ଚାଷୀଙ୍କୁ ଗାଡ଼ି ମଡ଼ାଇ ହତ୍ୟା କରିବାକୁ ହୋଇଥିଲା ଯୋଜନାବଦ୍ଧ ଷଡ଼ଯନ୍ତ୍ର!

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଲଖିମପୁର ଖେରିରେ ଚାଷୀଙ୍କୁ ଗାଡ଼ି ମଡ଼ାଇ ହତ୍ୟା କରିବା ପାଇଁ ହୋଇଥିଲା ଯୋଜନାବଦ୍ଧ ଷଡ଼ଯନ୍ତ୍ର। ଏହା ଏକ ଦୁର୍ଘଟଣା କିମ୍ବା ବେପରୁଆ ଗାଡ଼ି ମାଡ଼ି ଯିବା ଭଳି ଘଟଣା ନୁହେଁ। ଯୋଜନା ମୁତାବକ ଚାଷୀଙ୍କ ଉପରେ ଗାଡ଼ି ଚଢ଼ାଇ ସେମାନଙ୍କୁ ହତ୍ୟା କରାଯାଇଛି ବୋଲି ଘଟଣାର ତଦନ୍ତ କରୁଥିବା ସ୍ୱତନ୍ତ୍ର ତଦନ୍ତକାରୀ ଟିମ(ଏସ୍‌ଆଇଟି) କହିଛି। ଏଥିସହ ଏସଆଇଟି ଘଟଣାରେ ଗିରଫ ହୋଇଥିବା କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରାଙ୍କ ସମେତ ୧୩ ଅଭିଯୁକ୍ତଙ୍କ ବିରୋଧରେ […]

Farmer

Hemant Lenka
  • Published: Tuesday, 14 December 2021
  • , Updated: 14 December 2021, 01:59 PM IST

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଲଖିମପୁର ଖେରିରେ ଚାଷୀଙ୍କୁ ଗାଡ଼ି ମଡ଼ାଇ ହତ୍ୟା କରିବା ପାଇଁ ହୋଇଥିଲା ଯୋଜନାବଦ୍ଧ ଷଡ଼ଯନ୍ତ୍ର। ଏହା ଏକ ଦୁର୍ଘଟଣା କିମ୍ବା ବେପରୁଆ ଗାଡ଼ି ମାଡ଼ି ଯିବା ଭଳି ଘଟଣା ନୁହେଁ। ଯୋଜନା ମୁତାବକ ଚାଷୀଙ୍କ ଉପରେ ଗାଡ଼ି ଚଢ଼ାଇ ସେମାନଙ୍କୁ ହତ୍ୟା କରାଯାଇଛି ବୋଲି ଘଟଣାର ତଦନ୍ତ କରୁଥିବା ସ୍ୱତନ୍ତ୍ର ତଦନ୍ତକାରୀ ଟିମ(ଏସ୍‌ଆଇଟି) କହିଛି।

ଏଥିସହ ଏସଆଇଟି ଘଟଣାରେ ଗିରଫ ହୋଇଥିବା କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରାଙ୍କ ସମେତ ୧୩ ଅଭିଯୁକ୍ତଙ୍କ ବିରୋଧରେ ଲାଗିଥିବା ଦଫାକୁ ବଦଳାଇବାକୁ ମୁଖ୍ୟ ଜୁଡିସିଆଲ ମାଜିଷ୍ଟ୍ରେଟ(ଜେଏମସି)ଙ୍କ ନିକଟରେ ଆବେଦନ କରିଛି।

ଏସ୍‌ଆଇଟିର ତଦନ୍ତକାରୀ ଅଧିକାରୀ ବିଦ୍ୟାରାମ ଦିବାକର ଗତ ସପ୍ତାହରେ ଜେଏମସି କୋର୍ଟରେ ନିଜର ଆବେଦନ ପତ୍ର ଦାଖଲ କରିଥିଲେ। ଏଥିରେ ସେ ଅଭିଯୁକ୍ତଙ୍କ ବିରୋଧରେ ଲାଗୁ ହୋଇଥିବା ଧାରା ୨୭୯, ୩୩୮ ଓ ୩୦୪ଏକୁ ବଦଳାଇ ଅନ୍ୟ କଠୋର ଦଫା ଲଗାଇବାକୁ କହିଛନ୍ତି।

