ଦରଦାମ ବଢ଼ିଲା, ଲାଞ୍ଚ ବଢ଼ାଅ ! ଲକ୍ଷ ଛୁଇଁଲାଣି କାରବାର

ପାଟନା: ଭାଉ ଖାଉଛି ପେଟ୍ରୋଲ ଡିଜେଲ। ପନିପରିବା ଦରରେ ହାତ ମାରି ହେଉନି।  ଅତ୍ୟାବଶ୍ୟକ ସାମଗ୍ରୀର ମଧ୍ୟ ଦର ବଢ଼ୁଛି। ସବୁଥିରେ ଦରଦାମ ହୁ ହୁ ହୋଇ ବଢ଼ୁଥିବା ବେଳେ ଲାଞ୍ଚ ପରିମାଣ କାହିଁକି ପଛରେ ପଡ଼ିବ। ଲାଞ୍ଚ ନେଉଥିବା ବାବୁ ମାନେ ମଧ୍ୟ ମହଙ୍ଗା ଯୁଗରେ ନିଜର ଡିମାଣ୍ଡ ବଢ଼େଇ ଦେଇଛନ୍ତି। ଏହା ଏକ ଅଘୋଷିତ ଘୋଷଣା ହୋଇଥିଲେ ମଧ୍ୟ କଥାଟି ମିଛ ନୁହେଁ। ଗତ କିଛି ଦିନ ହେବ ଭିଜିଲାନ୍ସ ପକ୍ଷରୁ ରେଡ୍‌ ବେଳେ […]

Money

Money

Tapas Behera
  • Published: Monday, 12 September 2022
  • Updated: 12 September 2022, 05:24 PM IST

Sports

Latest News

ପାଟନା: ଭାଉ ଖାଉଛି ପେଟ୍ରୋଲ ଡିଜେଲ। ପନିପରିବା ଦରରେ ହାତ ମାରି ହେଉନି।  ଅତ୍ୟାବଶ୍ୟକ ସାମଗ୍ରୀର ମଧ୍ୟ ଦର ବଢ଼ୁଛି। ସବୁଥିରେ ଦରଦାମ ହୁ ହୁ ହୋଇ ବଢ଼ୁଥିବା ବେଳେ ଲାଞ୍ଚ ପରିମାଣ କାହିଁକି ପଛରେ ପଡ଼ିବ। ଲାଞ୍ଚ ନେଉଥିବା ବାବୁ ମାନେ ମଧ୍ୟ ମହଙ୍ଗା ଯୁଗରେ ନିଜର ଡିମାଣ୍ଡ ବଢ଼େଇ ଦେଇଛନ୍ତି। ଏହା ଏକ ଅଘୋଷିତ ଘୋଷଣା ହୋଇଥିଲେ ମଧ୍ୟ କଥାଟି ମିଛ ନୁହେଁ। ଗତ କିଛି ଦିନ ହେବ ଭିଜିଲାନ୍ସ ପକ୍ଷରୁ ରେଡ୍‌ ବେଳେ ଆଖି ତରାଟିଲା ଭଳି ଯେଉଁ ଟଙ୍କା ଓ ସମ୍ପତ୍ତି ଜବତ ହେଉଛି ସେଥିରୁ ଏହି କଥା ହିଁ  ସ୍ପଷ୍ଟ ବାରି ହେଉଛି। ବିହାରରେ ଭିଜିଲାନ୍ସ ପକ୍ଷରୁ ଗତ ବର୍ଷେ ହେବ ଯେଉଁ ଉଚ୍ଚ ପରିମାଣରେ ସମ୍ପତ୍ତି ଜବତ ହେଉଛି ସେଥିରୁ ଏମିତି କିଛି ଆଭାସ ମିଳୁଛି। କୋଭିଡ୍‌ ମହାମାରୀ ସମୟରେ ଲକଡାଉନ୍‌ କାରଣରୁ ଦେଶରେ ଆର୍ଥିକ ସଙ୍କଟ ତୀବ୍ରସ୍ତରରେ ପହଞ୍ଚିଥିଲା । ଦେଶରେ ଦରଦାମ ହୁହୁ ହୋଇ ବୃଦ୍ଧି ପାଇଲା।  ମହାମାରୀ ଗଲା ପରେ ମଧ୍ୟ ଦେଶ  ଆର୍ଥିକ ଦୁରବସ୍ଥାରୁ ମୁକୁଳି ପାରିନାହିଁ। ବରଂ ଦରଦାମ ଅଧିକରୁ ଅଧିକ ବଢ଼ିବାରେ ଲାଗିଛି। ସବୁ ଯେତେ ବେଳେ ବଢ଼ୁଛି ଲାଞ୍ଚ ଏବଂ ପିସିଖୋର ବାବୁମାନେ କାହିଁକି ପଛରେ ପଡ଼ିବେ। ଆଗରୁ ଯେଉଁ କାମ ପାଇଁ ଏହି ବାବୁ ମାନେ ହଜାର ଭିତରେ କାରବାର କରୁଥିଲେ ଏବେ ତାହା ଲକ୍ଷ ଛୁଇଁଲାଣି।  ଭିଜିଲାନ୍ସ ପକ୍ଷରୁ ରେଡ୍‌ ହୋଇଥିବା ମାମଲାରେ ଅଧିକାଂଶ ୫୦,୦୦୦ ଟଙ୍କାରୁ ଅଧିକ ପରିମାଣ ରହିଛି। ଗୋଟିଏ ଗୋଟିଏ କେସ୍‌ ଲକ୍ଷାଧିକ ଟଙ୍କା ଛୁଇଁଛି।

