କଂଗ୍ରେସକୁ ତେର୍ଚ୍ଛା ବାଣ ମାରିଲେ ପିକେ

ନୂଆଦିଲ୍ଲୀ: କଂଗ୍ରେସର ହାତ ଧରିବା ନେଇ ଚର୍ଚ୍ଚା ହେଉଥିବା ବେଳେ ଏବେ କଂଗ୍ରେସକୁ ହିଁ ତେର୍ଚ୍ଛା ବାଣ ମାରିଛନ୍ତି ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର। ନାଁ ନ ନେଇ କଂଗ୍ରେସକୁ ସେ କରିଛନ୍ତି ଟାର୍ଗେଟ। ଉତ୍ତରପ୍ରଦେଶ ଲଖିମପୁର ଖେରି ମାମଲାକୁ ନେଇ ଆଜି ପ୍ରଶାନ୍ତ କିଶୋର ଟୁଇଟ୍‌ କରିଛନ୍ତି। ତାଙ୍କ ଟୁଇଟ୍‌ ଏବେ ଜାତୀୟ ସ୍ତରରେ ଚର୍ଚ୍ଚାର ବିଷୟ ପାଲଟିଛି। ପିକେ ଏହି ଟୁଇଟ୍‌ ଜରିଆରେ କଂଗ୍ରେସ ସହ ତାଙ୍କର ସମ୍ପର୍କ ଛିନ୍ନ ହୋଇଥିବା ନେଇ ସଂକେତ […]

Prashant Kishore

Prashant Kishore

Madhupriya Mistry
  • Published: Friday, 08 October 2021
  • Updated: 08 October 2021, 03:44 PM IST

Sports

Latest News

ନୂଆଦିଲ୍ଲୀ: କଂଗ୍ରେସର ହାତ ଧରିବା ନେଇ ଚର୍ଚ୍ଚା ହେଉଥିବା ବେଳେ ଏବେ କଂଗ୍ରେସକୁ ହିଁ ତେର୍ଚ୍ଛା ବାଣ ମାରିଛନ୍ତି ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର। ନାଁ ନ ନେଇ କଂଗ୍ରେସକୁ ସେ କରିଛନ୍ତି ଟାର୍ଗେଟ। ଉତ୍ତରପ୍ରଦେଶ ଲଖିମପୁର ଖେରି ମାମଲାକୁ ନେଇ ଆଜି ପ୍ରଶାନ୍ତ କିଶୋର ଟୁଇଟ୍‌ କରିଛନ୍ତି। ତାଙ୍କ ଟୁଇଟ୍‌ ଏବେ ଜାତୀୟ ସ୍ତରରେ ଚର୍ଚ୍ଚାର ବିଷୟ ପାଲଟିଛି। ପିକେ ଏହି ଟୁଇଟ୍‌ ଜରିଆରେ କଂଗ୍ରେସ ସହ ତାଙ୍କର ସମ୍ପର୍କ ଛିନ୍ନ ହୋଇଥିବା ନେଇ ସଂକେତ ଦେଇଛନ୍ତି।

ସେ କହିଛନ୍ତି ଯେ ଯେଉଁମାନେ ଭାବନ୍ତି ଯେ ଲଖିମପୁର ଘଟଣା ଯୋଗୁଁ କଂଗ୍ରେସ ନେତୃତ୍ୱାଧୀନ ବିରୋଧୀଙ୍କ ଶୀଘ୍ର ପ୍ରତ୍ୟାବର୍ତ୍ତନ ହେବ, ସେମାନେ ଭୁଲ ବୁଝାମଣା କରୁଛନ୍ତି। ପ୍ରଶାନ୍ତ କିଶୋରଙ୍କ ଅନୁଯାୟୀ ଦୁର୍ଭାଗ୍ୟବଶତ କଂଗ୍ରେସର ଗଭୀର ସମସ୍ୟାର ତୁରନ୍ତ ସମାଧାନ ହୋଇପାରିବ ନାହିଁ। କଂଗ୍ରେସର ନାଁ ନେବା ପରିବର୍ତ୍ତେ ପି.କେ ଏହାକୁ ଗ୍ରାଣ୍ଡ ଓଲ୍ଡ ପାର୍ଟି ବୋଲି କହିଛନ୍ତି।

