ପଶ୍ଚିମବଙ୍ଗରେ ବିଜେପି କର୍ମୀଙ୍କୁ ନିସ୍ତୁକ ମାଡ଼ର ତୀବ୍ର ନିନ୍ଦା

କୋଲକାତା: ପଶ୍ଚିମବଙ୍ଗର ମମତା ସରକାରଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ କୋଲକାତାରେ ଆନ୍ଦୋଳନ ବେଳେ ବିଜେପି କର୍ମୀଙ୍କୁ ନିସ୍ତୁକ ପିଟିବା, ଲୁହବୁହା ଗ୍ୟାସ ଛାଡ଼ିବା ଓ ପାଣିମାଡ଼ କରାଯିବାକୁ ବିଜେପି ତୀବ୍ର ନିନ୍ଦା କରିଛି। ଅତ୍ୟାଚାର ଓ ରାଜନୈତିକ ବିରୋଧୀଙ୍କ ପ୍ରତି ରାଜ୍ୟ ସରକାରଙ୍କ ଅସହନଶୀଳତା ଗତକାଲି ଦେଖିବାକୁ ମିଳିଥିଲା । ପଶ୍ଚିମବଙ୍ଗ ସବୁବେଳେ ନିଜର ବୈଦ୍ଧିକ ଓ ସାଂସ୍କୃତିକ ପରମ୍ପରା ପାଇଁ ପରିଚିତ ଥିବାବେଳେ ମମତା ସରକାର ଏହାକୁ ଧ୍ୱଂସ କରି ଦେଇଛନ୍ତି ବୋଲି ବରିଷ୍ଠ […]

Tourists-from-West-Bengal-attacked-at-Sitakund-in-Similipal

Tourists-from-West-Bengal-attacked-at-Sitakund-in-Similipal

Tapas Behera
  • Published: Wednesday, 14 September 2022
  • Updated: 14 September 2022, 07:59 PM IST

Sports

Latest News

କୋଲକାତା: ପଶ୍ଚିମବଙ୍ଗର ମମତା ସରକାରଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ କୋଲକାତାରେ ଆନ୍ଦୋଳନ ବେଳେ ବିଜେପି କର୍ମୀଙ୍କୁ ନିସ୍ତୁକ ପିଟିବା, ଲୁହବୁହା ଗ୍ୟାସ ଛାଡ଼ିବା ଓ ପାଣିମାଡ଼ କରାଯିବାକୁ ବିଜେପି ତୀବ୍ର ନିନ୍ଦା କରିଛି। ଅତ୍ୟାଚାର ଓ ରାଜନୈତିକ ବିରୋଧୀଙ୍କ ପ୍ରତି ରାଜ୍ୟ ସରକାରଙ୍କ ଅସହନଶୀଳତା ଗତକାଲି ଦେଖିବାକୁ ମିଳିଥିଲା । ପଶ୍ଚିମବଙ୍ଗ ସବୁବେଳେ ନିଜର ବୈଦ୍ଧିକ ଓ ସାଂସ୍କୃତିକ ପରମ୍ପରା ପାଇଁ ପରିଚିତ ଥିବାବେଳେ ମମତା ସରକାର ଏହାକୁ ଧ୍ୱଂସ କରି ଦେଇଛନ୍ତି ବୋଲି ବରିଷ୍ଠ ବିଜେପି ନେତା ରବିଶଙ୍କର ପ୍ରସାଦ କହିଛନ୍ତି।  ସେପଟେ ଗତକାଲିର ଘଟଣାକୁ ନେଇ କୋଲକାତା ହାଇକୋର୍ଟ ରାଜ୍ୟ ସରକାରଙ୍କୁ ରିପୋର୍ଟ ତଲବ କରିଛନ୍ତି । ବିଜେପି ପକ୍ଷରୁ ଶାନ୍ତିପୂର୍ଣ୍ଣ ଭାବେ ସଚିବାଳୟ ଘେରାଉ କରାଯାଉଥିବାବେଳେ କେଉଁ ପରିସ୍ଥତିରେ ପୁଲିସ ମାତ୍ରାଧିକ କାର୍ଯ୍ୟାନୁଷ୍ଟାନ ଗ୍ରହଣ କଲା, ସେନେଇ ହୋଇଥିବା ଅଭିଯୋଗ ଉପରେ ରିପୋର୍ଟ ଦେବାକୁ ଗୃହ ସଚିବଙ୍କୁ କହିଛନ୍ତି କୋଲକାତା ହାଇକୋର୍ଟ । ଏହାସହ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ସେପଟେ ତୃଣମୂଳ କଂଗ୍ରେସ ମଧ୍ୟ ବିଜେପି ବିରୋଧରେ ସଂଗୀନ ଅଭିଯୋଗ ଆଣିଛି । ପୁଲିସ କର୍ମୀଙ୍କୁ ବିଜେପି କର୍ମୀମାନେ ଯେଭଳି ବ୍ୟବହାର ପ୍ରଦର୍ଶନ କଲେ ତାହା ଅତ୍ୟନ୍ତ ନିନ୍ଦନୀୟ । ସେ ଖରା ହେଉ କି ବର୍ଷା ହେଉ, ପୁଲିସମାନେ କଷ୍ଟ ନେଇ ଲୋକଙ୍କୁ ସେବା ଦେଉଛନ୍ତି। ହେଲେ ସେମାନଙ୍କ ପ୍ରତି ବିଜେପି କର୍ମୀ ଯେଉଁଭଳି ଆଚରଣ ଦେଖାଇଲେ ତାହା ଗ୍ରହଣୀୟ ନୁହଁ ବୋଲି ଟିଏମ୍ସି କହିଛି ।

ସୂଚନା ଅନୁଯାୟୀ, ଗତକାଲି ପଶ୍ଚିମବଙ୍ଗରେ ବିଜେପି ଶକ୍ତି ପ୍ରଦର୍ଶନ କରିଥିଲା । ମମତା ସରକାରଙ୍କ ଭ୍ରଷ୍ଟାଚାର ପ୍ରତିବାଦରେ ସାରା ରାଜ୍ୟରୁ ବିଜେପି ନେତା ଓ କର୍ମୀମାନେ ଗତକାଲି ନବାନ୍ନ ଅଭିଯାନ କରିଥିଲେ । ତେବେ ସେମାନଙ୍କୁ ରାଜ୍ୟର ବିଭିନ୍ନ ସ୍ଥାନରେ ଅଟକାଯାଇଥିଲା । ଏହି ସମୟରେ ପୁଲିସ ଓ ବିଜେପି କର୍ମୀମାନଙ୍କ ମଧ୍ୟରେ ଗଣ୍ଡଗୋଳ ହେବା ସହିତ ବ୍ୟାପକ ହିଂସା ଉପୁଜିଥିଲା। ରାସ୍ତା ରଣକ୍ଷେତ୍ର ପାଲଟି ଯାଇଥିଲା। ପୁଲିସ ପାଣି ତୋପ, ଲୁହବୁହା ଗ୍ୟାସ ପ୍ରୟୋଗ ସହିତ ଲାଠିମାଡ଼ କରିଥିଲା। ଏଥିରେ ଅନେକ ବିଜେପି କର୍ମୀ ଓ ସମର୍ଥକ ଆହତ ହୋଇଥିଲେ । ପ୍ରଦର୍ଶନକାରୀ ପୁଲିସ ଗାଡ଼ିରେ ନିଆଁ ମଧ୍ୟ ଲଗାଇଦେଇଥିଲେ |

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos