ଗରିବ ମହିଳାଙ୍କ ଅଣ୍ଟା ଭାଙ୍ଗି ଦେଇଛି ମହାମାରୀ

ନୂଆଦିଲ୍ଲୀ: ପୁରୁଷଙ୍କ ତୁଳନାରେ କରୋନା ମହାମାରୀ ବେଳେ ସ୍ୱଳ୍ପ ଆୟ ପରିବାର ମହିଳାମାନେ ଅଧିକାଂଶ କ୍ଷେତ୍ରରେ ଚାକିରି ହରାଇଛନ୍ତି। ମହାମାରୀ ବେଳେ ସେମାନେ ଆବଶ୍ୟକ ଠାରୁ କମ ଖାଦ୍ୟ ଖାଇ ଜୀବନ ବିତାଇଛନ୍ତି। ସେହପରି ବହୁତ କମ ବିଶ୍ରାମ ସେମାନେ ନେଇଥିବା ବେଳେ ଅଧିକ ବିନା ବେତନରେ ସେବା ଯୋଗାଇଛନ୍ତି। ନୂଆ ସର୍ଭେରୁ ଏପରି ତଥ୍ୟ ସାମ୍ନାକୁ ଆସିଛି। କନସଲ୍ଟିଂ ଫାର୍ମ Dalbergର ସର୍ଭେ ଅନୁଯାୟୀ, ମହାମାରୀ କରୋନାର ପ୍ରଥମ ୱେଭ ବେଳେ ଯେଉଁ ମହିଳାମାନେ ଚାକିରି […]

Pandamic

Hemant Lenka
  • Published: Monday, 05 July 2021
  • , Updated: 05 July 2021, 04:15 PM IST

ନୂଆଦିଲ୍ଲୀ: ପୁରୁଷଙ୍କ ତୁଳନାରେ କରୋନା ମହାମାରୀ ବେଳେ ସ୍ୱଳ୍ପ ଆୟ ପରିବାର ମହିଳାମାନେ ଅଧିକାଂଶ କ୍ଷେତ୍ରରେ ଚାକିରି ହରାଇଛନ୍ତି। ମହାମାରୀ ବେଳେ ସେମାନେ ଆବଶ୍ୟକ ଠାରୁ କମ ଖାଦ୍ୟ ଖାଇ ଜୀବନ ବିତାଇଛନ୍ତି। ସେହପରି ବହୁତ କମ ବିଶ୍ରାମ ସେମାନେ ନେଇଥିବା ବେଳେ ଅଧିକ ବିନା ବେତନରେ ସେବା ଯୋଗାଇଛନ୍ତି।

ନୂଆ ସର୍ଭେରୁ ଏପରି ତଥ୍ୟ ସାମ୍ନାକୁ ଆସିଛି। କନସଲ୍ଟିଂ ଫାର୍ମ Dalbergର ସର୍ଭେ ଅନୁଯାୟୀ, ମହାମାରୀ କରୋନାର ପ୍ରଥମ ୱେଭ ବେଳେ ଯେଉଁ ମହିଳାମାନେ ଚାକିରି ହରାଇଥିଲେ ସେମାନଙ୍କୁ ପୁନଃ ନିଯୁକ୍ତି ପାଇବାରେ ଅନେକ ସମୟ ଅପେକ୍ଷା କରିବାକୁ ପଡ଼ିଛି। ଗତବର୍ଷ ମାର୍ଚ୍ଚରୁ ଅକ୍ଟୋବର ମଧ୍ୟରେ କରାଯାଇଥିବା ଏହି ସର୍ଭେରେ ଆହୁରି କୁହାଯାଇଛି ଯେ ଏକ ଦଶମାଂଶ ମହିଳା ବହୁତ କମ ଖାଦ୍ୟ ଖାଇଇଛନ୍ତି କିମ୍ବା ଠିକ୍‌ ଭାବେ ଖାଦ୍ୟ ପାଇନାହାନ୍ତି।

୧୬% ମହିଳା ଠିକ୍‌ ଭାବେ ଋତୁଶ୍ରାବ ପ୍ୟାଡ ପାଇବାକୁ ଅକ୍ଷମ ହୋଇଥିବା ବେଳେ ୩୩% ବିବାହିତ ମହିଳା ଗର୍ଭନିରୋଧର ବ୍ୟବସ୍ଥା ପାଇବାରେ ସଫଳ ହୋଇନାହାନ୍ତି। କରୋନା ଯୋଗୁ ଦେଶର ସ୍ୱାସ୍ଥ୍ୟ ସେବା ପ୍ରଭାବିତ ହୋଇଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ସର୍ଭେ ସଂସ୍ଥା କହିଛି।

ସର୍ଭେ ସଂସ୍ଥା ପକ୍ଷରୁ କେବଳ ପ୍ରଥମେ ୱେଭରେ ସୃଷ୍ଟି ହୋଇଥିବା ସ୍ଥିତିର ସମୀକ୍ଷା କରାଯାଇଛି। କିନ୍ତୁ ଭାରତରେ କରୋନାର ଦ୍ୱିତୀୟ ଲହର ସବୁଠାରୁ ଅଧିକ କ୍ଷତି ପହଞ୍ଚାଇଥିଲା। ଏହି ସମୟରେ ମହିଳାମାନେ ସ୍ୱାସ୍ଥ୍ୟ ଠାରୁ ଆରମ୍ଭ କରି ବିଭିନ୍ନ ସେବା ପାଇବାରେ ମଧ୍ୟ ବିଫଳ ହୋଇଛନ୍ତି। ତେଣୁ କରୋନା ଦ୍ୱିତୀୟ ୱେଭର ସ୍ଥିତି ସମୀକ୍ଷା କରାଗଲେ, ଆହୁରି ଭୟଙ୍କର ଚିତ୍ର ଆସିବାର ଆଶଙ୍କା ରହିଛି।

କରୋନା ମହାମାରୀର ପ୍ରଥମ ୱେଭ ବେଳେ ବିନା ବତେନରେ ସେବା କାମ କରୁଥିବା ମହିଳାଙ୍କ ପ୍ରତିଶତ ୪୧% ଥିବା ବେଳେ ପୁରୁଷଙ୍କ କ୍ଷେତ୍ରରେ ଏହି ସଂଖ୍ୟା ୩୭% ରହିଛି। ୨୭% ମହିଳା ଠିକ ଭାବେ ବିଶ୍ରାମ ନେଇ ପାରି ନଥିବା ବେଳେ ପୁରୁଷଙ୍କ କ୍ଷେତ୍ରରେ ଏହି ସଂଖ୍ୟା ୧୮% ରହିଛି।

ମୁସଲିମ ମହିଳାଙ୍କ ସହ ପ୍ରବାସୀ ଶ୍ରମିକ, ଏକାକୀ ରହୁଥିବା ମହିଳା ଓ ଛାଡ଼ପତ୍ର ହୋଇଯାଇଥିବା ମହିଳାମାନେ ମହାମାରୀର ମାଡ଼ରେ ସର୍ବାଧିକ ପ୍ରଭାବିତ ହୋଇଛନ୍ତି।

Related story