ନିର୍ବାଚନ ପ୍ରଚାର ସାରି ଫେରୁଥିଲେ, ବାଟରେ ଗଳା କାଟିଦେଲେ

ବଳରାମପୁର: ଉତ୍ତରପ୍ରଦେଶର ବଳରାମପୁର ଜିଲ୍ଲାରେ ପ୍ରାକ୍‌ ନିର୍ବାଚନୀ ହିଂସା ଘଟିଛି । ଜିଲ୍ଲାରେ ତୁଳସୀପୁରରେ ଜଣେ ସମାଜବାଦୀ ପାର୍ଟି (ଏସପି)ର ନେତାଙ୍କୁ ଗଳାକାଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ସ୍ଥାନୀୟ ନଗର ପଞ୍ଚାୟତର ପୂର୍ବତନ ଅଧ୍ୟକ୍ଷ ଫିରୋଜ ଅହମ୍ମଦ(୩୫)ଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି। ହତ୍ୟାକାରୀ  ବିୟରେ ସୂଚନା ଦେଲେ ପୁଲିସ ପୁରସ୍କାର […]

murder

Tapas Behera
  • Published: Wednesday, 05 January 2022
  • , Updated: 05 January 2022, 09:16 PM IST

ବଳରାମପୁର: ଉତ୍ତରପ୍ରଦେଶର ବଳରାମପୁର ଜିଲ୍ଲାରେ ପ୍ରାକ୍‌ ନିର୍ବାଚନୀ ହିଂସା ଘଟିଛି । ଜିଲ୍ଲାରେ ତୁଳସୀପୁରରେ ଜଣେ ସମାଜବାଦୀ ପାର୍ଟି (ଏସପି)ର ନେତାଙ୍କୁ ଗଳାକାଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ସ୍ଥାନୀୟ ନଗର ପଞ୍ଚାୟତର ପୂର୍ବତନ ଅଧ୍ୟକ୍ଷ ଫିରୋଜ ଅହମ୍ମଦ(୩୫)ଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି। ହତ୍ୟାକାରୀ  ବିୟରେ ସୂଚନା ଦେଲେ ପୁଲିସ ପୁରସ୍କାର ଘୋଷଣା କରିଛି।

ମିଳିଥିବା ସୂଚନା ଅନୁଯାୟୀ, ଫିରୋଜ ତୁଳସୀପୁର ବିଧାନସଭା ନିର୍ବାଚନମଣ୍ଡଳୀରୁ ଏସପି ଟିକେଟ୍ ପାଇଁ ଦାବିଦାର ଥିଲେ। ଏହି ନିର୍ବାଚନମଣ୍ଡଳୀରେ ବିରୋଧୀଙ୍କ ପାଇଁ ଜଣେ ପ୍ରମୁଖ ପ୍ରତିଦ୍ୱନ୍ଦୀ ଥିଲେ ଫିରୋଜ। ସେ ମଙ୍ଗଳବାର ନିର୍ବାଚନ ପ୍ରଚାର ସାରି ବିଳମ୍ବିତ ରାତିରେ ଘରକୁ ଫେରୁଥିଲେ। ତେବେ ବାଟରେ ପୂର୍ବରୁ ପ୍ରସ୍ତୁତ ଥିବା ଦୁର୍ବୃତ୍ତମାନେ ତାଙ୍କ ଗଳା କାଟି ହତ୍ୟା କରିଥିଲେ ।

ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛି। ଖବର ପାଇ ତାଙ୍କ ସମର୍ଥକ ଏବଂ ଏସପି ନେତାଙ୍କ ଭିଡ ଜମିଥିଲା। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ତାଙ୍କ ହତ୍ୟାର ପ୍ରତିବାଦରେ ସ୍ଥାନୀୟ ଅଞ୍ଚଳରେ ବ୍ୟବସାମାନେ ଦୋକାନ ବଜାର ବନ୍ଦ କରିଥିଲେ। ପୁଲିସ  ଅଧୀକ୍ଷକ ହେମନ୍ତ କୁଟିୟାଲ କହିଛନ୍ତି ଯେ ମୃତ ଦେହର ପୋଷ୍ଟମର୍ଟମ କରାଯାଇଛି। ଅପରାଧୀଙ୍କୁ ଧରିବା ପାଇଁ ୪ଟି ଟିମ୍ ଗଠନ କରାଯାଇଛି। ଏହି ଘଟଣାରେ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯିବ। ସେହିପରି ଅପରାଧିଙ୍କ ବିଷୟରେ ସୂଚନା ଦେଲେ ଏକ ଲକ୍ଷ ଟଙ୍କା ପୁରସ୍କାର ମିଳିବ। ଏଥିସହ ସୂଚନାଦାତାଙ୍କ ନାମ ଏବଂ ଠିକଣା ଗୋପନ ରଖାଯିବ ବୋଲି ପୁଲିସ କହିଛି।

Related story