ନିକଟରେ ଦୀପକ କୁମାର ସିଂହ ନାମକ ଜଣେ କନଷ୍ଟେବଳଙ୍କ ଘରେ ରେଡ୍‌ କରିଥିଲା ଭିଜିଲାନ୍ସ। ଗୋଟିଏ ମାମଲାରେ ୪.୫ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ସେ ଧରାପଡ଼ିଛନ୍ତି। ଗତ ମାର୍ଚ୍ଚ ମାସରେ  ଭିଜିଲାନ୍ସ ତାଙ୍କୁ ପାଟନାରୁ  ଗିରଫ ମଧ୍ୟ କରିଛି। ଅନ୍ୟ ଜଣେ ହେଉଛନ୍ତି ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଇଞ୍ଜିନିୟର  ହେମଚନ୍ଦ୍ର ଲାଲକରନ।  ସେ ୬୨,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ।  ଗତ ମାସରେ ତାଙ୍କୁ ଗିରଫ କରାଯାଇଛି। ତାଙ୍କଠାରୁ ଆୟ ବହିର୍ଭୁତ ସମ୍ପତ୍ତି ୬.୫୦ ଲକ୍ଷ ଟଙ୍କା କ୍ୟାସ ଜବତ ହୋଇଛି।

ଗତ ବର୍ଷ ଗୃହ ନିର୍ମାଣ ବିଭାଗ ଏକ୍‌ଜିକ୍ୟୁଟିଭ ଇଞ୍ଜିନିୟର  ରାଜେଶ କୁମାର ୮ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ  ଭିଜିଲଲାନ୍ସ ଜାଲରେ ଧରାପଡ଼ିଥିଲେ।  ୨୦୧୯ରେ  ରାସ୍ତା ନିର୍ମାଣ ବିଭାଗର ଏକଜିକ୍ୟୁଟିଭ ଇଞ୍ଜିନିୟର ଅରବିନ୍ଦ କୁମାର  ୧୬ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ରେଡ୍‌ ହ୍ୟାଣ୍ଡେଡ୍‌ ଧରାପଡ଼ିଥିଲେ।  ସମାନ ବିଭାଗରେ  ସୁରେଶ ପ୍ରସାଦ ସିଂହ ନାମକ ଏକଜିକ୍ୟୁଟିଭ ଇଞ୍ଜିନିୟର  ୧୪ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ କାବୁ କରିଥିଲା।  ପରେ ତାଙ୍କ ଘରୁ୨୩ ଲକ୍ଷ ଟଙ୍କାର କ୍ୟାସ ଜବତ କରାଯାଇଥିଲା। ସେହିପରି  ରାଜା ରାମ ସିଂହ ନାମକ ଜଣେ କିରାଣି ଜଣେ ଗ୍ରାମବାସୀଙ୍କଠାରୁ ୫ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଥିଲେ। ସରକାରୀସ୍ତରରେ ସର୍ବନିମ୍ନ ଲାଞ୍ଚ ପରିମାଣ ୫୦୦ ଟଙ୍କା ରହିଛି।

ଏହାର ଉଦାହରଣ  ହେଉଛନ୍ତି।ନାୱଦା ସର୍କଲ ଅଫିସର କର୍ମଚାରୀ ନନ୍ଦ ଲାଲ ପାସୱାନ। ସେ ୨୦୦୬ରେ  ୫୦୦ ଟଙ୍କା ଲାଞ୍ଚ ନେଉଥିବା ଧରାପଡ଼ିଥିଲେ।  ତେବେ ଭିଜିଲାନ୍ସ ପକ୍ଷରୁ କୁହାଯାଇଛି ଯେ, ଲାଞ୍ଜ କାରବାରକୁ ନେଇ ବିଭାଗ ପକ୍ଷରୁ ନିୟମିତ ଚଢ଼ାଉ କରାଯାଉଛି। ଭିଜିଲାନନ୍ସ ସପ୍ତାହ ମଧ୍ୟ ପାଳନ କରାଯାଇ ସଚେତନତା କରାଯାଉଛି। ଲାଞ୍ଚ ଓ ପିସି କାରବାରକୁ ରୋକିବା ପାଇଁ ବିଭାଗ ପକ୍ଷରୁ  ସମସ୍ତ ପ୍ରକାର ପଦକ୍ଷେପ ନିଆଯାଉଥିବା ସଫେଇ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story