ମିରଟ: ଉତ୍ତରପ୍ରଦେଶର ମିରଟରେ ଆଜି ଏକ ଅଦ୍ଭୁତ ଘଟଣା ଘଟିଛି। ମିରଟର୍ ଦୌରାଲା ରେଳ ଷ୍ଟେସନରେ ଶାହାରନପୁର-ଦିଲ୍ଲୀ ପାସେଞ୍ଜର ଟ୍ରେନ୍ର ଇଞ୍ଜିନ୍ ସହ ଦୁଇଟି କୋଚ୍ରେ ନିଆଁ ଲାଗି ଯାଇଛି। ତେବେ ଯାତ୍ରୀ ମାନେ ଏହି ଟ୍ରେନ୍ର କୋଚ୍କୁ ଠେଲୁଥିବା ଦୃଶ୍ୟ ସାମ୍ନାକୁ ଆସିଛି। ନିଆଁ ଲାଗିଥିବା ଇଞ୍ନ୍ ଏବଂ ଦୁଇଟି ବଗିରୁ ବାକି ବଗିକୁ ରକ୍ଷା କରିବା ପାଇଁ ଯାତ୍ରୀମାନେ ଟ୍ରେନ୍ଟିକୁ ଠେଲୁ ଥିବା ଜଣାପଡ଼ିଛି। ଟ୍ରେନ୍ଟି ଠିଆ ହୋଇଥିବା ବେଳେ ନିଆଁ ଲାଗିଥିଲା।
https://twitter.com/ANINewsUP/status/1499986416969089028?s=20&t=MjI30wU8XEP7Efe0JPcYlg
ଏଥିରେ କେହି ମୃତାହତ ହୋଇ ନଥିବା ରେଲୱେ ପକ୍ଷରୁ ସୂଚନା ଦିଅଯାଇଛି। ନିଆଁ ଲାଗିଥିବା ଇଞ୍ଜିନ୍ ସହ ଦୁଇଟି କୋଚ୍କୁ ଅଲଗା କରାଯିବା ପରେ ଲୋକେ ଟ୍ରେନ୍ଟିକୁ ଠେଲିଥିଲେ। ।
ଏହାର ଭିଡିଓ ଏଏନଆଇ ପକ୍ଷରୁ ଟ୍ୱିଟ୍ରରେ ସେୟାର କରାଯାଇଛି। ଅନେକ ଯାତ୍ରୀଙ୍କ ସହ ରେଲୱେ କର୍ମଚାରୀମାନେ ଏହି ଟ୍ରେନ୍ଟିକୁ ଠେଳୁଥିବା ଭିଡିଓରେ ଦେଖିବାକୁ ମିଳଛି। ପରେ ଅଗ୍ନିଶମବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏହି ଘଟଣା ପରେ ଅନେକ ଟ୍ରେନ ଚଳାଚଳରେ ବାଧାପ୍ରାପ୍ତ ହୋଇଥିଲା। ତେବେ ଦୁର୍ଘଟଣାରେ କୌଣସି ଯାତ୍ରୀଙ୍କର କ୍ଷତି ହୋଇ ନାହିଁ। ତେବେ ନିଆଁ ଲାଗିବାର କାରଣ ଜଣାପଡ଼ି ନାହିଁ।