ମୋଦିଙ୍କ ଗଡ଼ରେ ଧର୍ମେନ୍ଦ୍ର, କହିଲେ କେବେ କମିବ ପେଟ୍ରୋଲ ଦର

ବାରଣାସୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକସଭା ଆସନ ବାରଣାସୀ ଗସ୍ତ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶୁକ୍ରବାର ବାରଣାସୀ ଗସ୍ତ କରି କାଶୀର କୋତଓ୍ୱାଲରେ ଥିବା ବାବା କାଲ ଭୈରବ ଏବଂ ବାବା ବିଶ୍ୱନାଥଙ୍କୁ ଦର୍ଶନ କରିବା ସହିତ ପୂଜାର୍ଚ୍ଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ। ଦେଶରେ ଶାନ୍ତି ଏବଂ ବିକାଶ ହେଉ ବୋଲି ବାବାଙ୍କ ଦରବାରରେ ପ୍ରାର୍ଥନା କରିଥିବା ପ୍ରତିକ୍ରିୟାରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ସେହିପରି ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧିକୁ ନେଇ ପ୍ରତିକ୍ରିୟା […]

DHARMENDRA AT VARNASI

Subhransu Sekhar
  • Published: Friday, 26 February 2021
  • , Updated: 26 February 2021, 08:08 PM IST

ବାରଣାସୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକସଭା ଆସନ ବାରଣାସୀ ଗସ୍ତ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶୁକ୍ରବାର ବାରଣାସୀ ଗସ୍ତ କରି କାଶୀର କୋତଓ୍ୱାଲରେ ଥିବା ବାବା କାଲ ଭୈରବ ଏବଂ ବାବା ବିଶ୍ୱନାଥଙ୍କୁ ଦର୍ଶନ କରିବା ସହିତ ପୂଜାର୍ଚ୍ଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ। ଦେଶରେ ଶାନ୍ତି ଏବଂ ବିକାଶ ହେଉ ବୋଲି ବାବାଙ୍କ ଦରବାରରେ ପ୍ରାର୍ଥନା କରିଥିବା ପ୍ରତିକ୍ରିୟାରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

ସେହିପରି ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ଦୁଇଟି କାରଣ ପାଇଁ ଏଭଳି ସ୍ଥିତି ଉପୁଜିଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ଏଭଳି ସ୍ଥିତି ସବୁବେଳେ ରହିବ ନାହିଁ ବୋଲି ସେ କହିଛନ୍ତି। ତେଲ ଉତ୍ପାଦନକାରୀ ଦେଶ ଏବେ ତେଲ କମ୍ ଉତ୍ପାଦନ କରୁଛନ୍ତି। କରୋନା ପାଇଁ ତେଲ କମ୍ ଉତ୍ପାଦନ ହେଉଛି। ତେଣୁ ତେଲ ଉତ୍ପାଦନ ବଢ଼ିଲେ ଦେଶରେ ଦର କମିପାରିବ ବୋଲି ଧର୍ମେନ୍ଦ୍ର କହିଛନ୍ତି। ସେହିଭଳି ଜାନୁଆରୀ ୨୦୨୧ ପାଖରୁ ତେଲର ଚାହିଦା ମଧ୍ୟ ବଢ଼ିଛି। ତେଣୁ ଚାହିଦା ଅଧିକ ଥିବା ବେଳେ କମ୍ ଉତ୍ପାଦନ ହେଉଛି। ତେଣୁ ଦର ବଢ଼ିଛି ବୋଲି ଶ୍ରୀଯୁକ୍ତ ପ୍ରଧାନ କହିଛନ୍ତି।

ସେହିପରି ଦର ବୃଦ୍ଧି ପାଇଁ ଆଉ ଏକ କାରଣ ଦର୍ଶାଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ। କରୋନା ବେଳେ ଦେଶର ଅର୍ଥନୀତି, ସ୍ୱାସ୍ଥ୍ୟାବସ୍ଥା ପ୍ରଭାବିତ ହୋଇଛି। ଏବେ ସମସ୍ତ କ୍ଷେତ୍ରକୁ କିଭଳି ଠିକ୍ କରାଯିବ ସେ ନେଇ କାମ ଚାଲିଛି। ଏଥିପାଇଁ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର ଟିକସର ଆଦାୟ ହେଉଥିବା ଟଙ୍କାରୁ ଦେଶ ଏବଂ ରାଜ୍ୟକୁ ସୁଧାରୁଛନ୍ତି। ଯେଉଁଥିପାଇଁ ଲୋକମାନଙ୍କୁ କଷ୍ଟ ହେଉଛି। ତେଣୁ ବଢ଼ୁଥିବା ଦାମର ସମାଧାନ ପାଇଁ ଗତକାଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉଭୟ ରାଜ୍ୟ ଏବଂ କେନ୍ଦ୍ରକୁ ଏକାଠି ହେବାକୁ କହିଛନ୍ତି ବୋଲି ଧର୍ମେନ୍ଦ୍ର କହିଛନ୍ତି।

Related story