ନୂଆଦିଲ୍ଲୀ: ୟୁକ୍ରେନ୍ରେ ଯୁଦ୍ଧ ସଙ୍କଟକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ହଙ୍ଗେରୀ ପ୍ରଧାନମନ୍ତ୍ରୀ ଭିକ୍ଟର ଅର୍ବାନଙ୍କ ସହିତ କଥା ହୋଇଛନ୍ତି । ବର୍ତ୍ତମାନ ୟୁକ୍ରେନ୍ରେ ଲାଗି ରହିଥିବା ଯୁଦ୍ଧ ପରିସ୍ଥିତି ଉପରେ ଉଭୟ ନେତା ଆଲୋଚନା କରିଥିଲେ । ରୁଷ-ୟୁକ୍ରେନ୍ ମଧ୍ୟରେ ତୁରନ୍ତ ସମାଧାନ ପାଇଁ ଆଲୋଚନା ମାର୍ଗକୁ ଫେରିବା ଆବଶ୍ୟକତା ରହିଛି ବୋଲି ଉଭୟଙ୍କ ମଧ୍ୟରେ ସହମତି ପ୍ରକାଶ ପାଇଛି ।
ୟୁକ୍ରେନ-ହଙ୍ଗେରୀ ସୀମା ଦେଇ ୬ହଜାରରୁ ଅଧିକ ଭାରତୀୟ ନାଗରିକମାନଙ୍କୁ ଉଦ୍ଧାର କରିବା ଲାଗି ସହାୟତା ଯୋଗାଇ ଦେଇଥିବାରୁ ପ୍ରଧାନମନ୍ତ୍ରୀ ଅର୍ବାନ ଏବଂ ହଙ୍ଗେରୀ ସରକାରଙ୍କୁ ପ୍ରଧାନମନ୍ତ୍ରୀ ମୋଦି ନିଜର ଧନ୍ୟବାଦ ଜଣାଇଥିଲେ । ୟୁକ୍ରେନରୁ ଉଦ୍ଧାର ହୋଇଥିବା ଭାରତୀୟ ଡାକ୍ତରୀ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ଅର୍ବାନ ଶୁଭକାମନା ଜଣାଇଥିଲେ । ସେ କହିଥିଲେ ଯେ ସେମାନେ ଚାହିଁଲେ ନିଜର ଡାକ୍ତରୀ ପାଠପଢ଼ା ହଙ୍ଗେରୀରେ ଜାରି ରଖିପାରିବେ । ପ୍ରଧାନମନ୍ତ୍ରୀ ଏପରି ଏକ ପ୍ରସ୍ତାବକୁ ମୋଦି ଗ୍ରହଣ କରିବା ସହିତ ନିଜର କୃତଜ୍ଞତା ବ୍ୟକ୍ତ କରିଥିଲେ ।