'ବିଦେଶକୁ ୩୦ ଲକ୍ଷ କୋଟିର ରପ୍ତାନୀ କରିଛି ଭାରତ'

ନୂଆଦିଲ୍ଲୀ: ଦେଶର ଅର୍ଥନୈତିକ ବିକାଶ ପାଇଁ ବ୍ୟାପକ ପଦକ୍ଷେପ ନିଆଯାଉଛି। ଦେଶରେ ବଢ଼ିଛି ଆର୍ଥିକ କାରବାର।  ଆଜି ମନ୍ କି ବାତ୍ କାର୍ଯ୍ୟକ୍ରମରେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହାସହ ଦେଶର ରପ୍ତାନୀ ୪ ଶହ ବିଲିୟନ ଆମେରିକୀୟ ଡଲାର ଅର୍ଥାତ ୩୦ ଲକ୍ଷ କୋଟି ପାର କରିଥିବା ଆମ ପାଇଁ ଗର୍ବର ବିଷୟ ବୋଲି କହିଛନ୍ତି। ଏହା ଦେଶର କ୍ଷମତା ଓ ଦକ୍ଷତାକୁ ଦର୍ଶାଉଛି।  ଭାରତର ନୂଆ ନୂଆ ଉତ୍ପାଦର ଚାହିଦା ଏବେ ବିଦେଶରେ ବଢିବାରେ […]

PM Modi

Madhupriya Mistry
  • Published: Sunday, 27 March 2022
  • , Updated: 27 March 2022, 01:00 PM IST

ନୂଆଦିଲ୍ଲୀ: ଦେଶର ଅର୍ଥନୈତିକ ବିକାଶ ପାଇଁ ବ୍ୟାପକ ପଦକ୍ଷେପ ନିଆଯାଉଛି। ଦେଶରେ ବଢ଼ିଛି ଆର୍ଥିକ କାରବାର।  ଆଜି ମନ୍ କି ବାତ୍ କାର୍ଯ୍ୟକ୍ରମରେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହାସହ ଦେଶର ରପ୍ତାନୀ ୪ ଶହ ବିଲିୟନ ଆମେରିକୀୟ ଡଲାର ଅର୍ଥାତ ୩୦ ଲକ୍ଷ କୋଟି ପାର କରିଥିବା ଆମ ପାଇଁ ଗର୍ବର ବିଷୟ ବୋଲି କହିଛନ୍ତି।

ଏହା ଦେଶର କ୍ଷମତା ଓ ଦକ୍ଷତାକୁ ଦର୍ଶାଉଛି।  ଭାରତର ନୂଆ ନୂଆ ଉତ୍ପାଦର ଚାହିଦା ଏବେ ବିଦେଶରେ ବଢିବାରେ ଲାଗିଛି।  ଏମିତିକି ମେଡ୍ ଇନ୍ ଇଣ୍ଡିଆ ଉତ୍ପାଦ ବିଦେଶରେ ବେଶୀ ଦେଖିବାକୁ ମିଳୁଛି। ସମସ୍ତେ ଭୋକାଲ ଫର ଲୋକାଲ ଉପରେ ଗୁରୁତ୍ୱ ଦେଲେ ଦେଶର ସ୍ଥାନୀୟ ଉତ୍ପାଦ ଅତିଶୀଘ୍ର ସାରା ବିଶ୍ୱରେ ପହଞ୍ଚି ପାରିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।

ପ୍ରଧାନମନ୍ତ୍ରୀ କହିଛନ୍ତି, 'ଗୋଟିଏ ସମୟରେ ଭାରତର ରପ୍ତାନୀ ୧୦୦ ବିଲିୟନ ଡଲାର ମଧ୍ୟରେ ସୀମିତ ଥିଲା। ଏବେ ଏହା ୪୦୦ ବିଲିୟନ ଡଲାରରେ ପହଞ୍ଚିଛି। ଏବେ ଭାରତର ପ୍ରତିଟି କୋଣରେ ନୂଆ ନୂଆ ପ୍ରଡକ୍ଟ ପ୍ରସ୍ତୁତ କରାଯାଉଛି ଓ ତାହାକୁ ବିଦେଶକୁ ରପ୍ତାନୀ କରାଯାଉଛି। ଏହାର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ ଓସ୍ମନାବାଦୀ ହସ୍ତତନ୍ତ୍ର, ବିଜାପୁର ଫଳ ଓ ପନିପରିବା, ଚାନ୍ଦୋଲୀର କଳା ଚାଉଳ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି।'

ସେହିପରି ପଦ୍ମପୁରସ୍କାରରେ ସମ୍ମାନୀତ ବାବା ଶିବାନନ୍ଦଙ୍କ ସ୍ୱାସ୍ଥ୍ୟ ଓ ଫିଟ୍‌ନେସ ପ୍ରସଙ୍ଗ ଉଠାଇ ତାଙ୍କୁ ପ୍ରଶଂସା କରିଥିଲେ ପ୍ରଧାନମନ୍ତ୍ରୀ।  ଏହାଛଡ଼ା ଆୟୁଷ କ୍ଷେତ୍ରରେ ହୋଇଥିବା ଷ୍ଟାଟ୍ଅପ ଏଣ୍ଟରପ୍ରାଇଜ୍ ଚଳିତବର୍ଷ ଭଲ ପ୍ରଦର୍ଶନ କରିଥିବା କହିଛନ୍ତି ମୋଦି।

ଆଜିର ମନ୍ କି ବାତ କାର୍ଯ୍ୟକ୍ରମରେ ପୁରୀ-କୋଣାର୍କ ସମୁଦ୍ରକୂଳ ସ୍ୱଚ୍ଛ କରିବା ସହ ସ୍ୱଚ୍ଛ ଭାରତରେ ସାମିଲ ହୋଇଥିବା ଓଡିଆ ପୁଅ ରାହୁଲ ମହାରଣାଙ୍କ ବିଷୟରେ କହିବା ସହ ଆଗାମୀ ଦିନରେ ଅନେକ ଯୁବକଙ୍କୁ ପ୍ରେରଣା ଯୋଗାଇବ ବୋଲି କହିଛନ୍ତି। ଏଥିସହ  ଜଳ ସଂରକ୍ଷଣ ଉପରେ ଗୁରୁତ୍ୱ ଦେବାକୁ କହିଛନ୍ତି ପ୍ରଧାନମନ୍ତ୍ରୀ।

Related story