ଆବେଦନରେ ଅଧିକାରୀ ଜଣଙ୍କ କହିଛନ୍ତି, ଚାଷୀଙ୍କ ଉପରେ ଗାଡ଼ି ଚଢ଼ାଇବା ଘଟଣା ଯୋଜନାବଦ୍ଧ ଷଡ଼ଯନ୍ତ୍ରର ଗୋଟିଏ ଅଂଶ। ଜାଣିଶୁଣି ସେମାନଙ୍କ ଉପରେ ଗାଡ଼ି ଚଢ଼ାଇ ଦିଆଯାଇଥିଲା। ଏହା ଆଦୌ ଦ୍ରୁତଗାଡ଼ି ଚାଳନା କିମ୍ବା କୌଣସି ଅଜଣା ଭୁଲ ନୁହେଁ। ତେଣୁ ଅଭିଯୁକ୍ତମାନଙ୍କ ବିରୋଧରେ ୩୦୭(ହତ୍ୟା ଉଦ୍ୟମ), ୩୨୬(ଇଚ୍ଛାକୃତ ଭାବେ ବିପଦଜନକ ଅସ୍ତ୍ରରେ ଅନ୍ୟକୁ ଆଘାତ ପହଞ୍ଚାଇବା) ଓ ୩୪ (ଗୋଟିଏ ଉଦ୍ଦେଶ୍ୟରେ ଏକାଧିକ ଲୋକ ଅପରାଧ ଘଟାଇବା) ଭଳି ଦଫା ଲାଗିବା ଦରକାର।

ପୂର୍ବରୁ ଅଭିଯୁଙ୍କ ବିରୋଧରେ ଲାଗୁ ହୋଇଥିବା ଧାରା ୨୭୯(ଖରାପ ଗାଡ଼ି ଚାଳନା), ୩୩୮(ଅଜାଣତରେ ବା ବେପରୁଆ ଢଙ୍ଗରେ ଅନ୍ୟକୁ ଆଘାତ ଦେବା) ଓ ୩୦୪ଏ(ଅବହେଳା ଜରିଆରେ ମୃତ୍ୟୁର କାରଣ ହେବା )କୁ ହଟାଯିବା ଦରକାର। ଅଭିଯୁକ୍ତଙ୍କ ବିଚାର ହତ୍ୟା ଉଦ୍ୟମ ଓ ଯୋଜନାବଦ୍ଧ ଷଡ଼ଯନ୍ତ୍ର ଭଳି ଦଫାରେ କରାଯିବା ଉଚିତ ବୋଲି ସେ କହିଛନ୍ତି।

ଅକ୍ଟୋବର ୩ରେ ଶତାଧିକ ଚାଷୀ ଲଖିମପୁର ଖେରିରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରା ଟେନିଙ୍କ ବିରୋଧରେ ବିକ୍ଷୋଭ କରୁଥିଲେ। ଏହି ସମୟରେ ହଠାତ୍‌ ଗୋଟିଏ ମହିନ୍ଦ୍ରା ଥର ଆନ୍ଦୋଳନରତ ଚାଷୀଙ୍କ ଉପରେ ପଛ ପଟୁ ମାଡ଼ି ଯାଇଥିଲା। ଏଥିରେ ୪ ଜଣ ଚାଷୀଙ୍କ ଜୀବନ ଯାଇଥିଲା। ଏହାପରେ ଦେଖାଯାଇଥିବା ହିଂସାରେ ଗାଡ଼ିରେ ଥିବା ୩ ଜଣ ପ୍ରାଣ ହରାଇଥିଲେ। ସେହିପରି ଜଣେ ସାମ୍ବାଦିକଙ୍କର ମଧ୍ୟ ଜୀବନ ଯାଇଥିଲା।

ଗାଡ଼ି ମାଡ଼ି ଯିବା ବେଳର ଭିଡିଓ ସାମ୍ନାକୁ ଆସିବା ପରେ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଥିଲା। ଚାଷୀଙ୍କ ଉପରେ ମାଡ଼ି ଯାଇଥିବା ମହିନ୍ଦ୍ରା ଥରଟି କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କର ଥିଲା। ଘଟଣା ବେଳେ ତାଙ୍କ ପୁଅ ଆଶିଷ ମିଶ୍ରା ମଧ୍ୟ ଗାଡ଼ିରେ ଥିଲେ। ଏନେଇ ଅଭିଯୋଗ ମିଳିବା ପରେ ପୁଲିସ୍‌ ତାଙ୍କୁ ଗିରଫ କରିଛି।

ଆଶିଷଙ୍କ ବ୍ୟତୀତ ଏହି ଲୋମହର୍ଷଣକାରୀ ଘଟଣାରେ ଲବକୁଶ, ଆଶିଷ ପାଣ୍ତେ, ଶେଖର ଭାରତୀ, ଅଙ୍କିତ ଦାସ, ଲତିଫ, ଶିଶୁପାଲ, ନନ୍ଦନ ସିଂହ, ସତ୍ୟମ ତ୍ରିପାଠୀ, ସୁମିତ ଜୈସୱାଲ, ଧର୍ମେନ୍ଦ୍ର, ରିଙ୍କୁ ରାଣା ଓ ଉଲ୍ଲାସ ତ୍ରିବେଦୀଙ୍କୁ ମଧ୍ୟ ଏସଆଇଟି ଗରିଫ କରିଛି। ସମସ୍ତେ ଏବେ ଲଖିମପୁର ଖେରିର ଜିଲ୍ଲା କାରାଗାରରେ ରହିଛନ୍ତି।

Related story