ମୋଦିଙ୍କ ସ୍ୱାଗତରେ ଜର୍ମାନୀରେ ଉଡ଼ିଲା ଗେରୁଆ ବାନା, କଂଗ୍ରେସ କହିଲା-କୁଆଡେ ଗଲା ତ୍ରିରଙ୍ଗା?
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଦେଶ ଗସ୍ତ ବେଳେ ଉଡିଲା ଗେରୁଆ ବାନା। ଏହି ଗେରୁଆ ବାନାକୁ ନେଇ ଏବେ ଆରମ୍ଭ ହୋଇଛି ବିବାଦ। କଂଗ୍ରେସ ଏହାକୁ ନେଇ ଉଠାଇଛି ପ୍ରଶ୍ନ।
୩ ଦିନିଆ ୟୁରୋପ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ସୋମବାର ଜର୍ମାନୀରେ ପହଞ୍ଚିବା ପରେ ତାଙ୍କୁ ଜୋରଦାର ସ୍ୱାଗତ କରାଯାଇଥିଲା। ସେଠାରେ ଥିବା ପ୍ରବାସୀ ପ୍ରଧାନମନ୍ତ୍ରୀଙ୍କର ସ୍ୱାଗତ ବେଳେ ଗେରୁଆ ବାନା ଉଡାଇଥିଲେ। ଯାହାର ଭିଡିଓ ସାମ୍ନାକୁ ଆସିବା ପରେ ଏହାକୁ ନେଇ କଂଗ୍ରେସ ପ୍ରଶ୍ନ ଏବେ ପ୍ରଶ୍ନ ଉଠାଇଛି।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟରରେ ଏହି ଭିଡିଓ ଶେୟାର କରାଯାଇଛି। ଭିଡିଓ ସେୟାର ହେବା ପରେ ବିରୋଧୀ ଦଳର ନେତା ଏହାକୁ ନେଇ ପ୍ରଶ୍ନ କରିଛି। ସେପଟେ କିନ୍ତୁ ବିଜେପି ନେତା ଏହା ସପକ୍ଷରେ ମତ ଦେଇଛନ୍ତି। ଏହାକୁ ନେଇ ଶାସକ ଓ ବିରୋଧୀ ମଧ୍ୟରେ ଏକ ପ୍ରକାରର ଟ୍ୱିଟ୍ ୱାର୍ ଆରମ୍ଭ ହୋଇଯାଇଛି।
କଂଗ୍ରେସ ରାଷ୍ଟ୍ରୀୟ ମୁଖପାତ୍ର ଡ. ଶାମା ମହମ୍ମଦ ପିଏମଓ ପକ୍ଷରୁ ଟ୍ୱିଟ କରାଯାଇଥିବା ଭିଡିଓକୁ ରି-ଟ୍ୱିଟ୍ କରି ପଚାରିଛନ୍ତି , ଏହି ପତାକା କାହାର? ସେହିଭଳି ନାଗାଲାଣ୍ଡ କଂଗ୍ରେସର ମହାସଚିବ ଜେକେ ଝିମୋମି କହିଛନ୍ତି, କୁଆଡେ ଗଲା ତ୍ରିରଙ୍ଗା? ସେହିପରି ୟୁପି କଂଗ୍ରେସ ନେତା ସଦଫ ଜାଫର କହିଛନ୍ତ, ‘ତିରଙ୍ଗା ହିଁ ପ୍ରକୃତ ଭାରତର ଗର୍ବ ଏବଂ ସ୍ୱାଦ।’ ଅନ୍ୟପଟେ ଜଣାଶୁଣା ଐତିହାସିକକାର ଇରଫାନ ହବିବ କହିଛନ୍ତ, ଏହା କଣ ଭାରତର ତ୍ରିରଙ୍ଗା?’ ଏହିଭଳି ଅନେକ ଟ୍ୱିଟ ଗୋଟିଏ ପରେ ଗୋଟିଏ ଆସିବାରେ ଲାଗିଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ତିନି ଦିନିଆ ୟୁରୋପ ଗସ୍ତରେ ଅଛନ୍ତି। ପ୍ରଥମେ ସେ ଜର୍ମାନୀ ପରେ ଡେନମାର୍କ ଓ ଏହାପରେ ଫ୍ରାନ୍ସ ଗସ୍ତ କରିବେ। ୨୦୨୨ର ଏହା ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଥମ ବିଦେଶ ଗସ୍ତ। ଗତବର୍ଷ ୨୯ ଅକ୍ଟୋବରରୁ ନଭେମ୍ବର ୨ ଯାଏ ଇଟାଲୀ ଏବଂ ୟୁକେ ଗସ୍ତରେ ଯାଇଥିଲେ ମୋଦି।
Where is the Tricolor 🇮🇳 https://t.co/HZ5cZbor4l
— GK Zhimomi (@gkzhimomi) May 2, 2022
"Mr. Prime Minister of India," you owe an apology to the nation for propagating this nonsense when you represent the country abroad. https://t.co/jeBOV1y7nn
— Congress Kerala (@INCKerala) May 2, 2022
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।