ପେଗାସସ୍‌ ମାମଲା: ସୁପ୍ରିମକୋର୍ଟରେ ସ୍ପଷ୍ଟୀକରଣ ରଖିଲା କେନ୍ଦ୍ର

ନୂଆଦିଲ୍ଲୀ: ଏବେ ପେଗାସସ୍‌ ମାମଲାର ତଦନ୍ତ କରିବ ସ୍ୱତନ୍ତ୍ର କମିଟି। ଏନେଇ ସୁପ୍ରିମକୋର୍ଟରେ ସ୍ପଷ୍ଟ କରିଛନ୍ତି କେନ୍ଦ୍ର ସରକାର। ଏହି ସ୍ୱତନ୍ତ୍ର କମିଟି ଗଠନ ବାବଦରେ ଘୋଷଣା କରିଛନ୍ତି ସରକାର। ଏଥିସହ ସମସ୍ତ ଅଭିଯୋଗ ନିରାଧାର ଏବଂ କୌଣସି ଗୁଇନ୍ଦାଗିରି ହୋଇନଥିବା ନେଇ କେନ୍ଦ୍ର ସରକାର କହିଛନ୍ତି। ଏନେଇ ସୁପ୍ରିମକୋର୍ଟରେ ଦୁଇ ପୃଷ୍ଠା ସମ୍ବଳିତ ଏକ ସ୍ପଷ୍ଟୀକରଣ ମଧ୍ୟ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦାଖଲ ହୋଇଛି। ଆଜି ସୁପ୍ରିମକୋର୍ଟରେ ପେଗାସସ ମାମଲାର ଶୁଣାଣି ହୋଇଛି। କୋର୍ଟରେ କେନ୍ଦ୍ର […]

Pegasus

Madhupriya Mistry
  • Published: Monday, 16 August 2021
  • , Updated: 16 August 2021, 05:40 PM IST

ନୂଆଦିଲ୍ଲୀ: ଏବେ ପେଗାସସ୍‌ ମାମଲାର ତଦନ୍ତ କରିବ ସ୍ୱତନ୍ତ୍ର କମିଟି। ଏନେଇ ସୁପ୍ରିମକୋର୍ଟରେ ସ୍ପଷ୍ଟ କରିଛନ୍ତି କେନ୍ଦ୍ର ସରକାର। ଏହି ସ୍ୱତନ୍ତ୍ର କମିଟି ଗଠନ ବାବଦରେ ଘୋଷଣା କରିଛନ୍ତି ସରକାର। ଏଥିସହ ସମସ୍ତ ଅଭିଯୋଗ ନିରାଧାର ଏବଂ କୌଣସି ଗୁଇନ୍ଦାଗିରି ହୋଇନଥିବା ନେଇ କେନ୍ଦ୍ର ସରକାର କହିଛନ୍ତି। ଏନେଇ ସୁପ୍ରିମକୋର୍ଟରେ ଦୁଇ ପୃଷ୍ଠା ସମ୍ବଳିତ ଏକ ସ୍ପଷ୍ଟୀକରଣ ମଧ୍ୟ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦାଖଲ ହୋଇଛି।

ଆଜି ସୁପ୍ରିମକୋର୍ଟରେ ପେଗାସସ ମାମଲାର ଶୁଣାଣି ହୋଇଛି। କୋର୍ଟରେ କେନ୍ଦ୍ର ସରକାର ନିଜ ଉପରେ ଲାଗିଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି। କୌଣସି ଅବୈଧ ଗୁଇନ୍ଦାଗିରି ହୋଇନି ସମସ୍ତ ଅଭିଯୋଗ ନିରାଧାର। କେବଳ ଆନୁମାନିକ ଏବଂ ମିଡିଆ ରିପୋର୍ଟ ଉପରେ ଏହା ଆଧାରିତ ବୋଲି କେନ୍ଦ୍ର ସରକାର ସ୍ପଷ୍ଟୀକରଣ ଦେଇଛନ୍ତି। ଏହାସହ ବରିଷ୍ଠ ସାମ୍ବାଦିକ ଏନ ରାମଙ୍କ ସମେତ ଅନ୍ୟମାନଙ୍କ ଦ୍ୱାରା ଦାଖଲ ଆବେଦନରେ ହୋଇଥିବା ଅଭିଯୋଗକୁ ସିଧାସଳଖ ଭାବେ ଖଣ୍ଡନ କରିଛନ୍ତି କେନ୍ଦ୍ର ସରକାର।

ସୂଚନାଯୋଗ୍ୟ ଯେ, ପେଗାସସ ମାମଲା ସାମ୍ନାକୁ ଆସିବା ପରେ କେନ୍ଦ୍ର ସରକାରଙ୍କ ପାଇଁ ଅଡୁଆ ବଢିଥିଲା। ସରକାର ପେଗାସସ ସଫ୍ଟଓୟାରକୁ ବ୍ୟବହାର କରି ବେଆଇନ ଭାବେ ଗୁଇନ୍ଦାଗିରି କରୁଛନ୍ତି ବୋଲି ଅନେକ ବ୍ୟକ୍ତି ଅଭିଯୋଗ କରିଥିଲେ। ଯେଉଁମାନଙ୍କ ଉପରେ ଗୁଇନ୍ଦାଗିରି କରାଯାଇଛି, ସେମାନଙ୍କ ମଧ୍ୟରେ ସାମ୍ବାଦିକ, ରାଜନେତା, ସାମାଜିକ କାର୍ଯ୍ୟକର୍ତ୍ତା ଓ ନ୍ୟାୟପାଳିକାରେ ଜଡିତ ଥିବା ଅନେକ ବ୍ୟକ୍ତି ରହିଥିଲେ।

ପୂର୍ବରୁ ମଧ୍ୟ ଗତ ୧୦ ତାରିଖରେ ସୁପ୍ରିମକୋର୍ଟରେ ଏହି ମାମଲାରେ ଶୁଣାଣି ହୋଇଥିଲା। ସେତେବେଳେ ସୁପ୍ରିମକୋର୍ଟ ସ୍ୱତନ୍ତ୍ର ଯାଞ୍ଚ ନେଇ ଦାଖଲ ହୋଇଥିବା କିଛି ଆବେଦନ ଉପରେ ଟିପ୍ପଣୀ କରିଥିଲେ। ଅନୁଶାସନ ଓ ନ୍ୟାୟପାଳିକା ଉପରେ ବିଶ୍ୱାସ ରଖିବା ଜରୁରୀ ବୋଲି ସର୍ବୋଚ୍ଚ ଅଦାଲତ କହିଥିଲେ। ସେପଟେ ଏହି ମାମଲାକୁ ନେଇ ସଂସଦରେ ମଧ୍ୟ ଜୋରଦାର ହଙ୍ଗାମା ହୋଇଥିଲା। ବରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ଉଭୟ ଗୃହର କାର୍ଯ୍ୟକାଳ ଚାଲିପାରିନଥିଲା।

ପେଗାସସ କ'ଣ?

ପେଗାସସ୍ ହେଉଛି ଏକ ଏଭଳି ସଫ୍ଟୱେଆର୍ ଯାହା ସମ୍ପୃକ୍ତ ଫୋନରେ ପ୍ରତ୍ୟେକ କଲର ବିବରଣୀ ସଂଗ୍ରହ କରିବାରେ ସକ୍ଷମ। ଫୋନରେ ଥିବା ମିଡିଆ ଫାଇଲ୍ ଏବଂ ଡକ୍ୟୁମେଣ୍ଟ୍ ବ୍ୟତୀତ ଏହା ଆସୁଥିବା ଓ ଯାଉଥିବା SMS, ଇମେଲ୍ ଏବଂ ସୋସିଆଲ୍ ମିଡିଆ ମେସେଜ ବିଷୟରେ ମଧ୍ୟ ସୂଚନା ଦେଇପାରେ।

Related story