ମୁମ୍ବାଇ ପେଟ୍ରୋଲ ଦର ନ୍ୟୁୟର୍କଠାରୁ ଦୁଇ ଗୁଣା

ନୂଆଦିଲ୍ଲୀ: ଗୋଟିଏ ପଟେ ସାରା ଦେଶ କରୋନା ମହାମାରୀ ସହ ଜୁୁଝୁଛି । ଅନ୍ୟପଟେ ହୁହୁ ହୋଇ ବଢ଼ି ଚାଲିଛି ତୈଳ ଦର । ପ୍ରଥମଥର ପାଇଁ ମାୟାନଗରୀ ମୁମ୍ବାଇରେ ପେଟ୍ରୋଲ ସେଂଚୁରୀ ମାରିଛି । ଇଣ୍ଡିଆନ୍ ଅଏଲ୍ କର୍ପୋରେସନର ତଥ୍ୟ ଅନୁସାରେ ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ଦର ୧୦୦ଟଙ୍କା ୪୭ ପଇସା ରହିଛି, ଯାହା ସାରା ଦେଶରେ ସର୍ବାଧିକ । ମୁମ୍ବାଇର ପେଟ୍ରୋଲ ଦର ଶହେ ପାର୍ କରିଥିବା ବେଳେ ଚଳିତ ବର୍ଷ ତେଲ […]

Petrol and diesel Price

Petrol and diesel Price

Madhupriya Mistry
  • Published: Tuesday, 01 June 2021
  • Updated: 01 June 2021, 01:46 PM IST

Sports

Latest News

ନୂଆଦିଲ୍ଲୀ: ଗୋଟିଏ ପଟେ ସାରା ଦେଶ କରୋନା ମହାମାରୀ ସହ ଜୁୁଝୁଛି । ଅନ୍ୟପଟେ ହୁହୁ ହୋଇ ବଢ଼ି ଚାଲିଛି ତୈଳ ଦର । ପ୍ରଥମଥର ପାଇଁ ମାୟାନଗରୀ ମୁମ୍ବାଇରେ ପେଟ୍ରୋଲ ସେଂଚୁରୀ ମାରିଛି । ଇଣ୍ଡିଆନ୍ ଅଏଲ୍ କର୍ପୋରେସନର ତଥ୍ୟ ଅନୁସାରେ ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ଦର ୧୦୦ଟଙ୍କା ୪୭ ପଇସା ରହିଛି, ଯାହା ସାରା ଦେଶରେ ସର୍ବାଧିକ ।

ମୁମ୍ବାଇର ପେଟ୍ରୋଲ ଦର ଶହେ ପାର୍ କରିଥିବା ବେଳେ ଚଳିତ ବର୍ଷ ତେଲ ଦରରେ ୧୧% ବୃଦ୍ଧି ହୋଇଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ତେଲ ଦରରେ ଆମେରିକାକୁ ଟପି ଯାଇଛି ମୁମ୍ବାଇ । ନ୍ୟୁୟର୍କରେ ଏବେ ମୁମ୍ବାଇର ଅଧା ଦାମ୍‌ରେ ତେଲ ମିଳୁଛି । ବ୍ଲୁମବର୍ଗର ସୂଚନା ଅନୁସାରେ ସୋମବାର ନ୍ୟୁୟର୍କରେ ପେଟ୍ରୋଲ ଲିଟର ୦.୭୯ ଡଲାର ରହିଥିଲା ।

୨୦୧୩ ପରେ ତୈଳ ଦରରେ ୬ଗୁଣା ଟିକସ ବୃଦ୍ଧି କରିଛନ୍ତି ସରକାର । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପେଟ୍ରୋଲ ଉପରେ ୬୦% ଓ ଡିଜେଲ ଉପରେ ୫୪% ଟିକସ ଭାବେ ଆଦାୟ କରୁଛନ୍ତି ।

ବର୍ତ୍ତମାନ କେନ୍ଦ୍ର ସରକାର ପେଟ୍ରୋଲ ପ୍ରତି ଲିଟର ପିଛା ୩୨ଟଙ୍କା ୯୦ ପଇସା ଏବଂ ଡିଜେଲ ଲିଟର ପିଛା ୩୧ଟଙ୍କା ୮୦ ପଇସା କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ଆଦାୟ କରୁଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos