ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହୋଇଛି ସଂସଦର ବଜେଟ ଅଧିବେଶନ। ଏହି ଅବସରରେ ସଂସଦର ଉଭୟ ଗୃହକୁ ସମ୍ବୋଧନ କରୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ସେ କ’ଣ ସବୁ କହିଛନ୍ତି, ଚୁମ୍ବକରେ ଜାଣନ୍ତୁ-
- କରୋନା କାଳରେ ଏହି ଅଧିବେଶନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ
- ଯେତେ ପରୀକ୍ଷା ଆସୁ, ଆମେ କେବେ ଅଟକିବୁ ନା ଭାରତ ଅଟକିବ
- ଯେବେ ଏମିତି ପରୀକ୍ଷାର ସମୟ ଆସିଛି, ଭାରତ ଆଗକୁ ଉଠିଛି
- ଯେବେ ବି କିଛି ବିପଦ ଆସିଛି, ଦେଶବାସୀ ଏକାଠି ହୋଇ ଲଢ଼ିଛନ୍ତି
- ଆଜି ଭାରତ ଏକ ନୂଆ ସାମର୍ଥ୍ୟର ସହ ବିଶ୍ୱରେ ଆଗକୁ ଆସିଛି
- କରୋନା କାଳରେ କେହି ଯେମିତି ଭୋକରେ ନରହିବେ ବ୍ୟବସ୍ଥା ହୋଇଛି
- ଲୋକଙ୍କୁ ମାଗଣା ରାସନ, ଶ୍ରମିକ ସ୍ପେଶାଲ ଟ୍ରେନ ଚାଲିଥିଲା
- ଶ୍ରମିକଙ୍କୁ କାମ ଦେବାକୁ ଅଧିକ ୫୦ କୋଟି ଶ୍ରମ ଦିବସ ହୋଇଥିଲା
- ଉଜ୍ଜ୍ୱଳା ଯୋଜନାରେ ମହିଳାଙ୍କୁ ୧୪ କୋଟି ସିଲିଣ୍ଡର ମାଗଣା ମିଳିଥିଲା
- କରୋନା ଜଣାଇଦେଲା କାହିଁକି ଆତ୍ମନିର୍ଭର ଭାରତ ଜରୁରୀ
- ଭାରତ ଏବେ ଦୁନିଆର ସବୁଠାରୁ ବଡ଼ ଟିକାକରଣ ଅଭିଯାନ ଚଳାଇଛି
- ଅନ୍ୟ ଦେଶକୁ ଟିକା ପଠାଇ ଭାରତ ସାରା ବିଶ୍ୱରେ ପ୍ରଶଂସା ପାଉଛି
- ଆୟୁଷ୍ମାନ ଭାରତ ଯୋଜନାରେ ଗରିବଙ୍କୁ ମାଗଣା ଚିକିତ୍ସା ମିଳୁଛି
- ସ୍ୱାସ୍ଥ୍ୟ ସୁବିଧା ଯୋଗାଇବାକୁ ମେଡିକାଲ କଲେଜ ବଢ଼ିବା ଜରୁରୀ
- ୨୦୧୪ରେ ଦେଶରେ ୩୮୭ ମେଡିକାଲ କଲେଜ ଥିଲା, ଏବେ ୫୬୨
- ଦେଶରେ ଆଉ ୨୨ ଏମ୍ସ ସ୍ଥାପନ କରାଯାଇଛି
- କୃଷକଙ୍କ ଉନ୍ନତି ପାଇଁ ମୋ ସରକାର ଅନେକ ପଦକ୍ଷେପ ନେଇଛି
- ସ୍ୱାମୀନାଥନ ସୁପାରିସ ଲାଗୁ କରି MSP ଦେଢ଼ଗୁଣା କରାଯାଇଛି
- ଜଳ ସେଚନ ସୁବିଧା ବଢ଼ିଛି, ଖାଦ୍ୟ ଉତ୍ପାଦନ ବୃଦ୍ଧି ପାଇଛି
- ୨୦୧୪ରେ ୨୩୪ ମିଲିୟନ ଟନ୍ ଖାଦ୍ୟ ଉତ୍ପାଦନ ହେଉଥିଲା
- ଏବେ ଦେଶର ଖାଦ୍ୟ ଉତ୍ପାଦନ ପରିମାଣ ୨୯୬ ମିଲିୟନ ଟନ୍
- ଅନେକ ବିଚାରବିମର୍ଶ ପରେ ସଂସଦରେ ୩ଟି କୃଷି ବିଲ୍ ପାସ୍ ହୋଇଛି
- ନୂଆ କୃଷି ବିଲ୍ ଯୋଗୁଁ ୧୦ କୋଟି ଛୋଟ ଚାଷୀ ଲାଭ ପାଇବେ
- କୃଷି ଆଇନକୁ ନେଇ ସୃଷ୍ଟ ଭ୍ରମକୁ ସରକାର ଦୂର କରିବାକୁ ପ୍ରୟାସ କରିଛନ୍ତି
- ଗଣତନ୍ତ୍ର ଦିବସରେ ଯାହା ଘଟିଲା, ତାହା ଅତ୍ୟନ୍ତ ନିନ୍ଦନୀୟ
- ନୂଆ କୃଷି ଆଇନରେ ଚାଷୀଙ୍କୁ ବହୁ ଅଧିକାର ଦିଆଯାଇଛି
- ମହିଳାଙ୍କୁ ସ୍ୱାବଲମ୍ବୀ କରିବାକୁ ଅନେକ ଯୋଜନା ହାତକୁ ନିଆଯାଇଛି
- ମହିଳା ଓ ଶିଶୁଙ୍କ ବିକାଶ ପାଇଁ ସରକାର ନିରନ୍ତର ଉଦ୍ୟମ ଚଳାଇଛି
- ୨୦୧୪ରେ ମାତୃ ମୃତ୍ୟୁହାର ଲକ୍ଷେରେ ୧୩୦ ଥିଲା, ଏବେ ୧୧୩କୁ ଖସିଛି
- ୫ ବର୍ଷରୁ କମ୍ ଶିଶୁ ମୃତ୍ୟୁହାର ବିଶ୍ୱରେ ୩୯; ଭାରତରେ ୩୬
- ଆଜି ଭୋକାଲ ଫର୍ ଲୋକାଲ ଜନ ଆନ୍ଦୋଳନ ରୂପ ନେଇଛି
- ଏ ମୁସ୍କିଲ ସମୟରେ ବି ଭାରତ ନିବେଶକଙ୍କ ପ୍ରଥମ ପସନ୍ଦ ରହିଛି
- ଏ ସମୟରେ ୩୬ ବିଲିୟନ ଡଲାର ପୁଞ୍ଜିନିବେଶ ପ୍ରସ୍ତାବ ଆସିଛି଼
- ସହରାଞ୍ଚଳ ଗରିବଙ୍କ ପାଇଁ ପ୍ରାୟ ୪୦ ଲକ୍ଷ ଘର ନିର୍ମାଣ ସରିଲାଣି
- ଡିବିଟି ଜରିଆରେ ୧୩ ଲକ୍ଷ କୋଟି ଟଙ୍କା ଲାଭାର୍ଥୀଙ୍କୁ ଦିଆଯାଇଛି
- ସ୍ୱଚ୍ଛ ଭାରତ ମିଶନରେ ୧୦ କୋଟି ଶୌଚାଳୟ ନିର୍ମାଣ ହୋଇଛି
https://youtu.be/iMv9P3ZTMqw
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।