୫୦ କିମି ଓ ୧୬ ସିଟ୍‌: ଚର୍ଚ୍ଚାରେ ପ୍ରଧାନମନ୍ତ୍ରୀଙ୍କ ବିଶାଳ ରୋଡ ଶୋ’

ଅହମଦାବାଦ: ଦୀର୍ଘ ୨୭ ବର୍ଷ ହେଲା ଗୁଜରାଟରେ ବିଜେପି କ୍ଷମତାରେ ରହିଛି। କିନ୍ତୁ ଚଳିତ ବିଧାନସଭା ନିର୍ବାଚନ ଦଳ ପାଇଁ ସମ୍ମାନର ଲଢ଼େଇ ଭାବେ ଉଭା ହୋଇଛି। ଏଥିପାଇଁ ବିଜେପି ପୂରା ଦମରେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଉଦ୍ୟମ ଜାରି ରଖିଛି। ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟରେ ବିଜେପିର ପ୍ରଚାର ମଙ୍ଗ ସମ୍ଭାଳିଛନ୍ତି। ଗୁରୁବାର ଗୁଜରାଟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ୫ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବ। ଏହି […]

Modi

Modi

Hemant Lenka
  • Published: Friday, 02 December 2022
  • , Updated: 02 December 2022, 08:26 AM IST

ଅହମଦାବାଦ: ଦୀର୍ଘ ୨୭ ବର୍ଷ ହେଲା ଗୁଜରାଟରେ ବିଜେପି କ୍ଷମତାରେ ରହିଛି। କିନ୍ତୁ ଚଳିତ ବିଧାନସଭା ନିର୍ବାଚନ ଦଳ ପାଇଁ ସମ୍ମାନର ଲଢ଼େଇ ଭାବେ ଉଭା ହୋଇଛି। ଏଥିପାଇଁ ବିଜେପି ପୂରା ଦମରେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଉଦ୍ୟମ ଜାରି ରଖିଛି।

ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟରେ ବିଜେପିର ପ୍ରଚାର ମଙ୍ଗ ସମ୍ଭାଳିଛନ୍ତି। ଗୁରୁବାର ଗୁଜରାଟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ୫ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବ। ଏହି ପର୍ଯ୍ୟାୟରେ ଅଧିକରୁ ଅଧିକ ସିଟ୍ ହାତେଇବା ପାଇଁ ପ୍ରୟାସ କରୁଛି ବିଜେପି।

ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦି ପ୍ରଥମ ଭାରତୀୟ ରାଜନେତା ହିସାବରେ ସବୁଠାରୁ ଲମ୍ବା ରୋଡ ଶୋ’ କରି ଭୋଟରଙ୍କୁ ବିଜେପି ଆଡ଼କୁ ଟାଣିବାକୁ ଉଦ୍ୟମ କରିଛନ୍ତି। ଗୁରୁବାର ଗୁଜରାଟରେ ପ୍ରଧାନମନ୍ତ୍ରୀ ୫୦ କିମିର ରୋଡ ଶୋ’ କରିଛନ୍ତି। ସନ୍ଧ୍ୟା ସମୟରେ ଆରମ୍ଭ ହୋଇଥିବା ଏହି ଲମ୍ବା ତଥା ବିଶାଳ ରୋଡ ଶୋ’ ଏବେ ଚର୍ଚ୍ଚାରେ ରହିଛି।

