ଇସିଙ୍କ କଡ଼ା ପଦକ୍ଷେପ: ପ୍ରଚାର ସମୟ ହ୍ରାସ କଲେ, ରାଜନେତାଙ୍କ ପ୍ରବେଶ ଉପରେ ରୋକ ଲଗାଇଲେ

କୋଲକାତା: ପଶ୍ଚିମବଙ୍ଗର କୋଚ ବେହାର ଜିଲ୍ଲାରେ ଆଜି ଭୋଟିଂ ବେଳେ ଘଟିଥିବା ହିଂସାକାଣ୍ଡ ସାରା ଦେଶକୁ ସ୍ତବ୍ଧ କରିଦେଇଛି। ହିଂସାକାଣ୍ଡକୁ ନିୟନ୍ତ୍ରଣ କରିବରକୁ ଯାଇ ସୁରକ୍ଷାକର୍ମୀମାନେ ଲୋକଙ୍କ ଉପରକୁ ଗୁଳିମାଡ଼ କରିଛନ୍ତି। ଏଥିରେ ୫ ଜଣ ଲୋକଙ୍କ ମୃତ୍ୟୁ ଘଟିବା ପରେ ରାଜନୀତିକ ବୟାନବାଜୀ ଆରମ୍ଭ ହୋଇଯାଇଛି। ତେବେ ଏସବୁ ଭିତରେ ଆଜି ନିର୍ବାଚନ କମିଶନ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ବେଙ୍ଗଲର ୫ମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର  ସମୟକୁ କମିଶନ ହ୍ରାସ କରିଛନ୍ତି। ପୂର୍ବରୁ […]

WB

Hemant Lenka
  • Published: Saturday, 10 April 2021
  • , Updated: 10 April 2021, 09:45 PM IST

କୋଲକାତା: ପଶ୍ଚିମବଙ୍ଗର କୋଚ ବେହାର ଜିଲ୍ଲାରେ ଆଜି ଭୋଟିଂ ବେଳେ ଘଟିଥିବା ହିଂସାକାଣ୍ଡ ସାରା ଦେଶକୁ ସ୍ତବ୍ଧ କରିଦେଇଛି। ହିଂସାକାଣ୍ଡକୁ ନିୟନ୍ତ୍ରଣ କରିବରକୁ ଯାଇ ସୁରକ୍ଷାକର୍ମୀମାନେ ଲୋକଙ୍କ ଉପରକୁ ଗୁଳିମାଡ଼ କରିଛନ୍ତି। ଏଥିରେ ୫ ଜଣ ଲୋକଙ୍କ ମୃତ୍ୟୁ ଘଟିବା ପରେ ରାଜନୀତିକ ବୟାନବାଜୀ ଆରମ୍ଭ ହୋଇଯାଇଛି।

ତେବେ ଏସବୁ ଭିତରେ ଆଜି ନିର୍ବାଚନ କମିଶନ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ବେଙ୍ଗଲର ୫ମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର  ସମୟକୁ କମିଶନ ହ୍ରାସ କରିଛନ୍ତି। ପୂର୍ବରୁ ମତଦାନର ୪୮ ଘଣ୍ଟା ପୂର୍ବରୁ ପ୍ରଚାର ବନ୍ଦ କରାଯାଉଥିଲା। ହେଲେ ଏବେ ଏହି ସମୟକୁ ନିର୍ବାଚନ କମିଶନ ୭୨ ଘଣ୍ଟା କରି ଦେଇଛନ୍ତି। ଅର୍ଥାତ ମତଦାନର ୩ ଦିନ ଆଗରୁ କୌଣସି ରାଜନୀତିକ ଦଳ ଆଉ ୫ମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର କରିପାରିବେ ନାହିଁ। ଆସନ୍ତା ୧୭ ତାରିଖରେ ବେଙ୍ଗଲର ୪୫ଟି ଆସନ ପାଇଁ ମତଦାନ ହେବ।

ସେହିପରି ଆଉ ଏକ କଡ଼ା ପଦକ୍ଷେପ ନେଇଛନ୍ତି ନିର୍ବାଚନ କମିଶନ। ପରବର୍ତ୍ତୀ ନିର୍ଦ୍ଦେଶ ଯାଏ କୌଣସି ରାଜନୀତିକ ଦଳର ନେତା ହିଂସା ଘଟିଥିବା କୋଚ ବେହାର ଜିଲ୍ଲାରେ ପ୍ରବେଶ କରିପାରିବେ ନାହିଁ। ଆସନ୍ତାକାଲି ଟିଏମସି ସୁପ୍ରିମୋ ମମତା ଗୁଳିକାଣ୍ଡକୁ ବିରୋଧ କରି କୋଚ ବେହାର ଯିବାର ଥିଲା। ସେଠାରେ ସେ ବିକ୍ଷୋଭ କରିବା ସହ ଗୁଳିମାଡ଼ରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ଭେଟି ଥାଆନ୍ତେ।

ହେଲେ ଏହା ପୂର୍ବରୁ ହିଁ ନିର୍ବାଚନ କମିଶନ ସବୁ ରାଜନୀତିକ ଦଳର ନେତାଙ୍କ ପ୍ରବେଶ ଉପରେ ରୋକ ଲଗାଇଛନ୍ତି। ସିଆଇଏସ୍‌ଏଫ ଯବାନମାନେ ଲୋକଙ୍କ ଉପରେ ଗୁଳି ଚଳାଇଥିବାରୁ ମମତା ଓ ଟିଏମସି ବିଜେପିକୁ ଦାୟୀ କରିଛନ୍ତି। ସେହିପରି ବିଜେପି ମଧ୍ୟ ଘଟଣା ପାଇଁ ଟିଏମସିକୁ ଦାୟୀ କରିଛି। ଟିଏମସି ଗୁଳିକାଣ୍ଡକୁ ବିରୋଧ କରି ପୂରା ରାଜ୍ୟରେ କଳାବ୍ୟାଚ୍‌ ପିନ୍ଧି ବିକ୍ଷୋଭ କରିବ ବୋଲି ମଧ୍ୟ କହିଛି।

ଅନ୍ୟପକ୍ଷରେ ଇସି ମମତା ବାନାର୍ଜୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଏଭଳି କଟକଣା ଲଗାଇଥିବା ଟିଏମସି ଅଭିଯୋଗ କରିଛି।

Related story