ମହଙ୍ଗା ମାଡ଼ରୁ ଆଶ୍ୱସ୍ତି, ୩ ଟଙ୍କା କମିଲା ବିଦ୍ୟୁତ ଶୁଳ୍କ

ଚଣ୍ଡିଗଡ଼: ଦରବୃଦ୍ଧିକୁ ନେଇ ଆଉଟ ପାଉଟ ହେଉଥିବା ଲୋକଙ୍କୁ ସାମାନ୍ୟ ଆଶ୍ୱସ୍ତି ଦେଇଛନ୍ତି ପଞ୍ଜାବ ସରକାର। ଆସନ୍ତାବର୍ଷ ବିଧାନସଭା ନିର୍ବାଚନ ଥିବା ବେଳେ ଆଜି ପଞ୍ଜାବ ସରକାର ବଡ଼ ଘୋଷଣା କରିଛନ୍ତି। ଲୋକଙ୍କୁ ମହଙ୍ଗା ମାଡ଼ରୁ ଉଦ୍ଧାର କରିବା ପାଇଁ ସରକାର ବିଦ୍ୟୁତ ଶୁଳ୍କକୁ ୟୁନିଟ ପିଛା ୩ ଟଙ୍କା ହ୍ରାସ କରିଛନ୍ତି। ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ଏ ସଂକ୍ରାନ୍ତ ପ୍ରସ୍ତାବରେ ମୋହର ମାରିଛି। ଏହି ବିଦ୍ୟୁତ ଶୁଳ୍କ ହ୍ରାସ ନିଷ୍ପତ୍ତି […]

Power-tarifi

Hemant Lenka
  • Published: Monday, 01 November 2021
  • , Updated: 01 November 2021, 05:48 PM IST

ଚଣ୍ଡିଗଡ଼: ଦରବୃଦ୍ଧିକୁ ନେଇ ଆଉଟ ପାଉଟ ହେଉଥିବା ଲୋକଙ୍କୁ ସାମାନ୍ୟ ଆଶ୍ୱସ୍ତି ଦେଇଛନ୍ତି ପଞ୍ଜାବ ସରକାର। ଆସନ୍ତାବର୍ଷ ବିଧାନସଭା ନିର୍ବାଚନ ଥିବା ବେଳେ ଆଜି ପଞ୍ଜାବ ସରକାର ବଡ଼ ଘୋଷଣା କରିଛନ୍ତି। ଲୋକଙ୍କୁ ମହଙ୍ଗା ମାଡ଼ରୁ ଉଦ୍ଧାର କରିବା ପାଇଁ ସରକାର ବିଦ୍ୟୁତ ଶୁଳ୍କକୁ ୟୁନିଟ ପିଛା ୩ ଟଙ୍କା ହ୍ରାସ କରିଛନ୍ତି।

ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ଏ ସଂକ୍ରାନ୍ତ ପ୍ରସ୍ତାବରେ ମୋହର ମାରିଛି। ଏହି ବିଦ୍ୟୁତ ଶୁଳ୍କ ହ୍ରାସ ନିଷ୍ପତ୍ତି ଦ୍ୱାରା ରାଜ୍ୟ ସରକାରଙ୍କ ଉପରେ ୩,୩୧୬ କୋଟି ଟଙ୍କାର ଅତିରିକ୍ତ ବୋଝ ପଡ଼ିବ।

କ୍ୟାବିନେଟ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ଚନ୍ନି କହିଛନ୍ତି, “ଘରୋଇ ଗ୍ରାହକଙ୍କ ପାଇଁ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ବିଦ୍ୟୁତ ଶୁଳ୍କକୁ ୟୁନିଟ ପିଛା ୩ ଟଙ୍କା ହ୍ରାସ କରିବାକୁ ରାଜ୍ୟ କ୍ୟାବିନେଟ ଅନୁମତି ଦେଇଛି। ଏହା ଲୋକଙ୍କ ପାଇଁ ଗୋଟିଏ ବଡ଼ ଦୀପାବଳି ଭେଟି। ଏହି ନିୟମକୁ ତତ୍କାଳ ଭାବେ ଲାଗୁ କରାଯାଉଛି।

