ଡବଲ ଟେରର ଆଟାକ: ପୁଲିସ୍‌ ଅଧିକାରୀ ସହିଦ, ଜଣେ ସାଧାରଣ ଲୋକ ମୃତ

ଶ୍ରୀନଗର: ପୁଣିଥରେ ଜମ୍ମୁ-କଶ୍ମୀର ଡବଲ ଟେରର ଆଟାକରେ ଥରି ଉଠିଛି। ଆଜି ଅନନ୍ତନାଗ ଓ ଶ୍ରୀନଗରରେ ଆତଙ୍କବାଦୀମାନେ ହମଲା କରିଛନ୍ତି। ଅନନ୍ତନାଗ ହମଲାରେ ଜଣେ ପୁଲିସ୍‌ ଅଧିକାରୀ ସହିଦ ହୋଇଥିବେ ବେଳେ ଶ୍ରୀନଗର ଆକ୍ରମଣରେ ଜଣେ ସାଧାରଣ ଲୋକଙ୍କ ଜୀବନ ଯାଇଛି। ଆକ୍ରମଣ ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ପୂରା ଅଞ୍ଚଳକୁ କର୍ଡନ କରାଯାଇ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି। ହେଲେ ଆତଙ୍କବାଦୀଙ୍କ ସମ୍ପର୍କରେ କୌଣସି ସୂଚନା ମିଳିନି। ମିଳିଥିବା ସୂଚନା ଅନୁଯାୟୀ, ଆଜି ସନ୍ଧ୍ୟାରେ ପ୍ରଥମେ ଆତଙ୍କବାଦୀମାନେ […]

Kashmir

Hemant Lenka
  • Published: Wednesday, 22 December 2021
  • , Updated: 22 December 2021, 08:01 PM IST

ଶ୍ରୀନଗର: ପୁଣିଥରେ ଜମ୍ମୁ-କଶ୍ମୀର ଡବଲ ଟେରର ଆଟାକରେ ଥରି ଉଠିଛି। ଆଜି ଅନନ୍ତନାଗ ଓ ଶ୍ରୀନଗରରେ ଆତଙ୍କବାଦୀମାନେ ହମଲା କରିଛନ୍ତି। ଅନନ୍ତନାଗ ହମଲାରେ ଜଣେ ପୁଲିସ୍‌ ଅଧିକାରୀ ସହିଦ ହୋଇଥିବେ ବେଳେ ଶ୍ରୀନଗର ଆକ୍ରମଣରେ ଜଣେ ସାଧାରଣ ଲୋକଙ୍କ ଜୀବନ ଯାଇଛି। ଆକ୍ରମଣ ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ପୂରା ଅଞ୍ଚଳକୁ କର୍ଡନ କରାଯାଇ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି। ହେଲେ ଆତଙ୍କବାଦୀଙ୍କ ସମ୍ପର୍କରେ କୌଣସି ସୂଚନା ମିଳିନି।

ମିଳିଥିବା ସୂଚନା ଅନୁଯାୟୀ, ଆଜି ସନ୍ଧ୍ୟାରେ ପ୍ରଥମେ ଆତଙ୍କବାଦୀମାନେ ଅନନ୍ତନାଗର ବିଜବେହାରା ସହରରେ ହମଲା କରିଥିଲେ। ସବ ଇନସପେକ୍ଟର ମହମ୍ମଦ ଅଶ୍ରଫଙ୍କୁ ଟାର୍ଗେଟ କରି ଆତଙ୍କବାଦୀମାନେ ଗୁଳିମାଡ଼ କରିଥିଲେ। ଏଥିରେ ଅଶ୍ରଫ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ସେନାର ଯବାନମାନେ ତୁରନ୍ତ ହସ୍ପିଟାଲ ନେଇଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାର ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସ୍ଥାନୀୟ ଅଞ୍ଚଳରେ କର୍ଡନ କରାଯାଇ ସର୍ଚ୍ଚ ଅପରେସନ କରାଯାଉଛି।

ଏହାର କିଛି ସମୟ ପରେ ଶ୍ରୀନଗରର ସଫକଡାଲ ଅଞ୍ଚଳରେ ଆତଙ୍କୀ ହମଲା ହୋଇଥିଲା। ଏଥିରେ ଜଣେ ସାଧାରଣ ଲୋକ ପ୍ରାଣ ହରାଇଛନ୍ତି। ପ୍ରାଣ ହରାଇଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ରୌଫ ଅହମଦ। ତାଙ୍କୁ ହିଁ ଟାର୍ଗେଟ କରି ଆତଙ୍କୀ ଗୁଳି ଚଳାଇଥିଲେ। ଗୁଳି ମାଡ଼ ପରେ ତାଙ୍କୁ ଏସଏମଏଚଏସ୍‌ ହସ୍ପିଟାଲକୁ ନିଆ ଯାଇଥିଲା। କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ଘଟିଛି।

Related story