କରୋନା ଟିକା ନେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ଟିକା ନେଇଛନ୍ତି। କୋଭିଡ଼ର ପ୍ରଥମ ଟିକା ସେ ଦିଲ୍ଲୀ ଏମ୍ସରେ ନେଇଛନ୍ତି। ଏ ସଂପର୍କରେ ସେ ନିଜେ ଟ୍ୱିଟ୍ କରି ଜଣାଇଛନ୍ତି। ଟିକା ନେବା ପରେ ସେ ସମସ୍ତ ଡାକ୍ତର ଏବଂ ବୈଜ୍ଞାନିକମାନଙ୍କୁ ଧନ୍ୟବାଦ ଦେଇଛନ୍ତି। ବୈଜ୍ଞାନିକ ଏବଂ ଡାକ୍ତରଙ୍କ ଉଦ୍ୟମ ଯୋଗୁଁ ଭାରତ ଆଜି କୋଭିଡ ବିରୋଧରେ ଭଲ ଭାବେ ଲଢ଼େଇ କରିପାରୁଛି ବୋଲି ମୋଦି କହିଛନ୍ତି। ଏଥିସହ ସମସ୍ତ ଯୋଗ୍ୟ ବ୍ୟକ୍ତିଙ୍କୁ ଟିକା ନେବାକୁ ପ୍ରଧାନମନ୍ତ୍ରୀ ଅନୁରୋଧ […]

covid-vaccine

Subhransu Sekhar
  • Published: Monday, 01 March 2021
  • , Updated: 01 March 2021, 01:41 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ଟିକା ନେଇଛନ୍ତି। କୋଭିଡ଼ର ପ୍ରଥମ ଟିକା ସେ ଦିଲ୍ଲୀ ଏମ୍ସରେ ନେଇଛନ୍ତି। ଏ ସଂପର୍କରେ ସେ ନିଜେ ଟ୍ୱିଟ୍ କରି ଜଣାଇଛନ୍ତି।

ଟିକା ନେବା ପରେ ସେ ସମସ୍ତ ଡାକ୍ତର ଏବଂ ବୈଜ୍ଞାନିକମାନଙ୍କୁ ଧନ୍ୟବାଦ ଦେଇଛନ୍ତି। ବୈଜ୍ଞାନିକ ଏବଂ ଡାକ୍ତରଙ୍କ ଉଦ୍ୟମ ଯୋଗୁଁ ଭାରତ ଆଜି କୋଭିଡ ବିରୋଧରେ ଭଲ ଭାବେ ଲଢ଼େଇ କରିପାରୁଛି ବୋଲି ମୋଦି କହିଛନ୍ତି। ଏଥିସହ ସମସ୍ତ ଯୋଗ୍ୟ ବ୍ୟକ୍ତିଙ୍କୁ ଟିକା ନେବାକୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି। ଟିକା ନେଇ ଭାରତକୁ କୋଭିଡ୍ ମୁକ୍ତ କରିବାକୁ ସେ ଆହ୍ୱାନ କରିଛନ୍ତି।

ଭାରତ ବାୟୋଟେକର ଏହି ଟିକାକୁ ନେଇ ମଧ୍ୟ ବିରୋଧୀ ଏବଂ କିଛି ବିଶେଷଜ୍ଞ ପ୍ରଶ୍ନ ଉଠାଇଥିଲେ। ହେଲେ ମୋଦି ଏବେ ଏହି ଟିକା ନେଇ କୋଭାକ୍ସିନର ବିଶ୍ୱସନୀୟତାକୁ ନେଇ ଉଠିଥିବା ପ୍ରଶ୍ନର ଜବାବ ଦେଇଛନ୍ତି।

 

https://twitter.com/narendramodi/status/1366200664402006016?s=20

ସୂଚନାଯୋଗ୍ୟ, ଆଜିଠାରୁ ୬୦ରୁ ଅଧିକ ବୟସ୍କ ଲୋକମାନେ ଟିକା ନେଇପାରିବେ। ସେହିଭଳି ୪୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି, ଯେଉଁମାନେ ବହୁବିଧ ରୋଗରେ ଆକ୍ରାନ୍ତ ଥିବେ, ସେମାନେ ମଧ୍ୟ ଟିକା ନେବେ। ଯେଉଁମାନେ ଘରୋଇ ହସ୍ପିଟାଲରେ ଟିକା ନେବେ ସେମାନଙ୍କୁ ଡୋଜ୍‌ ପିଛା ୨୫୦ ଟଙ୍କା ଦେବାକୁ ହେବ

ଯେଉଁମାନେ ଟିକା ନେବେ ସମସ୍ତଙ୍କୁ କୋଓ୍ୱିନ ଆପରେ ରେଜିଷ୍ଟ୍ରେସନ କରିବାକୁ ହେବ। ସକାଳ ୯ଟାରୁ ଏହି ରେଜିଷ୍ଟ୍ରେସନ କରିପାରିବେ।

Related story