୨୦୦୨ ଗୁଜରାଟ ଦଙ୍ଗାର ଅନ୍ୟତମ ପ୍ରମୁଖ ସ୍ଥଳ ଥିବା ନରୋଦା ଗାମରୁ ହିଁ ମୋଦିଙ୍କ ରୋଡ ଶୋ’ ଆରମ୍ଭ ହୋଇଥିଲା। ଏହା ଦକ୍ଷିଣ ଗାନ୍ଧିନଗରରେ ଶେଷ ହୋଇଛି। ଦୀର୍ଘ ୪ ଘଣ୍ଟାରୁ ଅଧିକ ସମୟ ଧରି ଯେଉଁ ସବୁ ଅଞ୍ଚଳ ଦେଇ ମୋଦି ଯାଇଛନ୍ତି, ସେଠାରେ ମୋଟ ୧୬ଟି ଆସନ ରହିଛି। ଏହି ୧୬ଟି ଆସନ ପାଇଁ ମୋଦି ଗୋଟିଏ ଥରରେ ରୋଡ ଶୋ’ କରି ଲୋକଙ୍କ ମନ ଜିତିବାକୁ ଉଦ୍ୟମ କରିଛନ୍ତି।

୧୯୯୫ରୁ କ୍ଷମତାରେ ଥିବା ବିଜେପି କ୍ରମାଗତ ୭ମ ଥର ପାଇଁ ରାଜ୍ୟରେ ସରକାର ଗଠନ କରିବାକୁ ଲକ୍ଷ୍ୟ ରଖିଛି। ଏଥିପାଇଁ ସବୁ ପ୍ରକାରର କଳବଳ ଓ କୌଶଳ ଦଳ ବ୍ୟବହାର କରିବାକୁ ପଛାଉ ନାହିଁ। ଖାସ୍‌ ଏହି କାରଣ ପାଇଁ ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନେଇ ଏତେ ବଡ଼ ରୋଡ ଶୋ’ର ଆୟୋଜନ କରାଯାଇଛି।

ଆଜି ଯାଏ କୌଣସି ବିଧାନସଭା କିମ୍ବା ଲୋକସଭା ନିର୍ବାଚନ ବେଳେ ବିଜେପିର ଏପରି ପ୍ରଚାର କିମ୍ବା ରୋଡ ଶୋ’ ଦେଖିବାକୁ ମିଳି ନଥିଲା। ଏଥର କିନ୍ତୁ ବିଜେପି ଏତେ ବଡ଼ କାର୍ଯ୍ୟକ୍ରମ କରିଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ରୋଡ ଶୋ’ରେ ଶହଶହ ଲୋକ ସାମିଲ ହୋଇଥିଲେ।

ବିଭିନ୍ନ ବାଦ୍ୟ ଯନ୍ତ୍ର ସହ ଦଳୀୟ ପତାକା ଧରି ବିଜେପି ନେତା ଓ କର୍ମୀମାନେ ୫୦ କିମିର ରୋଡ ଶୋ’ରେ ମୋଦିଙ୍କ ସାଥ ଦେଇଛନ୍ତି। ଫୁଲମାଳ ପକାଇ ମୋଦି ଗୋଟିଏ ଖୋଲା ଜିପରେ ଯାଉଥିବେ ବେଳେ ରାସ୍ତାର ଉଭୟ ପାର୍ଶ୍ୱରେ ଶତାଧିକ ଲୋକଙ୍କ ଭିଡ଼ ଜମିଥିଲା।

ବିଜେପି କହିଛି ଯେ ଜଣେ ଭାରତୀୟ ରାଜନେତା ଭାବେ ପ୍ରଧାନମନ୍ତ୍ରୀ ମୋଦି ସବୁଠାରୁ ଲମ୍ବା ରୋଡ୍‌ ଶୋ’  କରିଛନ୍ତି। ଏହି ଦୀର୍ଘ କିମିର ରୋଡ ଶୋ’ ବେଳେ ପଣ୍ଡିତ ଦିନଦାୟାଲ ଉପାଧ୍ୟାୟ, ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଓ ନେତଜୀ ସୁଭାଷ ଚନ୍ଦ୍ରଙ୍କ ପ୍ରତିମୂର୍ତ୍ତିରେ ପ୍ରଧାନମନ୍ତ୍ରୀ ମୋଦି ପୁଷ୍ପମାଲ୍ୟ ଅର୍ପଣ ମଧ୍ୟ କରିଛନ୍ତି।

Related story