ଚୋରି ହୋଇଯାଇଥିବା ମାରାଡୋନାଙ୍କ ଦାମୀ ଘଣ୍ଟା ଆସାମରୁ ମିଳିଲା, ଅଭିଯୁକ୍ତ ଗିରଫ

ଗୌହାଟୀ: ଫୁଟବଲ ଜଗତର ଅନ୍ୟତମ ସର୍ବଶ୍ରେଷ୍ଠ ନାଁ ତଥା ଦିବଂଗତ ଡିଆଗୋ ମାରାଡୋନାଙ୍କର ଗୋଟିଏ ଦାମୀ heritage Hublot ଘଣ୍ଟା ଭାରତର ଆସାମରୁ ମିଳିଛି। ଜଣେ ଯୁବକ ଏହାକୁ ଦୁବାଇରୁ ଚୋରି କରି ଆସାମରେ ଆତ୍ମଗୋପନ କରିଥିଲେ। ଦୁବାଇ ପୁଲିସ୍‌ ସହାୟତାରେ ଆସାମ ପୁଲିସ୍‌ ଅଧିକାରୀମାନେ ଦାମୀ ଘଣ୍ଟାକୁ ଠାବ କରିଛନ୍ତି। ସେହିପରି ଏହି ଘଣ୍ଟା ଚୋରି କରିଥିବା ଅଭିଯୋଗରେ ୱାଜିଦ ହୁସେନ ନାମକ ଜଣେ ଯୁବକଙ୍କୁ ଗିରଫ ମଧ୍ୟ କରାଯାଇଛି। ଏ ସମ୍ପର୍କରେ ନିଜେ ଆସାମ […]

watch

Hemant Lenka
  • Published: Saturday, 11 December 2021
  • , Updated: 11 December 2021, 12:47 PM IST

ଗୌହାଟୀ: ଫୁଟବଲ ଜଗତର ଅନ୍ୟତମ ସର୍ବଶ୍ରେଷ୍ଠ ନାଁ ତଥା ଦିବଂଗତ ଡିଆଗୋ ମାରାଡୋନାଙ୍କର ଗୋଟିଏ ଦାମୀ heritage Hublot ଘଣ୍ଟା ଭାରତର ଆସାମରୁ ମିଳିଛି। ଜଣେ ଯୁବକ ଏହାକୁ ଦୁବାଇରୁ ଚୋରି କରି ଆସାମରେ ଆତ୍ମଗୋପନ କରିଥିଲେ। ଦୁବାଇ ପୁଲିସ୍‌ ସହାୟତାରେ ଆସାମ ପୁଲିସ୍‌ ଅଧିକାରୀମାନେ ଦାମୀ ଘଣ୍ଟାକୁ ଠାବ କରିଛନ୍ତି। ସେହିପରି ଏହି ଘଣ୍ଟା ଚୋରି କରିଥିବା ଅଭିଯୋଗରେ ୱାଜିଦ ହୁସେନ ନାମକ ଜଣେ ଯୁବକଙ୍କୁ ଗିରଫ ମଧ୍ୟ କରାଯାଇଛି।

ଏ ସମ୍ପର୍କରେ ନିଜେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ସୂଚନା ଦେଇଛନ୍ତି। ସେ କହିଛନ୍ତି, ଇଣ୍ଡିଆନ ଫେଡରାଲ ଲ’ ଏନଫୋର୍ସମେଣ୍ଟ ଏଜେନ୍ସିଗୁଡ଼ିକ ଦ୍ୱାରା ଦୁବାଇ ପୁଲିସ୍‌ ସହ ଆସାମ ପୁଲିସ୍‌ କାମ କରିଥିଲା। ଏହାପରେ ଆର୍ଜେଣ୍ଟିନାର ମହାନ ଫୁଟବଲ ଖେଳାଳି ଦିବଂଗତ ମାରାଡୋନଙ୍କର ଗୋଟିଏ heritage Hublot ଘଣ୍ଟାକୁ ଜବତ କରାଯାଇଛି। ଏହି ଘଟଣାରେ ଗିରଫ ୱାଜିଦ ହୁସେନ ବିରୋଧରେ ସମସ୍ତ ପ୍ରକାରର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


ମିଳିଥିବା ସୂଚନା ଅନୁଯାୟୀ, ଗୋଟିଏ କେନ୍ଦ୍ରୀୟ ଏଜେନ୍ସି ମାଧ୍ୟମରେ ଦୁବାଇ ପୁଲିସ୍ ପକ୍ଷରୁ ଆସାମ ପୁଲିସ୍‌ ସହ ଯୋଗାଯୋଗ କରିଥିଲା। ଏହାପରେ ଶନିବାର ଭୋର ୪ଟା ସମୟରେ ଶିବସାଗରରେ ରହୁଥିବା ୱାଜିଦଙ୍କୁ ଆସାମ ପୁଲିସ୍‌ ଗିରଫ କରିଥିଲା। ୱାଜିଦ ଦୁବାଇର ଗୋଟିଏ ଶୋ’ ରୁମରେ କାମ କରୁଥିଲେ।

ଏହି ସମୟରେ ସେ ଶୋ’ ରୁମ୍‌ରୁ ଦାମୀ Hublot ଘଣ୍ଟା ଚୋରି କରି ଦେଇଥିଲେ। ଏଥିରେ ମାରାଡୋନାଙ୍କ ହସ୍ତାକ୍ଷର ରହିଥିଲା। ୱାଜିଦ କାମ କରୁଥିବା ଶୋ’ ରୁମ ପକ୍ଷରୁ ମାରାଡୋନାଙ୍କ ସହ ଜଡ଼ିତ ଜିନିଷ ପତ୍ର ସଂରକ୍ଷିତ କରି ରଖାଯାଏ। ଘଣ୍ଟାଟି ଅତ୍ୟନ୍ତ ଦାମୀ ହୋଇଥିବାରୁ ଏହାକୁ ଚୋରି କରିବା କ୍ଷଣି ୱାଜିଦ ଚଳିତ ବର୍ଷ ଅଗଷ୍ଟରେ ଭାରତ ଚାଲି ଆସିଥିଲେ।

କିନ୍ତୁ ଦୁବାଇ ପୁଲିସ୍ ତଦନ୍ତ କରି ୱାଜିଦଙ୍କ ସମ୍ପର୍କରେ ସୂଚନା ପାଇଥିଲା। ଏବେ ଆସାମ ପୁଲିସ୍ ସହାୟତାରେ ତାଙ୍କୁ ଗିରଫ କରାଯାଇଛି। ଶିବସାଗର ଜିଲ୍ଲା ଏସପି ରାକେଶ ରୌଶାନ କହିଛନ୍ତି, “ଗୁପ୍ତ ସୂଚନା ମିଳିବା ପରେ ଆମେ ଗତ ରାତିରେ ଅପରେସନ ଆରମ୍ଭ କରିଥିଲୁ। ଏହି ସମୟରେ ଅଭିଯୁକ୍ତଙ୍କୁ ତାଙ୍କ ଶ୍ୱଶୁର ଘରୁ ଗିରଫ କରାଯାଇଥିଲା। ତାଙ୍କ ପାଖରୁ heritage Hublotର ଗୋଟିଏ ଘଣ୍ଟା ମଧ୍ୟ ଜବତ କରାଯାଇଛି। ଏବେ ଘଟଣାର ଅଧିକ ତଦନ୍ତ କରାଯାଉଛି।”

Related story