ଜଣେ ଉପଭୋକ୍ତାଙ୍କୁ ପ୍ରଥମ ୧୦୦ ୟୁନିଟ ପାଇଁ ୟୁନିଟ ପିଛା ୧.୧୯ ଟଙ୍କା ଦେବାକୁ ପଡ଼ିବ। ଏହାପରେ ୧୦୦ରୁ ୩୦୦ ୟୁନିଟ ଯାଏ ୟୁନିଟ ପିଛା ୪ ଟଙ୍କା ସଂଗ୍ରହ କରାଯିବ। ଏହି ରିହାତି ଜିରୋ ଓ ୭ କିଲୋୱାଟ ବିଜୁଳି ପାଇଁ ଲାଗୁ ହେବ। ବର୍ତ୍ତମାନ ସମଗ୍ର ଦେଶକୁ ବିଚାରକୁ ନେଲେ ପଞ୍ଜାବରେ ବିଜୁଳି ଶୁଳ୍କ ସବୁଠାରୁ ଶସ୍ତା।

ଏହା ଅଧିକାଂଶ ଉପଭୋକ୍ତାଙ୍କୁ ଫାଇଦା ଦେବ। ଜିଭିକେ ଥର୍ମାଲ ପାୱାର ପ୍ଲାଣ୍ଟ ଆମକୁ ୟୁନିଟ ପିଛା ୬ରୁ ୭ ଟଙ୍କାରେ ବିଜୁଳି ବିକ୍ରି କରୁଥିଲା। ତେଣୁ ଜିଭିକେ ଠାରୁ ବିଜୁଳି କିଣିବା ବନ୍ଦ କରି ଦେଇଛୁ। ଖୋଲା ବଜାରରୁ ବିଜୁଳି ୟୁନିଟ ପିଛା ୨.୩୮ ଟଙ୍କାରେ କିଣିବାକୁ ଆମକୁ ପ୍ରସ୍ତାବ ମିଳିଥିଲା। ଆଜି ପଞ୍ଜାବ ୟୁନିଟ ପିଛା ୨.୬୫ ଟଙ୍କାରେ ବିଜୁଳି କିଣୁଛି।” 

ମୁଖ୍ୟମନ୍ତ୍ରୀ ଚନ୍ନି କହିଛନ୍ତି, ପ୍ରତିବର୍ଷ ବିଜୁଳି ସବସିଡି ବାବଦରେ ୩,୩୧୬ କୋଟି ଟଙ୍କା ଖର୍ଚ୍ଚ ହେବ। ପୂର୍ବରୁ କୃଷି କ୍ଷେତ୍ର ପାଇଁ ଦିଆଯାଉଥିବା ସବସିଡିରେ ଏହା ସାମିଲ ହେବ। ଏବେ ୨୧ ଲକ୍ଷ ଘରୋଇ ଉପଭୋକ୍ତା ୨୦୦ ୟୁନିଟ ଯାଏ ମାଗଣା ବିଜୁଳି ପାଉଛନ୍ତି।

ସରକାର କରିଥିବା ସର୍ଭେରୁ ଜଣାପଡ଼ିଛି ଯେ ଲୋକମାନେ ଶସ୍ତା ଓ ଉତ୍ତମ ବିଜୁଳି ପାଇବାକୁ ଚାହୁଁଛନ୍ତି। ତେଣୁ ଲୋକଙ୍କ ଇଚ୍ଛାକୁ ସମ୍ମାନ ଜଣାଇ ସରକାର ବିଦ୍ୟୁତ ଶୁଳ୍କ ହ୍ରାସ କରିଛନ୍ତି ବୋଲି ସେ କହିଛନ୍ତି।  

Related story