍ୟରେ ଦଳୀୟ କନ୍ଦଳ ଦେଖାଯାଉଥିବା ବେଳେ ସ୍ଥାୟୀ ଅଧ୍ୟକ୍ଷ ନିଯୁକ୍ତ ନ ହେବା ସ୍ଥିତିକୁ ଆହୁରି ଜଟିଳ କରିଛି।

ଏଥିପାଇଁ ବରିଷ୍ଠ ନେତାମାନେ ଏବେ ମୁହଁ ଖୋଲିବା ଆରମ୍ଭ କରିଛନ୍ତି। ସେମାନେ ଏଆଇସିସିର ସ୍ଥାୟୀ ଅଧ୍ୟକ୍ଷଙ୍କ ନିଯୁକ୍ତି ଦାବି କରିବା ସହ ସାଂଗଠନିକ ନିର୍ବାଚନ ପାଇଁ ଦାବି କରୁଛନ୍ତି। ଆଜି ହୁଡ୍ଡା କହିଛନ୍ତି, ପଞ୍ଜାବରେ ଯାହା ଘଟିଲା, ତାହା ଆଦୌ ଶୁଭଙ୍କର ନୁହେଁ। ପଞ୍ଜାବ ସ୍ଥିତିକୁ ଆହୁରି ଭଲ ଭାବେ ପରିଚାଳନା କରାଯାଇ ପାରିଥାଆନ୍ତା। ସେହିପରି ଏଆଇସିସିର ଜଣେ ପୂର୍ଣ୍ଣକାଳୀନ ଅଧ୍ୟକ୍ଷ ରହିବା ଦରକାର।

ଏହି ସମସ୍ୟାକୁ ତୁରନ୍ତ ସମାଧାନ କରାଯିବା ଉଚିତ। ଦଳ ମଧ୍ୟରେ ଯାହା ସବୁ ଘଟୁଛି, ତାହା ଦେଶ ପାଇଁ ବି ଭଲ ନୁହେଁ। କଂଗ୍ରେସ ନେତୃତ୍ୱବୃନ୍ଦ ଏହା ଉପରେ ମନ୍ଥନ କରନ୍ତୁ। ପଞ୍ଜାବ ଭଳି ସ୍ଥିତି ଅନ୍ୟ କଂଗ୍ରେସ ଶାସିତ ଅଞ୍ଚଳରେ କେବେ ହେଲେ ଘଟିବ ନାହିଁ ବୋଲି ହୁଡ୍ଡା ଦମ୍ଭୋକ୍ତି କରିଛନ୍ତି।

Related story