ଏମ୍ସରେ ଭର୍ତ୍ତି ହେଲେ ବିଜେପି ସାଂସଦ ପ୍ରଜ୍ଞା ଠାକୁର

ନୂଆଦିଲ୍ଲୀ: ନିଃଶ୍ୱାସ ପ୍ରଶ୍ୱାସ ନେବାରୁ ଅସୁବିଧା ହେବାରୁ ଦିଲ୍ଲୀ ସ୍ଥିତ ଏମ୍ସ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଭୋପାଳର ବିଜେପି  ସାଂସଦ ସାଧ୍ୱୀ ପ୍ରଜ୍ଞା ଠାକୁର। ଶୁକ୍ରବାର ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିବା ସୂଚନା ରହିଛି। ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ସୂଚନା ରହିଛି। ହସ୍ପିଟାଲରେ ଭର୍ତ୍ତି କରାଇବା ବେଳେ ପ୍ରଜ୍ଞା ଠାକୁରଙ୍କର କରୋନା ପରୀକ୍ଷା ହୋଇଥିଲା। ରିପୋର୍ଟ ନେଗେଟିଭ୍ ଆସିଥିବା ସୂଚନା ରହିଛି। Pragya Singh Thakur, BJP MP from Bhopal, has been […]

SADHWI-PRANGYA-THAKUR

Subhransu Sekhar
  • Published: Saturday, 20 February 2021
  • , Updated: 20 February 2021, 12:12 PM IST

ନୂଆଦିଲ୍ଲୀ: ନିଃଶ୍ୱାସ ପ୍ରଶ୍ୱାସ ନେବାରୁ ଅସୁବିଧା ହେବାରୁ ଦିଲ୍ଲୀ ସ୍ଥିତ ଏମ୍ସ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଭୋପାଳର ବିଜେପି  ସାଂସଦ ସାଧ୍ୱୀ ପ୍ରଜ୍ଞା ଠାକୁର। ଶୁକ୍ରବାର ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିବା ସୂଚନା ରହିଛି। ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ସୂଚନା ରହିଛି। ହସ୍ପିଟାଲରେ ଭର୍ତ୍ତି କରାଇବା ବେଳେ ପ୍ରଜ୍ଞା ଠାକୁରଙ୍କର କରୋନା ପରୀକ୍ଷା ହୋଇଥିଲା। ରିପୋର୍ଟ ନେଗେଟିଭ୍ ଆସିଥିବା ସୂଚନା ରହିଛି।

https://twitter.com/ANI/status/1362740254663319553?s=20

ହସ୍ପିଟାଲର ଜଣେ ବରିଷ୍ଠ ଡାକ୍ତର କହିଛନ୍ତି, ପ୍ରଜ୍ଞା ଠାକୁର ଶୁକ୍ରବାର ଅପରାହ୍ନ ୪ଟା ୧୫ରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଉଚ୍ଚ ରକ୍ତଚାପ ସହିତ ନିଃଶ୍ୱାସ ପ୍ରଶ୍ୱାସରେ ଅସୁବିଧା ହେବାରୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ହେଲେ ତାଙ୍କ ପାଖରେ କରୋନାର କୌଣସି ଲକ୍ଷଣ ନାହିଁ। ଏହା ପୂର୍ବରୁ ଡିସେମ୍ୱର ୧୮ରେ ପ୍ରଜ୍ଞା ଠାକୁର ଏମ୍ସରେ ଭର୍ତ୍ତି ହୋଇଥିଲେ।

Related story