କଶ୍ମୀରକୁ ନେଇ କିଛି ନୂଆ ପ୍ଲାନ୍?

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରକୁ ନେଇ ବଢ଼ିଲା ରାଜନୀତିକ ଚର୍ଚ୍ଚା। କଶ୍ମୀରରେ ବିଧାନସଭା ନିର୍ବାଚନ ହେବ ନା ସରକାର ଆଉ କିଛି ପ୍ଲାନ୍ ରଖିଛନ୍ତି ଏହି କେନ୍ଦ୍ର ଶାସିତ ଅଞ୍ଚଳକୁ ନେଇ ବଢ଼ିଛି ଚର୍ଚ୍ଚା। ଜୁନ୍ ୨୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜମ୍ମୁ କଶ୍ମୀରରେ ହେବାକୁ ଥିବା ସମସ୍ତ ରାଜନୀତିକ ଦଳଙ୍କ ସହ ବୈଠକ କରିବେ ବୋଲି ଜଣାପଡ଼ିଛି। ଏହାପରେ ଏଭଳି ଚର୍ଚ୍ଚା ବଢ଼ିଛି। ଏହା ପୂର୍ବରୁ ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଜମ୍ମୁ କଶ୍ମୀରର ବିକାଶ ନେଇ […]

Modi

Subhransu Sekhar
  • Published: Saturday, 19 June 2021
  • , Updated: 19 June 2021, 06:21 PM IST

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରକୁ ନେଇ ବଢ଼ିଲା ରାଜନୀତିକ ଚର୍ଚ୍ଚା। କଶ୍ମୀରରେ ବିଧାନସଭା ନିର୍ବାଚନ ହେବ ନା ସରକାର ଆଉ କିଛି ପ୍ଲାନ୍ ରଖିଛନ୍ତି ଏହି କେନ୍ଦ୍ର ଶାସିତ ଅଞ୍ଚଳକୁ ନେଇ ବଢ଼ିଛି ଚର୍ଚ୍ଚା। ଜୁନ୍ ୨୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜମ୍ମୁ କଶ୍ମୀରରେ ହେବାକୁ ଥିବା ସମସ୍ତ ରାଜନୀତିକ ଦଳଙ୍କ ସହ ବୈଠକ କରିବେ ବୋଲି ଜଣାପଡ଼ିଛି। ଏହାପରେ ଏଭଳି ଚର୍ଚ୍ଚା ବଢ଼ିଛି। ଏହା ପୂର୍ବରୁ ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଜମ୍ମୁ କଶ୍ମୀରର ବିକାଶ ନେଇ ବୈଠକ କରିଥିଲେ। ତେବେ ସରକାରୀ ଅଧିକାରୀଙ୍କ କହିବା ଅନୁଯାୟୀ ଜମ୍ମୁ କଶ୍ମୀରରେ ବିଧାନସଭା ନିର୍ବାଚନ ହୋଇପାରେ। ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ରାଜନୀତିକ ଦଳଙ୍କ ସହ ବୈଠକ ଡାକି ଥାଇ ପାରନ୍ତି।

୨୦୧୯ ମସିହା ଅଗଷ୍ଟ ମାସରେ କେନ୍ଦ୍ରର ମୋଦି ସରକାର ଜମ୍ମୁ କଶ୍ମୀରରୁ ଧାରା ୩୭୦ ହଟାଇ ଦେଇଥିଲେ। ଏହାପରେ ଜମ୍ମୁ କଶ୍ମୀର ଏବଂ ଲଦାଖକୁ କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରିଛନ୍ତି ସରକାର। ସେବେଠାରୁ ଜମ୍ମୁ କଶ୍ମୀରରେ ବିଧାନସଭା କାର୍ଯ୍ୟକ୍ଷମ ହେଉ ନାହିଁ। ଅର୍ଥାତ୍ କୌଣସି ନିର୍ବାଚିତ ସରକାର ନାହାନ୍ତି। ଏବେ ଉପରାଜ୍ୟପାଳଙ୍କ ଜରିଆରେ କେନ୍ଦ୍ର ସରକାର ସେଠାରେ ସରକାରୀ ସେବା ଚଳାଉଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡାକିଥିବା ଏହି ବୈଠକରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ଅନେକ କ୍ୟାବିନେଟ ମନ୍ତ୍ରୀ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି। ଜମ୍ମୁ କଶ୍ମୀରରେ ଆତଙ୍କବାଦୀଙ୍କଠୁ ସୁରକ୍ଷା ସବୁଠାରୁ ବଡ଼ ପଦକ୍ଷେପ ହୋଇଥିବାରୁ ଏହି ବୈଠକରେ ର' ଓ ଗୁଇନ୍ଦା ଅଧିକାରୀ ମଧ୍ୟ ଉପସ୍ଥିତ ରହିପାରନ୍ତି। କେନ୍ଦ୍ର ସରକାର ପିଡିପିର ମୁଖ୍ୟ ମେହବୁବା ମୁଫତି, ନ୍ୟାଶନାଲ କନଫରେନସର ଫାରୁକ ଅବଦୁଲ୍ଲା ଏବଂ ଜମ୍ମୁ କଶ୍ମୀରର ଅପନୀ ପାର୍ଟିର ମୁଖ୍ୟ ଅଲତାପ ବୁଖାରୀ ଏବଂ ପିପୁଲସ କନଫରେନ୍ସର ପ୍ରମୁଖ ଅଧିକାରୀ ସଜ୍ଜାଦ ଲୋନଙ୍କୁ ବୈଠକରେ ସାମିଲ୍ ହେବା ପାଇଁ ସରକାରଙ୍କ ତରଫରୁ ପ୍ରକ୍ରିୟା ଆରମ୍ଭ ହୋଇଛି।

କେନ୍ଦ୍ର ସରକାର ଇତି ମଧ୍ୟରେ ମେହବୁବା ମୁଫତିଙ୍କ ସହ ଫୋନ୍ ଜରିଆରେ କଥା ହୋଇଛନ୍ତି। ମୁଫତି ମଧ୍ୟ କେନ୍ଦ୍ର ସରକାରଙ୍କ ତରଫରୁ ଫୋନ୍ ଆସିଥିବା ନେଇ ସ୍ୱୀକାର କରିଛନ୍ତି। ତେବେ ଦଳୀୟ ନେତାଙ୍କ ସହ ଆଲୋଚନା ପରେ ବୈଠକ ବାବଦରେ ସେ ନିଷ୍ପତ୍ତି ନେବେ ବୋଲି କହିଛନ୍ତି।

Related story