ମଝି ଆକାଶରେ ଯାତ୍ରୀବାହୀ ବିମାନରେ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ: ଯାତ୍ରୀବାହୀ ବିମାନରେ ଅଗ୍ନିକାଣ୍ଡ। ମଝି ଆକାଶରେ ବିମାନରେ ଲାଗିଲା ନିଆଁ। ଫଳରେ ଉକ୍ତ ବିମାନକୁ ଜରୁରୀକାଳୀନ ଅବତରଣ କରାଯାଇଛି। ବିହାର ପାଟନା ବିମାନ ବନ୍ଦରରେ ଏଭଳି ଏକ ବିମାନ ଦୁର୍ଘଟଣା ଘଟିଛି। ରିପୋର୍ଟ ମୁତାବକ, ବିମାନଟି ପାଟନାର ଜୟପ୍ରକାଶ ଇଣ୍ଟରନ୍ୟାସନାଲ ବିମାନ ବନ୍ଦରରୁ ୧୨ଟା ୧୦ ମିନିଟ୍‌ରେ ଦିଲ୍ଲୀ ଅଭିମୁଖେ ଉଡାଣ ଭରିଥିଲା। ତେବେ ଟେକ୍‌ ଅଫ୍‌ର କିଛି ମିନିଟ୍‌ ପରେ ବିମାନର ଗୋଟିଏ ଡେଣାରେ ନିଆଁ ଲାଗିଯାଇଥିଲା। ତେବେ ଆଶ୍ଚର୍ଯ୍ୟଜନକ କଥା ଯେ, ବିମାନରେ […]

Spicejet

Madhupriya Mistry
  • Published: Sunday, 19 June 2022
  • , Updated: 19 June 2022, 01:53 PM IST

ନୂଆଦିଲ୍ଲୀ: ଯାତ୍ରୀବାହୀ ବିମାନରେ ଅଗ୍ନିକାଣ୍ଡ। ମଝି ଆକାଶରେ ବିମାନରେ ଲାଗିଲା ନିଆଁ। ଫଳରେ ଉକ୍ତ ବିମାନକୁ ଜରୁରୀକାଳୀନ ଅବତରଣ କରାଯାଇଛି। ବିହାର ପାଟନା ବିମାନ ବନ୍ଦରରେ ଏଭଳି ଏକ ବିମାନ ଦୁର୍ଘଟଣା ଘଟିଛି।

ରିପୋର୍ଟ ମୁତାବକ, ବିମାନଟି ପାଟନାର ଜୟପ୍ରକାଶ ଇଣ୍ଟରନ୍ୟାସନାଲ ବିମାନ ବନ୍ଦରରୁ ୧୨ଟା ୧୦ ମିନିଟ୍‌ରେ ଦିଲ୍ଲୀ ଅଭିମୁଖେ ଉଡାଣ ଭରିଥିଲା। ତେବେ ଟେକ୍‌ ଅଫ୍‌ର କିଛି ମିନିଟ୍‌ ପରେ ବିମାନର ଗୋଟିଏ ଡେଣାରେ ନିଆଁ ଲାଗିଯାଇଥିଲା। ତେବେ ଆଶ୍ଚର୍ଯ୍ୟଜନକ କଥା ଯେ, ବିମାନରେ ଲାଗିଥିବା ନିଆଁକୁ ତଳେ ଥିବା କିଛି ଲୋକେ ଦେଖିଥିଲେ। ଏହାପରେ ପାଟନା ପୁଲିସକୁ ଏନେଇ ସୂଚନା ଦିଆଯାଇଥିଲା। ଏହାପରେ ବିମାନ ଅଧିକାରୀଙ୍କୁ ଏନେଇ ପୁଲିସ ସୂଚିତ କରାଯାଇଥିଲା। ଏହାପରେ ବିମାନଟିକୁ ଜରୁରୀକାଳୀନ ଲ୍ୟାଣ୍ଡିଂ କରାଯାଇଥିଲା।

ପାଟନା ଡିଏମ କହିଛନ୍ତି ଯେ ବିମାନରେ ୧୮୫ ଜଣ ଯାତ୍ରୀ ଥିଲେ। ଡିଏମ ଅନୁଯାୟୀ ସମସ୍ତ ଯାତ୍ରୀ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି। ସ୍ଥାନୀୟ ଲୋକ ଏହି ଘଟଣା ସମ୍ପର୍କରେ ଜିଲ୍ଲା ପ୍ରଶାସନକୁ ସୂଚନା ଦେଇଥିଲେ। ଯାହା ପରେ ପ୍ରଶାସନ ବିମାନବନ୍ଦର ଅଧିକାରୀଙ୍କୁ ସତର୍କ କରାଇଥିଲା। କେଉଁ କାରଣରୁ ବିମାନରେ ନିଆଁ ଲାଗିଲା ତାହା ତଦନ୍ତ ପରେ ଜଣାପଡିବ। ବିମାନରେ କୌଣସି ଯାନ୍ତ୍ରିକ ତ୍ରୁଟି ଥାଇପାରେ ବୋଲି ପାଟନା ଡିଏମ୍‌ କହିଛନ୍ତି।

ସେପଟେ ଇଜିନିଅରିଂ ଟିମ୍‌ ଏହି ଘଟଣାର ତଦନ୍ତ ଜାରି ରଖିଛନ୍ତି। ବିମାନର ଯାତ୍ରୀଙ୍କ କହିବା ମୁତାବକ, ବିମାନଟି ଟେକ୍‌ ଅଫ୍ କରିବା ବେଳେ ହିଁ ଏଥିରେ କିଛି ତ୍ରୁଟି ଭଳି ମନେ ହେଉଥିଲା। ରନ୍‌ୱେରେ ଥିବା ବେଳେ ହିଁ ବିମାନରେ ପ୍ରବଳ ଶବ୍ଦ ସୃଷ୍ଟି ହୋଇଥିଲା।

 

https://twitter.com/ANI/status/1538422107779936256?s=20&t=mjko8K6hgHAbaSglYvBlSg

Related story