ଜ୍ୟୋତିଷଙ୍କ ଘରୁ ଜବତ ହେଲା ୧୮ କୋଟି ଟଙ୍କାର ନକଲି ୨ ହଜାର ଟଙ୍କିଆ ନୋଟ୍

ବିଶାଖପାଟଣା (ଯଶୋବନ୍ତ ପାଢ଼ୀ): ରତ୍ନ ପଥର ଓ ନଗଦ ଟଙ୍କା ଚୋରି ହୋଇଛି କହି ଥାନାରେ ଏତଲା ଦେଇଥିଲେ ଜ୍ୟୋତିଷ ବେଲାମକୋଣ୍ଡା ମୁରାଲିକୃଷ୍ଣ ଶର୍ମା। ପୁଲିସ କିନ୍ତୁ ଆସି ତଦନ୍ତ କରିବା ବେଳେ ତାଙ୍କ ଘରୁ ଜବତ କରିଛି ବିଡା ବିଡା ନକଲି ୨ ହଜାର ଟଙ୍କିଆ ନୋଟ୍। ଯାହାର ମୂଲ୍ୟ ୧୮ କୋଟି ଟଙ୍କା। ତେଲେଙ୍ଗାନାର ହାଇଦ୍ରାବଦ ସହର ସ୍ଥିତ ଏଲ.ବି ନଗରରେ ଏହି ଘଟଣା ଦେଖିବାକୁ ମିଳିଛି। ଏତେ ପରିମାଣର ନକଲି ନୋଟ୍ ଜ୍ୟୋତିଷଙ୍କ […]

astrologer

astrologer

Subhransu Sekhar
  • Published: Wednesday, 23 June 2021
  • Updated: 23 June 2021, 08:01 PM IST

Sports

Latest News

ବିଶାଖପାଟଣା (ଯଶୋବନ୍ତ ପାଢ଼ୀ): ରତ୍ନ ପଥର ଓ ନଗଦ ଟଙ୍କା ଚୋରି ହୋଇଛି କହି ଥାନାରେ ଏତଲା ଦେଇଥିଲେ ଜ୍ୟୋତିଷ ବେଲାମକୋଣ୍ଡା ମୁରାଲିକୃଷ୍ଣ ଶର୍ମା। ପୁଲିସ କିନ୍ତୁ ଆସି ତଦନ୍ତ କରିବା ବେଳେ ତାଙ୍କ ଘରୁ ଜବତ କରିଛି ବିଡା ବିଡା ନକଲି ୨ ହଜାର ଟଙ୍କିଆ ନୋଟ୍। ଯାହାର ମୂଲ୍ୟ ୧୮ କୋଟି ଟଙ୍କା। ତେଲେଙ୍ଗାନାର ହାଇଦ୍ରାବଦ ସହର ସ୍ଥିତ ଏଲ.ବି ନଗରରେ ଏହି ଘଟଣା ଦେଖିବାକୁ ମିଳିଛି। ଏତେ ପରିମାଣର ନକଲି ନୋଟ୍ ଜ୍ୟୋତିଷଙ୍କ ପାଖରେ ଆସିଲା କୁଆଡୁ? ନକଲି ଟଙ୍କା କାରବାରରେ ଜ୍ୟୋତିଷ ବେଲାମକୋଣ୍ଡା ମୁରାଲିକୃଷ୍ଣ ଶର୍ମା ନାହାନ୍ତି ତ? ଏବେ ଏହାକୁ ନେଇ ଚାଲିଛି ପୁଲିସର ତଦନ୍ତ।

ତେଲେଙ୍ଗାନାର ନାଗୁଳୁ ବାସିନ୍ଧା ଜ୍ୟୋତିଷ ବେଲାମକୋଣ୍ଡା ମୁରାଲିକୃଷ୍ଣ ଶର୍ମା ଏଲ.ବି. ନଗର ଥାନାରେ ଗତ କିଛି ଦିନ ପୂର୍ବେ ବେଲାମକୋଣ୍ଡା ମୁରାଲିକୃଷ୍ଣ ଶର୍ମା ତାଙ୍କ ଘରୁ କିଛି ରତ୍ନ ପଥର ଓ ନଗଦ ଟଙ୍କା ଚୋରି ହୋଇଥିବା ଏଫଆଇଆର ଦାୟର କରିଥିଲେ। ପୁଲିସ ଏହାର ତଦନ୍ତ କରି ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ରତ୍ନ ପଥର ଓ ନଗଦ ଟଙ୍କା ଜବତ କରିଥିଲା। କିନ୍ତୁ ପୁଲିସକୁ ଅଭିଯୁକ୍ତ ମାନେ କହିଥିଲେ ଯେ ସେମାନେ  ଜ୍ୟୋତିଷଙ୍କ ଘରୁ ଚୋରି କରିଥିବା ନଗଦ ଟଙ୍କା ନକଲି ଥିବାରୁ ତାକୁ ନିଆଁରେ ପୋଡି ଦେଇଛନ୍ତି।

ଏହା ଶୁଣି ପୁଲିସ ଆଶ୍ଚର୍ଯ୍ୟ ହୋଇଯାଇଥିଲା ଏବଂ ଏହାର ଅଧିକ ତଦନ୍ତ କରିବାକୁ ଯାଇ ପୁଲିସ ଜ୍ୟୋତିଷ ବେଲାମକୋଣ୍ଡା ମୁରାଲିକୃଷ୍ଣ ଶର୍ମାଙ୍କ ଘରେ ପହଞ୍ଚିଥିଲା। ପରେ ଜ୍ୟୋତିଷ ଶର୍ମାଙ୍କୁ ପଚରାଉଚରା କରିଥିଲା। କିନ୍ତୁ ପୁଲିସକୁ ସନ୍ତୋଷଜନକ ଉତ୍ତର ନ ମିଳିବାରୁ ଘରେ ଖାନତଲାସି ଆରମ୍ଭ କରିଥିଲା। ପରେ ପୁଲିସ ହାତରେ ଯାହା ଲାଗିଥିଲା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା।

ତଦନ୍ତକାରୀ ଟିମ୍ ଜ୍ୟୋତିଷଙ୍କ ଘରୁ ୧୮ କୋଟି ଟଙ୍କାର ନକଲି ୨୦୦୦ ଟଙ୍କିଆ ନୋଟ ସହ ୬ ଲକ୍ଷ ଟଙ୍କାର ଅସଲି ନଗଦ ଓ କିଛି ରତ୍ନ ପଥର ଜବତ କରିଥିଲେ। ତେବେ ଜଣେ ଜ୍ୟୋତିଷଙ୍କ ଘରୁ ଏତେ ନକଲି ଟଙ୍କା ମିଳିବା ପୁଲିସକୁ ଆଶ୍ଚର୍ଯ୍ୟ କରିବା ସହ ହାଇଦ୍ରାବାଦ ସହ ସାରା ତେଲେଙ୍ଗାନା ରାଜ୍ୟରେ ଚାଲିଥିବା ନକଲି ଟଙ୍କା କାରାବାରରେ ଗୋଟିଏ ବଡ ଗ୍ୟାଙ୍ଗର ହାତ ଥିବା ସନ୍ଦେହ କରି ମୁରଲି କୃଷ୍ଣ ଶର୍ମାଙ୍କୁ ଅଧିକ ପଚରା ଉଚରା କରାଯାଉଥିବା ପୁଲିସ ସୂଚନା ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos