କୋଭିଡ୍ ପାଣ୍ଠି ପାଇଁ ୨୩,୧୨୩ କୋଟି ଟଙ୍କା ମଞ୍ଜୁର କଲେ ମୋଦି ସରକାର

ନୂଆଦିଲ୍ଲୀ: କୋଭିଡ୍ ମହାମାରୀ ବେଳେ ଦେଶର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସଜାଡିବା ପାଇଁ ଅଣ୍ଟା ଭିଡିଛନ୍ତି ମୋଦି ସରକାର। ଆଗକୁ ତୃତୀୟ ଲହର ଆସିବ ବୋଲି ବିଭିନ୍ନ ସମ୍ଭାବ୍ୟ ରିପୋର୍ଟ ଆସିବ ବୋଲି ଜଣାପଡ଼ିଛି। ଏହାକୁ ନେଇ କେନ୍ଦ୍ରମନ୍ତ୍ରିମଣ୍ଡଳ ଅଦଳ ବଦଳର ଗୋଟିଏ ଦିନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ୟାବିନେଟ ବୈଠକରେ ଆଲୋଚନା କରିଛନ୍ତି। ସ୍ୱାସ୍ଥ୍ୟ ଭିତ୍ତିଭୂମୀ ପାଇଁ ମୋଟ୍ ୨୩,୧୨୩ ହଜାର କୋଟିର ଜରୁରୀକାଳୀନ ପାଣ୍ଠି ଘୋଷଣା କରିଛନ୍ତି। ସେହିପରି ଚାଷୀଙ୍କ ଉନ୍ନତୀ ପାଇଁ […]

mandavya-tomar

mandavya-tomar

Subhransu Sekhar
  • Published: Thursday, 08 July 2021
  • Updated: 08 July 2021, 08:03 PM IST

Sports

Latest News

ନୂଆଦିଲ୍ଲୀ: କୋଭିଡ୍ ମହାମାରୀ ବେଳେ ଦେଶର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସଜାଡିବା ପାଇଁ ଅଣ୍ଟା ଭିଡିଛନ୍ତି ମୋଦି ସରକାର। ଆଗକୁ ତୃତୀୟ ଲହର ଆସିବ ବୋଲି ବିଭିନ୍ନ ସମ୍ଭାବ୍ୟ ରିପୋର୍ଟ ଆସିବ ବୋଲି ଜଣାପଡ଼ିଛି। ଏହାକୁ ନେଇ କେନ୍ଦ୍ରମନ୍ତ୍ରିମଣ୍ଡଳ ଅଦଳ ବଦଳର ଗୋଟିଏ ଦିନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ୟାବିନେଟ ବୈଠକରେ ଆଲୋଚନା କରିଛନ୍ତି। ସ୍ୱାସ୍ଥ୍ୟ ଭିତ୍ତିଭୂମୀ ପାଇଁ ମୋଟ୍ ୨୩,୧୨୩ ହଜାର କୋଟିର ଜରୁରୀକାଳୀନ ପାଣ୍ଠି ଘୋଷଣା କରିଛନ୍ତି। ସେହିପରି ଚାଷୀଙ୍କ ଉନ୍ନତୀ ପାଇଁ ସରକାର ଏପିଏମସି ମାଧ୍ୟମରେ ୧ ଲକ୍ଷ କୋଟି ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ବୈଠକ ପରେ ଉଭୟ ବିଭାଗର ମନ୍ତ୍ରୀ ପ୍ରେସ କନଫରେନସ କରି ଏହି ଘୋଷଣା କରିଛନ୍ତି।

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ୨୩,୧୨୩ କୋଟି ଟଙ୍କା ଜରୁରୀକାଳୀନ ପ୍ୟାକେଜ ଘୋଷଣା କରିଛନ୍ତି। ଏହାକୁ କେନ୍ଦ୍ର ଏବଂ ରାଜ୍ୟ ମିଳିତ ଭାବେ ବ୍ୟବହାର କରିବେ ବୋଲି ସେ କହିଛନ୍ତି। ଏହି ପାଣ୍ଠିକୁ ବ୍ୟବହାର କରି ଦେଶର ୭୩୬ଟି ଜିଲ୍ଲାରେ ଶିଶୁ ଚିକିତ୍ସା କେନ୍ଦ୍ର ତିଆରି କରାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ନିଷ୍ପତ୍ତି ନେଇଛି। ସେ କହିଛନ୍ତି ଯେ ଦେଶରେ ୪ ଲକ୍ଷ ୭୦ ହଜାର ଅକ୍ସିଜେନ ସହିତ ବେଡ୍ ପ୍ରସ୍ତୁତ ରହିଛି। ସାରା ଦେଶରେ ୪ ହଜାରରୁ ଅଧିକ କୋଭିଡ ସ୍ୱାସ୍ଥ୍ୟ ସେବା କେନ୍ଦ୍ର ରହିଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଦେଶରେ ଆହୁରି ୨୦ ହଜାର ଆଇସିୟୁ ବେଡ୍ ନିର୍ମାଣ କରାଯିବ। କୋଭିଡ ବିରୋଧରେ ସାମୂହିକ ଭାବେ ଲଢ଼ିବାକୁ ହେବ। ଏହି ପାଣ୍ଠି ୯ ମାସ ମଧ୍ୟରେ ବ୍ୟବହାର ହେବ ବୋଲି ସରକାର କହିଛନ୍ତି। ଏହି ପାଣ୍ଠି ଜରିଆରେ ରାଜ୍ୟର ସ୍ୱାସ୍ଥ୍ୟ ବିଭାଗ ସଜାଡିବା ପାଇଁ ସମସ୍ତ ପ୍ରକାରରେ ସହଯୋଗ କେନ୍ଦ୍ର ସରକାର କରିବେ ବୋଲି ସେ କହିଛନ୍ତି।

ସେହିପରି କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି ଯେ ଚାଷୀ ଆନ୍ଦୋଳନ ସହ ଜଡିତ ସଂଗଠନ ସହିତ ସରକାର ଅନେକ ଥର ଆଲୋଚନା କରିଛନ୍ତି। କୃଷି ଆଇନ ରଦ୍ଦ ବ୍ୟତୀତ ସରକାର ଅନ୍ୟ ପ୍ରସଙ୍ଗରେ ଆଲୋଚନା ପାଇଁ ରାଜି ବୋଲି ସେ କହିଛନ୍ତି।

ବୈଠକ ପରେ ସେ କହିଛନ୍ତି, ସରକାରଙ୍କ ନିଷ୍ପତ୍ତି କୃଷକଙ୍କ ଆୟ ବୃଦ୍ଧି କରିବ।। ଆତ୍ମନିର୍ଭର ଭାରତ ଅନୁଯାୟୀ କୃଷି ଭିତ୍ତିଭୂମି ପାଣ୍ଠିକୁ ୧ ଲକ୍ଷ କୋଟି ଟଙ୍କା ଦିଆଯାଇଛି। ଏପିଏମସି ସେହି ପାଣ୍ଠିକୁ ବ୍ୟବହାର କରିପାରିବ। ବଜେଟରେ ଦିଆଯାଇଥିବା ଘୋଷଣାକୁ ସରକାର ପୂରଣ କରୁଛନ୍ତି। ମଣ୍ଡିକୁ ମଜବୁତ କରିବା ନେଇ ବଜେଟ ବେଳେ ସରକାର କହିଥିଲେ। ସେହିପରି କେନ୍ଦ୍ରମନ୍ତ୍ରୀ କହିଛନ୍ତି ତିନି କୃଷି ଆଇନ ଲାଗୁ ହେବା ପରେ ବି ଏପିଏମସି ଆକ୍ଟ ରଦ୍ଦ ହେବନି। କେନ୍ଦ୍ର ସରକାର ଏପିଏମସିକୁ ପାଣ୍ଠି ଯୋଗାଇ ଆର୍ଥିକ ସହାୟତା ଯୋଗାଇବେ ବୋଲି କୃଷି ମନ୍ତ୍ରୀ ତୋମାର କହିଛନ୍ତି।

ସେହିପରି ନଡିଆ ଚାଷ ନେଇ କହିଛନ୍ତି, ଦେଶରେ ଏକ ବଡ଼ ଅଞ୍ଚଳରେ ନଡ଼ିଆ ଚାଷ କରାଯାଏ। ଏହାର ଉତ୍ପାଦନ ବୃଦ୍ଧି ଏବଂ କୃଷକମାନଙ୍କୁ ସୁବିଧାଜନକ କରିବା ପାଇଁ ୧୯୮୧ ମସିହାରେ ନଡ଼ିଆ ବୋର୍ଡ ଅଧିନିୟମ ଅଣାଯାଇଥିଲା। ଆଗାମୀ ଦିନରେ ସରକାର ଏହାର ସଂଶୋଧନ କରିବାକୁ ଯାଉଛନ୍ତି। ବୋର୍ଡର ଚେୟାରମ୍ୟାନ୍ ଜଣେ ଅଣ-ସରକାରୀ ବ୍ୟକ୍ତି ହେବେ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story