ଝାନ୍ସୀ: ଏବେ ଥରିବେ ଶତ୍ରୁ ପକ୍ଷ। ବଢ଼ିଲା ଭାରତୀୟ ବାୟୁସେନାର ଶକ୍ତି। ସେନାକୁ ମିଳିଲା ଲଢ଼ୁଆ ହେଲିକପ୍ଟର। ଏଥର ବିଦେଶୀ ନୁହେଁ ସେନାକୁ ସମର୍ପିତ କରାଗଲା ସ୍ୱଦେଶୀ ହାଲୁକା ଫିଇଟର ହେଲିକପ୍ଟର। ଏହି ଲାଇଟ କମ୍ବାଟ ହେଲିକପ୍ଟରକୁ ସେନାର୍ପଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଝାନସୀ ରାଷ୍ଟ୍ରରକ୍ଷା ସମର୍ପଣ ପର୍ବରେ ଲଢୁଆ ହେଲିକପ୍ଟରକୁ ସେନାର୍ପିତ କରାଯାଇଛି। ଏହାକୁ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ। ଏହାକୁ ହିନ୍ଦୁସ୍ତାନ ଏରୋନଟିକ ଲି. (HAL) ନିର୍ମିତ କରିଛି।
ଦୁଇ ଇଂଜିନ ବିଶିଷ୍ଟ LCHର ଓଜନ ୫.୫ ଟନ୍ ରହିଛି। ଏହା ୫ ହଜାର ମିଟର ଉପରେ ଅବତରଣ କରିବା କ୍ଷମତା ରଖେ। ୧୫ରୁ ୧୬ ହଜାର ଫୁଟ ଉପରେ ଉଡ଼ାଣ କରିବାକୁ ସକ୍ଷମ LCH। ମାଇନସ୍ ୫୦ ଡିଗ୍ରୀ ବରଫାବୃତ ଅଞ୍ଚଳରେ ଅବତରଣ କରିପାରିବ ଏହି ଲଢ଼ୁଆ ହେଲିକପ୍ଟର। ୫୦ ଡିଗ୍ରୀ ଉତ୍ତପ୍ତ ମରୁଭୂମିରେ ବି ଏହା ଅବତରଣ କରିପାରିବ। ଆକାଶରୁ ଆକାଶ ଓ ଆକାଶରୁ ସ୍ଥଳକୁ ମିଜାଇଲ ନିକ୍ଷେପ କରିପାରିବ LCH ସକ୍ଷମ।
୨୦୦୬ରେ ହିନ୍ଦୁସ୍ତାନ ଏରୋନଟିକ ଲିମିଟେଡ୍ ଏହି ଲଢ଼ୁଆ ତିଆରି କିରବାକୁ ଘୋଷଣା କରିଥିଲା। ନାଇଟ୍ ଅପରେସନ୍ ଏବଂ ଦୁର୍ଘଟଣାରୁ କିଭଳି ବର୍ତ୍ତି ହେବ ତାହା ଏହି ହେଲିକପ୍ଟରରେ କ୍ଷମତା ରହିଛି। ସୁଉଚ୍ଚସ୍ତରରେ ମଧ୍ୟ ଏହାର ହତିଆର କାମ କରିପାରେ। ଏଥିସହ ଏହା ଶତ୍ରୁ ଉପରେ ମଧ୍ୟ କଡା ନରଜ ରଖିପାରିବ। କେବଳ ସେତିକି ନୁହେଁ ଏଥିରେ ଫରୱାର୍ଡ ଇନ୍ଫ୍ରାରେଡ୍ ସର୍ଚ୍ଚ, ସିିସିଡି କ୍ୟାମେରା ଏବଂ ଥର୍ମାଲ ଭିଜନ୍ ଓ ଲଜର ରେଞ୍ଜ ଫାଇଣ୍ଡର ଭିଳ ମଧ୍ୟ କ୍ଷମତା ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।