ନିର୍ବାଚନ ଥିବା ରାଜ୍ୟରେ ବଢ଼ିପାରେ ଓମିକ୍ରନ କେସ୍‌! କ’ଣ ପରାମର୍ଶ ଦେଲେ ମୋଦି

ନୂଆଦିଲ୍ଲୀ: ଆସନ୍ତାବର୍ଷ ପ୍ରଥମ ଭାଗରେ ଉତ୍ତର ପ୍ରଦେଶ ସମେତ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ଏବେ ଠାରୁ ରାଜନୀତିକ ଦଳଗୁଡ଼ିକ ଜୋରଦାର ପ୍ରଚାର କରୁଛନ୍ତି। ତେବେ ଦେଶରେ ମାରାତ୍ମକ ଓମିକ୍ରନ ଭାରିଏଣ୍ଟ କାୟା ବିସ୍ତାର କରୁଥିବା ବେଳେ ନିର୍ବାଚନ ରାଲିରେ ଭିଡ଼ ଜମିବା ସମସ୍ତଙ୍କୁ ଚିନ୍ତାରେ ପକାଇଛି। ଏସବୁ ଭିତରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟଗୁଡ଼ିକରେ ଓମିକ୍ରନ ସଂକ୍ରମଣ ବଢ଼ିବାର ଆଶଙ୍କା ଥିବା କେନ୍ଦ୍ର ସରକାର କହିଛନ୍ତି। ଏଥିପାଇଁ ଟିକାକରଣ କାର୍ଯ୍ୟକ୍ରମକୁ […]

Modi

Hemant Lenka
  • Published: Thursday, 23 December 2021
  • , Updated: 23 December 2021, 10:20 PM IST

ନୂଆଦିଲ୍ଲୀ: ଆସନ୍ତାବର୍ଷ ପ୍ରଥମ ଭାଗରେ ଉତ୍ତର ପ୍ରଦେଶ ସମେତ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ଏବେ ଠାରୁ ରାଜନୀତିକ ଦଳଗୁଡ଼ିକ ଜୋରଦାର ପ୍ରଚାର କରୁଛନ୍ତି। ତେବେ ଦେଶରେ ମାରାତ୍ମକ ଓମିକ୍ରନ ଭାରିଏଣ୍ଟ କାୟା ବିସ୍ତାର କରୁଥିବା ବେଳେ ନିର୍ବାଚନ ରାଲିରେ ଭିଡ଼ ଜମିବା ସମସ୍ତଙ୍କୁ ଚିନ୍ତାରେ ପକାଇଛି।

ଏସବୁ ଭିତରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟଗୁଡ଼ିକରେ ଓମିକ୍ରନ ସଂକ୍ରମଣ ବଢ଼ିବାର ଆଶଙ୍କା ଥିବା କେନ୍ଦ୍ର ସରକାର କହିଛନ୍ତି। ଏଥିପାଇଁ ଟିକାକରଣ କାର୍ଯ୍ୟକ୍ରମକୁ ଜୋରଦାର କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି।

ଅନ୍ୟପକ୍ଷରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ସନ୍ଧ୍ୟା ବେଳେ କୋଭିଡ ସ୍ଥିତିର ସମୀକ୍ଷା କରିଛନ୍ତି। ଏହି ସମୀକ୍ଷା ବୈଠକରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ଓ ରାଜ୍ୟ ପ୍ରତିନିଧିମାନେ ଉପସ୍ଥିତ ଥିଲେ। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଭଳି ମୋଦି ମଧ୍ୟ ଟେଷ୍ଟିଂ, କଣ୍ଟେନମେଣ୍ଟ ଓ ଟିକାକରଣ ଉପରେ ଗୁରୁତ୍ୱ ଦେବାକୁ କହିଛନ୍ତି। ଓମିକ୍ରନ ଭାରିଏଣ୍ଟ ବିପଦ ସୃଷ୍ଟି କରିବାର ଆଶଙ୍କା ଥିବାରୁ ମୋଦି ଏଥିପ୍ରତି ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ସତର୍କ ଓ ସାବଧାନ ରହିବାକୁ ସେ କହିବା ସହ କରୋନା ବିରୋଧୀ ଲଢ଼େଇ ଏଯାଏ ଶେଷ ହୋଇ ନଥିବା ମତ ରଖିଛନ୍ତି।

ଏହାପୂର୍ବରୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଗୁରୁବାର ସବୁ ରାଜ୍ୟର ବରିଷ୍ଠ ଅଧିକାରୀଙ୍କ ସହ ଗୋଟିଏ ସୀମକ୍ଷା ବୈଠକ କରାଯାଇଛି। ବୈଠକରେ ନିର୍ବାଚନ ହେବାକୁ ଥିବା ରାଜ୍ୟଗୁଡ଼ିକରେ କରୋନା ସଂକ୍ରମଣ ବଢ଼ିବାର ଆଶଙ୍କା ଥିବା ମନ୍ତ୍ରଣାଳୟ କହିଛି। ବିଶେଷ କରି ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ରାଜ୍ୟଗୁଡ଼ିକରେ ଓମିକ୍ରନ ଭାରିଏଣ୍ଟ ଦ୍ରୁତଗିରେ ବ୍ୟାପୀ ପାରେ।

ତେଣୁ ଟିକାକରଣ କାର୍ଯ୍ୟକ୍ରମ ସେହି ସବୁ ରାଜ୍ୟରେ ଜୋରଦାର କରାଯିବା ଉଚିତ। ବିଶେଷକରି ଯେଉଁ ସବୁ ଜିଲ୍ଲାରେ ଟିକାକରଣ ହାର କମ ରହିଛି, ସେଗୁଡ଼ିକୁ ଫୋକସରେ ଯୋଜନା ପ୍ରସ୍ତୁତ କରିବାକୁ ମନ୍ତ୍ରଣାଳୟ ପରାମର୍ଶ ଦେଇଛି।

ଏହାବାଦ ଆଗକୁ ବିଭିନ୍ନ ପ୍ରକାରର ପର୍ବ ଆସୁଛି। ତେଣୁ କଣ୍ଟେନମେଣ୍ଟ ଉପରେ ଗୁରୁତ୍ୱ ଦେଇ ଭିଡ଼ ଯଥା ସମ୍ଭବ କମ କରିବାକୁ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ କହିଛନ୍ତି। ଟେଷ୍ଟିଂ ସଂଖ୍ୟା ବୃଦ୍ଧି ଓ କୋଭିଡର ଉଚିତ ବ୍ୟବହାର ଯେମିତି ପାଳନ ହେବ, ସେଥିପ୍ରତି ଧ୍ୟାନ ଦେବାକୁ କୁହାଯାଇଛି।

Related story