ସୋମବାର ଡିଜିଟାଲ ପେମେଣ୍ଟ ସଲ୍ୟୁସନ ଇ-ରୁପିର ଶୁଭାରମ୍ଭ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଗଷ୍ଟ ୨, ୨୦୨୧ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଡିଜିଟାଲ ପେମେଣ୍ଟ ସଲ୍ୟୁସନ ଇ-ରୁପି (e-RUPI) ଶୁଭାରମ୍ଭ କରିବେ । ସରକାରୀ ସୁବିଧା ହିତାଧିକାରୀମାନଙ୍କ ନିକଟରେ ବିନା ବାଟମାରଣାରେ କିଭଳି ପହଞ୍ଚିବ ତାକୁ ସୁନିଶ୍ଚିତ କରିବା ପାଇଁ ସରକାର ଚେଷ୍ଟା କରୁଛନ୍ତି। ବିଗତ କିଛି ବର୍ଷରେ ଏଭଳି କିଛି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏହି ନିଆରା ସୁବିଧା ଅନୁଯାୟୀ ସରକାର ଓ ହିତାଧିକାରୀଙ୍କ ମଧ୍ୟରେ ନିର୍ଦ୍ଦିଷ୍ଟ କିଛି ଟଚ୍ ପଏଣ୍ଟ ରହିଛି । […]

pm-modi

pm-modi

Subhransu Sekhar
  • Published: Sunday, 01 August 2021
  • Updated: 01 August 2021, 09:27 PM IST

Sports

Latest News

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଗଷ୍ଟ ୨, ୨୦୨୧ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଡିଜିଟାଲ ପେମେଣ୍ଟ ସଲ୍ୟୁସନ ଇ-ରୁପି (e-RUPI) ଶୁଭାରମ୍ଭ କରିବେ । ସରକାରୀ ସୁବିଧା ହିତାଧିକାରୀମାନଙ୍କ ନିକଟରେ ବିନା ବାଟମାରଣାରେ କିଭଳି ପହଞ୍ଚିବ ତାକୁ ସୁନିଶ୍ଚିତ କରିବା ପାଇଁ ସରକାର ଚେଷ୍ଟା କରୁଛନ୍ତି। ବିଗତ କିଛି ବର୍ଷରେ ଏଭଳି କିଛି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏହି ନିଆରା ସୁବିଧା ଅନୁଯାୟୀ ସରକାର ଓ ହିତାଧିକାରୀଙ୍କ ମଧ୍ୟରେ ନିର୍ଦ୍ଦିଷ୍ଟ କିଛି ଟଚ୍ ପଏଣ୍ଟ ରହିଛି । ଏପରି ସେବା ସୁଶାସନ ଦୃଷ୍ଟିକୋଣକୁ ଆଗେଇ ନେବ ବୋଲି ସରକାର ଆଶାବାଦୀ ରହିଛନ୍ତି।

ଇ-ରୁପି କ'ଣ ?

ଇ-ରୁପି ଡିଜିଟାଲ ପେମେଣ୍ଟର ଏକ ନଗଦ ବିହୀନ ଓ ସମ୍ପର୍କମୁକ୍ତ ମାଧ୍ୟମ। ଏହା ଏକ କ୍ୟୁଆର କୋଡ କିମ୍ବା ଏମଏମଏସ ଷ୍ଟ୍ରିଙ୍ଗ ଆଧାରିତ ଇ-ଭାଉଚର, ଯାହା ହିତାଧିକାରୀଙ୍କ ମୋବାଇଲରେ ପହଞ୍ଚିଥାଏ । ଏହି ଅବାଧ ଏକକାଳୀନ ଦେୟପଇଠ ବ୍ୟବସ୍ଥାର ବ୍ୟବହାରକାରୀ ଭାଉଚରକୁ କାର୍ଡ ବ୍ୟବହାର ନକରି ଡିଜିଟାଲ ପେମେଣ୍ଟ ଆପ୍ କିମ୍ବା ଇଣ୍ଟରନେଟ ବ୍ୟାଙ୍କିଙ୍ଗ ମାଧ୍ୟମରେ ସେବା ପ୍ରଦାନକାରୀଙ୍କ ନିକଟରେ ରିଡିମ କରିପାରିବେ । ନ୍ୟାସନାଲ ପେମେଣ୍ଟସ କର୍ପୋରେସନ ଅଫ ଇଣ୍ଡିଆ ନିଜ ୟୁପିଆଇ ପ୍ଲାଟଫର୍ମରେ ବିତ୍ତୀୟ ସେବା ବିଭାଗ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଓ ଜାତୀୟ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷଙ୍କ ସହଯୋଗରେ ଏହା ବିକଶିତ ହୋଇଛି।

କୌଣସି ଫିଜିକାଲ ଇଣ୍ଟରଫେସ ବିନା ଡିଜିଟାଲ ଶୈଳୀରେ ହିତାଧିକାରୀ ଓ ସେବାପ୍ରଦାନକାରୀଙ୍କ ସହ ସେବାର ପ୍ରାୟୋଜକଙ୍କ ସହ ଯୋଡିଥାଏ । ନେଣଦେଣ ସରିବା ପରେ ଏହା ସେବା ପ୍ରଦାନକାରୀଙ୍କୁ ଦେୟ ପଇଠ ସୁନିଶ୍ଚିତ କରିବ । ପ୍ରି-ପେଡ ହୋଇଥିବାରୁ ମଧ୍ୟସ୍ଥିଙ୍କ ହସ୍ତକ୍ଷେପ ବିନା ସେବାପ୍ରଦାନକାରୀଙ୍କୁ ଠିକ୍ ସମୟରେ ଦେୟ ପଇଠ ସମ୍ଭବ ହୋଇପାରିବ।

ବାଟମାରଣା ମୁକ୍ତ କଲ୍ୟାଣକାରୀ ସେବା ପ୍ରଦାନ ସୁନିଶ୍ଚିତ କରିବା ଦିଗରେ ଏହା ଏକ ବୈପ୍ଳବିକ ଉପକ୍ରମ ହେବ ବୋଲି ଆଶା ରହିଛି । ଏହାର ବ୍ୟବହାର ମା ଓ ଶିଶୁ କଲ୍ୟାଣ ଯୋଜନା ଅନ୍ତର୍ଗତ ଔଷଧ ଓ ପୋଷଣ ସହାୟତା ପ୍ରଦାନ, ଟିବି ନିର୍ମୂଳ କାର୍ଯ୍ୟକ୍ରମ, ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଭଳି ଯୋଜନା ଅନ୍ତର୍ଗତ ଔଷଧ ଓ ନିଦାନ, ସାର ସବସିଡି ପ୍ରଦାନ ଯୋଜନା ଭଳି ସେବା ଉପଲବ୍ଧ କରାଯାଇପାରିବ । ଏପିରିକି ବେସରକାରୀ କ୍ଷେତ୍ରଗୁଡିକ ମଧ୍ୟ ନିଜ କର୍ମଚାରୀ କଲ୍ୟାଣ ଓ କର୍ପୋରେଟ ସାମାଜିକ ଦାୟିତ୍ୱ କାର୍ଯ୍ୟକ୍ରମ ଅନ୍ତର୍ଗତ ଏହି ଡିଜିଟାଲ ଭାଉଚର ଉପଯୋଗ କରିପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story