ମୟୂରର ଖାଇବା କଥା ବୁଝିବାକୁ ଅଧାରୁ ଗୁରୁତ୍ୱପୂର୍ଣ୍ଣ ମିଟିଂ ବନ୍ଦ କରିଥିଲେ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ପର୍କରେ ଗୋଟିଏ ରୋଚକ କଥା କହିଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ପ୍ରଧାନମନ୍ତ୍ରୀ ମୋଦି କେତେ ସମ୍ବେଦନଶୀଳ ଓ ତାଙ୍କ ବ୍ୟକ୍ତିତ୍ୱ କେମିତି, ସେ ସମ୍ପର୍କରେ ସୂଚନା ଦେଇଛନ୍ତି ଶ୍ରୀ ଶାହ। ମୋଦି ଅତ୍ୟନ୍ତ ସମ୍ବେଦନଶୀଳ ହୋଇଥିବାରୁ ଏକଦା ସେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ମିଟିଂକୁ ଅଧାରୁ ବନ୍ଦ କରି ତାଙ୍କ ବାସଭବନରେ ଥିବା ମୟୂରର ଖାଇବା କଥା ବୁଝିଥିଲେ। ଏଥିରୁ ସେ କେତେ ସମ୍ବେଦନଶୀଳ ସେକଥା ସ୍ପଷ୍ଟ ହେଉଥିବା ଅମିତ ଶାହ […]

Modi

Modi

Hemant Lenka
  • Published: Thursday, 12 May 2022
  • Updated: 12 May 2022, 01:55 PM IST

Sports

Latest News

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ପର୍କରେ ଗୋଟିଏ ରୋଚକ କଥା କହିଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ପ୍ରଧାନମନ୍ତ୍ରୀ ମୋଦି କେତେ ସମ୍ବେଦନଶୀଳ ଓ ତାଙ୍କ ବ୍ୟକ୍ତିତ୍ୱ କେମିତି, ସେ ସମ୍ପର୍କରେ ସୂଚନା ଦେଇଛନ୍ତି ଶ୍ରୀ ଶାହ। ମୋଦି ଅତ୍ୟନ୍ତ ସମ୍ବେଦନଶୀଳ ହୋଇଥିବାରୁ ଏକଦା ସେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ମିଟିଂକୁ ଅଧାରୁ ବନ୍ଦ କରି ତାଙ୍କ ବାସଭବନରେ ଥିବା ମୟୂରର ଖାଇବା କଥା ବୁଝିଥିଲେ। ଏଥିରୁ ସେ କେତେ ସମ୍ବେଦନଶୀଳ ସେକଥା ସ୍ପଷ୍ଟ ହେଉଥିବା ଅମିତ ଶାହ କହିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦିଙ୍କ ରାଜନୀତିକ ଯାତ୍ରା ଉପରେ ରଚିତ Modi@20: Dreams Meet Delivery ବହିର ଉନ୍ମୋଚନ କାଯ୍ୟକ୍ରମରେ ଶ୍ରୀ ଶାହ ଯୋଗ ଦେଇଥିଲେ। ଏହି ସମୟରେ ମୋଦି କେମିତି ବୈଠକ ଅଧାରୁ ବନ୍ଦ କରି ମୟୂର ଖାଇବା କଥାକୁ ନିଶ୍ଚିତ କରିଥିଲେ ସେ କଥା ଅମିତ ଶାହ ସୂଚନା ଦେଇଛନ୍ତି।

ସେ କହିଛନ୍ତି, “ଗୋଟିଏ ଦିନ ପ୍ରଧାନମନ୍ତ୍ରୀଙ୍କ ଅଫିସରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଚାଲିଥିଲା। ଏତିକି ବେଳେ ଗୋଟିଏ ମୟୂର ବାରମ୍ବାର କାଚକୁ ଥଣ୍ଟ ମାରିଥିଲା। ସେ ବୈଠକ ରୁମ ବାହାରେ ବୁଲିବା ସହ ବେକ ହଲାଇଥିଲା। କିଛି ମିନିଟ ଧରି ମୟୂରର ଏପରି ହରକତ ଦେଖି ପ୍ରଧାନମନ୍ତ୍ରୀ ବୁଝି ଯାଇଥିଲେ ଯେ ପକ୍ଷୀଟି ଭୋକିଲା ଅଛି। ତେଣୁ ସେ ତୁରନ୍ତ ତାଙ୍କ କର୍ମଚାରୀଙ୍କୁ ଡାକିଥିଲେ ଓ ମୟୂରର ଖାଇବା କଥା ନିଶ୍ଚିତ କରିଥିଲେ। ଗୋଟିଏ ଗୁରୁତ୍ୱପୂର୍ଣ୍ଣ ବୈଠକ ଚାଲିଥିବା ବେଳେ ମୟୂର କଥା ଭାବିବା ଓ ତା’ ଖାଇବାକୁ ନିଶ୍ଚିତ କରିବା ଘଟଣା ହିଁ ବୟାନ କରୁଛି ଯେ ପ୍ରଧାନମନ୍ତ୍ରୀ କେତେ ସମ୍ବେଦନଶୀ।”

ଏଥିସହ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅନେକ ପ୍ରଶଂସା କରିଛନ୍ତି। ଶାହ କହିଛନ୍ତି, “ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଖରେ ପଞ୍ଚାୟତ ଚଳାଇବାର ଅଭିଜ୍ଞତା ନଥିବା ବେଳେ ସେ ଭୂକମ୍ପ ପ୍ରବଣ ଗୋଟିଏ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏହା ସତ୍ତ୍ୱେ ମଧ୍ୟ ସେ ନିୟମିତ ଜିତି ଚାଲିଥିଲେ ଓ ରାଜ୍ୟକୁ ବେଶ ଦକ୍ଷତାର ସହ ଆଗକୁ ନେଇଥିଲେ।”

ସୂଚନାଯୋଗ୍ୟ, ୨୦୨୦ରେ ମୋଦି ଗୋଟିଏ ମୟୂରକୁ ତାଙ୍କ ବାସଭବନରେ ଖାଇବାକୁ ଦେବା ସହ ତା’ ସହ ଖେଳୁଥିବା ବେଳର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story