୪୪ ବର୍ଷୀୟ ପ୍ରଶାନ୍ତ କିଶୋର ଟ୍ୱିଟ୍‌ କରି କହିଛନ୍ତି, ଲଖିମପୁର ଖେରି ଘଟଣାକୁ ଆଧାର କରି ଯେଉଁମାନେ ପୁରୁଣା ଦଳ ତଥା ଗ୍ରାଣ୍ଡ ଓଲ୍ଡ ପାର୍ଟିର (GOP) ନେତୃତ୍ୱରେ ବିରୋଧୀ ଦଳର ଶୀଘ୍ର ପ୍ରତ୍ୟାବର୍ତ୍ତନ ଆଶା କରୁଥିଲେ ସେମାନେ ନିରାଶ ହୋଇଛନ୍ତି। ଦୁର୍ଭାଗ୍ୟବଶତ ଦେଶର ପୁରୁଣା ଦଳ ଭିତରେ ରହିଥିବା ଗଭୀର ସମସ୍ୟା ଏବଂ ଗଠନମୂଳକ ଦୁର୍ବଳତାର ଶୀଘ୍ର ସମାଧାନ ହୋଇପାରିବ ନାହିଁ ।' ଏହି ଟ୍ୱିଟ୍‌ କରି ପ୍ରଶାନ୍ତ ପଞ୍ଜାବ ଏବଂ ଛତିଶଗଡରେ କଂଗ୍ରେସ ଦଳର ସାମ୍ପ୍ରତିକ ସମସ୍ୟାକୁ ନେଇ ଟାର୍ଗେଟ କରିଛନ୍ତି।

https://twitter.com/PrashantKishor/status/1446352603726565383?s=20

ଉଲ୍ଲେଖଯୋଗ୍ୟ ଯେ, ଗତ କିଛି ଦିନ ତଳେ ପ୍ରଶାନ୍ତ କିଶୋର କଂଗ୍ରେସରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଥିଲା। କିନ୍ତୁ ଏବେ ପିକେଙ୍କ କଂଗ୍ରେସର ନାଁ ନେଇ ଟାର୍ଗେଟ କରିଥିବା ଏହି ଟ୍ୱିଟ୍ ସାମ୍ନାକୁ ଆସିବା ପରେ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି।

୨୦୧୪ ମସିହାରେ ବିଜେପିର ନିର୍ବାଚନ ପ୍ରଚାର କାର୍ଯ୍ୟ ଦେଖିବା ପରେ ପି.କେ ଜାତୀୟ ସ୍ତରରେ ଉଜ୍ଜ୍ୱଳ ହେବା ପରଠାରୁ ତାଙ୍କ ପ୍ରଭାବ କ୍ରମାଗତ ଭାବେ ବୃଦ୍ଧି ପାଇଛି। ଏହା ମଧ୍ୟ କାହାଠାରୁ ଲୁକ୍କାୟିତ ନୁହେଁ ଯେ ଅନେକ ରାଜନୈତିକ ଦଳ ପ୍ରଶାନ୍ତ କିଶୋରଙ୍କୁ ନିଜ ଦଳରେ ସାମିଲ କରାଇବା ପାଇଁ ପ୍ରସ୍ତୁତ ଅଛନ୍ତି।

ପ୍ରଶାନ୍ତ କିଶୋର ପ୍ରଥମେ ୨୦୧୪ ଲୋକସଭା ନିର୍ବାଚନ ପାଇଁ ବିଜେପି ସହ କାମ କରିଥିଲେ ଏବଂ ପରେ ଜେଡିୟୁରେ ଯୋଗ ଦେଇଥିଲେ ଏବଂ ଦଳର ଉପାଧ୍ୟକ୍ଷ ଥିଲେ। ଉତ୍ତରପ୍ରଦେଶରେ ଗତ ବିଧାନସଭା ନିର୍ବାଚନ ସମୟରେ ସେ କଂଗ୍ରେସ ସହ ମଧ୍ୟ କାର୍ଯ୍ୟ କରିଥିଲେ। ସେ ପଞ୍ଜାବରେ ଦଳକୁ ସହାୟତା କରିଥିଲେ ଏବଂ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କ ପରାମର୍ଶଦାତା ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos