ମୋଦିଙ୍କ ୬୫ ଘଣ୍ଟାରେ ୨୦ ବୈଠକ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ତିନିଦିନିଆ ଆମେରିକା ଗସ୍ତ ସାରି ଫେରିଛନ୍ତି। ଆଉ ତାଙ୍କର ଏହି ଗସ୍ତ ପୂରା ବ୍ୟସ୍ତବହୂଳ ଥିଲା। ତାଙ୍କର ଏହି ଗସ୍ତ ୬୫ ଘଣ୍ଟାର ଥିଲା ଏବଂ ଏହାରି ଭିତରେ ସେ ମୋଟ ୨୦ ବୈଠକରେ ସାମିଲ୍ ହୋଇଛନ୍ତି। କେବଳ ଏତିକି ନୁହେଁ ଆମେରିକା ଯିବା ଓ ଆସିବା ସମୟରେ ବିମାନରେ ମଧ୍ୟ ପିଏମ୍ ମୋଦି ଅଧିକାରୀଙ୍କ ସହ ଦୀର୍ଘ ସମୟରେ ଧରି ବୈଠକ କରିଛନ୍ତି। ସରକାର ସୂତ୍ରରେ କୁହାଯାଇଛି, ମୋଦି […]

pm-modi

Ranjit Kumar Jena
  • Published: Sunday, 26 September 2021
  • , Updated: 26 September 2021, 05:55 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ତିନିଦିନିଆ ଆମେରିକା ଗସ୍ତ ସାରି ଫେରିଛନ୍ତି। ଆଉ ତାଙ୍କର ଏହି ଗସ୍ତ ପୂରା ବ୍ୟସ୍ତବହୂଳ ଥିଲା। ତାଙ୍କର ଏହି ଗସ୍ତ ୬୫ ଘଣ୍ଟାର ଥିଲା ଏବଂ ଏହାରି ଭିତରେ ସେ ମୋଟ ୨୦ ବୈଠକରେ ସାମିଲ୍ ହୋଇଛନ୍ତି। କେବଳ ଏତିକି ନୁହେଁ ଆମେରିକା ଯିବା ଓ ଆସିବା ସମୟରେ ବିମାନରେ ମଧ୍ୟ ପିଏମ୍ ମୋଦି ଅଧିକାରୀଙ୍କ ସହ ଦୀର୍ଘ ସମୟରେ ଧରି ବୈଠକ କରିଛନ୍ତି।

ସରକାର ସୂତ୍ରରେ କୁହାଯାଇଛି, ମୋଦି ପାଖାପାଖି ୬୫ ଘଣ୍ଟା ଧରି ଆମେରିକାରେ ରହିଥିଲେ ଏବଂ ଏହାରି ଭିତରେ ସେ ୨୦ ବୈଠକରେ ସାମିଲ୍ ହୋଇଛନ୍ତି। ଏହାବ୍ୟତୀତ ମୋଦି ତାଙ୍କର ୪ଟି ଗୁରୁତ୍ୱପୂର୍ଣ୍ଣ ବୈଠକ ଫ୍ଲାଇଟ୍ ଭିତରେ କରିଛନ୍ତି। ଅର୍ଥାତ୍ ଆମେରିକା ଗସ୍ତରେ ଯାଇଥିବା ମୋଦି ମୋଟ ୨୪ ବୈଠକ କରିଛନ୍ତି। ଏହି ସଂଖ୍ୟାରୁ ସ୍ପଷ୍ଟ ଯେ ପିଏମ ମୋଦିଙ୍କର ଆମେରିକା ଗସ୍ତ କେତେ ବ୍ୟସ୍ତବହୂଳ ଥିଲା।

ସୂତ୍ରରେ କୁହାଯାଇଛି, ବୁଧବାର ଆମେରିକା ଯିବା ସମୟରେ ମୋଦି ବିମାନରେ ଦୁଇଟି ବୈଠକ ଓ ସେଠାରେ ପହଞ୍ଚିବା ପରେ ହୋଟେଲରେ ତିନୋଟି ବୈଠକ କରିଛନ୍ତି। ସେପ୍ଟେମ୍ବର ୨୩ ତାରିଖରେ ପ୍ରଧାନମନ୍ତ୍ରୀ ମୋଦି ବିଭିନ୍ନ ସିଇଓଙ୍କ ସହ ଆଉ ୫ଟି ବୈଠକ କରିଥିଲେ। ଆଉ ଏହା ପରେ ଆମେରିକାର ଉପରାଷ୍ଟ୍ରପତି କମଲା ହ୍ୟାରିସଙ୍କ ସହ ସାକ୍ଷାତ କରିଥିଲେ। ସେ ଜାପାନର ପ୍ରଧାନମନ୍ତ୍ରୀ ୟୋଶିହିଦେ ସୁଗା ଓ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ସ୍କଟ୍ ମୋରିସନଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଥିଲେ।

ପ୍ରଧାନମନ୍ତ୍ରୀ ତିନୋଟି ଆଭ୍ୟନ୍ତରୀଣ ବୈଠକର ମଧ୍ୟ ଅଧ୍ୟକ୍ଷତା କରିଥିଲେ। ପ୍ରଧାନମନ୍ତ୍ରୀ ପରବର୍ତ୍ତୀ ଦିନ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ଦ୍ୱିପାକ୍ଷିକ ବୈଠକ ଓ ପରେ କ୍ୱାଡ ସମ୍ମିଳନୀରେ ସାମିଲ୍ ହୋଇଥିଲେ। ସେପ୍ଟେମ୍ବର ୨୪ ତାରିଖରେ ମୋଦି ୪ଟି ଆଭ୍ୟନ୍ତରୀଣ ବୈଠକ କରିଥିଲେ। ସେପ୍ଟେମ୍ବର ୨୫ ତାରିଖରେ ଆମେରିକାରୁ ଭାରତ ଅଭିମୁଖେ ଫେରିବା ସମୟରେ ପିଏମ୍ ମୋଦି ବିମାନରେ ୨ଟି ବୈଠକ କରିଛନ୍ତି।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ମୋଦି ଭାରତ ଆସିବା ବେଳେ ସାଙ୍ଗରେ ୧୫୭ଟି ହଜାର ବର୍ଷ ପୁରୁଣା ପ୍ରାଚୀନ କଳାକୃତି ନେଇ ଆସିଛନ୍ତି। ଏହି କଳାକୃତି ଗୁଡ଼ିକୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ମୋଦିଙ୍କୁ ଉପହାର ସ୍ୱରୁପ ଭେଟି ଦେଇଛି।

Related story