'ଟିକାରେ ଅସୁବିଧା ନାହିଁ, ଗର୍ଭବତୀ ନେବା ଦରକାର'

ନୂଆଦିଲ୍ଲୀ: ଦେଶରେ ପ୍ରାପ୍ତ ବୟସ୍କ ଟିକାକରଣରେ ସାମିଲ ହୋଇଛନ୍ତି। ହେଲେ ଗର୍ଭବତୀ ଟିକା ନେବା ନେଇ ସରକାର କିଛି କହିନଥିଲେ। ଏବେ କିନ୍ତୁ ବିଶେଷଜ୍ଞ କହିଛନ୍ତି ଗର୍ଭବତୀ ଟିକା ନେଲେ କୈଣସି ଅସୁବିଧା ହେବନି ବରଂ ସେମାନେ ସୁରକ୍ଷିତ ରହିବେ। ତେଣୁ କେନ୍ଦ୍ର ସରକାର ମଧ୍ୟ ସମାନ କଥା କହିଛନ୍ତି। କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ବିଭାଗ କହିଛି, ପ୍ରସବ ପୂର୍ବରୁ ଗର୍ଭବତୀ କୋଭିଡରେ ସଂକ୍ରମିତ ହୋଇ ଗୁରୁତର ହେବାର ସମ୍ଭାବନା ରହିଛି। ତେଣୁ ଟିକା ନେବା […]

pregnent

pregnent

Subhransu Sekhar
  • Published: Friday, 09 July 2021
  • Updated: 09 July 2021, 06:47 PM IST

Sports

Latest News

ନୂଆଦିଲ୍ଲୀ: ଦେଶରେ ପ୍ରାପ୍ତ ବୟସ୍କ ଟିକାକରଣରେ ସାମିଲ ହୋଇଛନ୍ତି। ହେଲେ ଗର୍ଭବତୀ ଟିକା ନେବା ନେଇ ସରକାର କିଛି କହିନଥିଲେ। ଏବେ କିନ୍ତୁ ବିଶେଷଜ୍ଞ କହିଛନ୍ତି ଗର୍ଭବତୀ ଟିକା ନେଲେ କୈଣସି ଅସୁବିଧା ହେବନି ବରଂ ସେମାନେ ସୁରକ୍ଷିତ ରହିବେ। ତେଣୁ କେନ୍ଦ୍ର ସରକାର ମଧ୍ୟ ସମାନ କଥା କହିଛନ୍ତି। କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ବିଭାଗ କହିଛି, ପ୍ରସବ ପୂର୍ବରୁ ଗର୍ଭବତୀ କୋଭିଡରେ ସଂକ୍ରମିତ ହୋଇ ଗୁରୁତର ହେବାର ସମ୍ଭାବନା ରହିଛି। ତେଣୁ ଟିକା ନେବା ଜରୁରୀ।

ଅନେକ ଗର୍ଭବତୀଙ୍କ ପାଖରେ କରୋନା ସଂକ୍ରମଣର ଲକ୍ଷଣ ଦେଖିବାକୁ ମିଳିଛି। ଯଦିଓ ସଂକ୍ରମଣର ପ୍ରଭାବ ସାମାନ୍ୟ ରହୁଛି ହେଲେ ଗୁରୁତର ହେବାର ସମ୍ଭାବନା ଅଧିକ ରହିଛି। ଏହାର ପ୍ରଭାବ ଗର୍ଭରେ ବଢ଼ୁଥିବା ଛୋଟ ଛୁଆ ଉପରେ ମଧ୍ୟ ପଡ଼ିପାରେ। ତେଣୁ ଗର୍ଭବତୀଙ୍କୁ ଗର୍ଭରେ ବଢ଼ୁଥିବା ଛୋଟ ଛୁଆକୁ ସୁରକ୍ଷିତ ରଖିବା ଦରକାର। ତେବେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଆଜି ଏପରି ରିପୋର୍ଟ ଦେବା ପୂର୍ବରୁ ଆଇସିଏମଆର ମଧ୍ୟ ଗର୍ଭବତୀ ଟିକା ନେଇ ପାରିବେ କି ନାହିଁ ଗବେଷଣା କରିଥିଲା। ଯେଉଁଥିରେ ରିପୋର୍ଟ ସକାରାତ୍ମକ ରହିଥିଲା। ଅର୍ଥାତ୍ ଗର୍ଭବତୀ ଟିକା ନେଲେ କୌଣସି ଅସୁବିଧା ହେବନି ବୋଲି ଆଇସିଏମର କହିଥିଲା।

ସେହପରି ନୀତି ଆୟୋଗର ସ୍ୱାସ୍ଥ୍ୟ ବିଭାଗର ସଦସ୍ୟ ଡାକ୍ତର ଭିକେ ପାଲ ଆଜି ପ୍ରେସ କନଫରେନସ କରି କହିଛନ୍ତି ଲାମ୍ୱଡା ଭାରିଆଣ୍ଟ ଏବେ ଚିନ୍ତାଜନକ ପାଲଟିଛି। ବିଭିନ୍ନ ଦେଶରେ କୋଭିଡର ଏହି ଭାରିଆଣ୍ଟ ଯଦିଓ ଚିହ୍ନଟ ହୋଇଛି ହେଲେ ଭାରତରେ ଏପରି ଭାରିଆଣ୍ଟ ଏଯାବତ ଚିହ୍ନଟ ହୋଇନାହିଁ। ଏବେ ମୋଟ୍ ୧୫ ରାଜ୍ୟର ୯୦ଟି ଜିଲ୍ଲାରୁ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଯାହାକି ମୋଟ୍ ସଂକ୍ରମଣର ୮୦ ଭାଗ ବୋଲି ପାଲ କହିଛନ୍ତି।

ସେହିପରି କୋଭିଡର ଦ୍ୱିତୀୟ ଲହର ଦୁର୍ବଳ ହେବା ପରେ ଅନେକ ସ୍ଥାନ ଅନଲକ ହୋଇଛି। ତେଣୁ ପର୍ଯ୍ୟଟନ ସ୍ଥଳ ଗୁଡିକରେ ଲୋକମାନେ ମାସ୍କ ବ୍ୟବହାର କରୁ ନାହାନ୍ତି। ଏହା ଚିନ୍ତା ଜନକ। କୋଭିଡ ବେଳେ ସୁରକ୍ଷାରେ ଢ଼ିଲା ଦେବା ଠିକ୍ ନୁହେଁ ବୋଲି ଭିକେ ପାଲ୍ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos