ନୂଆଦିଲ୍ଲୀ: ଆରମ୍ଭ ହୋଇଛି ବଜେଟ ଅଧିବେଶନ। ବଜେଟ୍ ଅଧିବେଶନ ପ୍ରାରମ୍ଭରେ ଆଜି ସଂସଦର ସେଣ୍ଟ୍ରାଲ୍ ହଲ୍ରେ ଉଭୟ ସଦନର ସଦସ୍ୟଙ୍କୁ ସମ୍ବୋଧିତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ସେ କ’ଣ କହିଛନ୍ତି ଚୁମ୍ବକରେ ପଢ଼ନ୍ତୁ-
- ମୋ ସରକାର ଆଗାମୀ ୨୫ ବର୍ଷକୁ ଦୃଷ୍ଟିରେ ରଖି କାମ କରୁଛି
- କରୋନାର କଠିନ ପରିସ୍ଥିତି ଲକ୍ଷ୍ୟକୁ ଶୀଘ୍ର ହାସଲ ପାଇଁ ପ୍ରେରଣା ଦେଉଛି
- ସରକାର ଓ ଲୋକଙ୍କ ମଧ୍ୟରେ ସମନ୍ୱୟ ଦେଶର ଶକ୍ତିକୁ ପ୍ରତିପ୍ରଫଳିତ କରିଛି
- କୋଭିଡ୍ ଭ୍ୟାକସିନ ଦେଶର ସାମର୍ଥ୍ୟକୁ ପ୍ରତିଫଳିତ କରୁଛି
- ସର୍ବାଧିକ ଭ୍ୟାକସିନ ଦେଇ ଦେଶ ସାରା ବିଶ୍ୱରେ ଚର୍ଚ୍ଚା ସୃଷ୍ଟି କରିଛି
- ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ୬୪ ହଜାର କୋଟିରେ ‘ଆୟୁଷ୍ମାନ ଭାରତ’ ଚାଲୁ ରହିଛି
- କରୋନା କାଳରେ ଭାରତୀୟ ଫାର୍ମା କଂପାନୀ ଉଲ୍ଲେଖନୀୟ ଭାବେ ସଫଳ ହୋଇଛନ୍ତି
- ୧୮୦ ଦେଶକୁ ଭାରତୀୟ ଫାର୍ମା କଂପାନୀମାନେ ଔଷଧ ଯୋଗାଉଛନ୍ତି
- ଏ ସଂକଟ କାଳରେ ଆମର ମୂଳ ଲକ୍ଷ୍ୟ ଥିଲା କେହି ଭୋକିଲା ନରହୁ। ତେଣୁ ଖାଦ୍ୟ ସୁରକ୍ଷା ଯୋଜନାକୁ ୨୦୨୨ ମାର୍ଚ୍ଚ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି
- ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଏଯାବତ ୨ କୋଟି ଘର ଦିଆଗଲାଣି
- ପ୍ରାୟ ୬ କୋଟି ଘରକୁ ପାନୀୟ ଜଳ ଯୋଗାଇ ଦିଆଯାଇଛି
- ସ୍ୱାମିତ୍ୱ ଯୋଜନାରେ ୨୭ ହଜାର ଗାଁରେ ୪୦ ଲକ୍ଷ ସଂପତ୍ତି କାର୍ଡ ଦିଆଗଲାଣି
- ଚାଷୀଙ୍କ ଉତ୍ପାଦକୁ ଉଚିତ ବଜାର ପାଇଁ କିଷାନ୍ ରେଲ୍ ଆରମ୍ଭ ହୋଇଛି
- ପିଏମ୍ କିଷାନ ଯୋଜନାରେ ୧ ଲକ୍ଷ ୮୦ ହଜାର କୋଟି ଦିଆଗଲାଣିଅ
- ନଦୀ ସଂଯୋଗୀକରଣ ପାଇଁ ସରକାର ବ୍ୟାପକ କାଯର୍ୟ କରୁଛନ୍ତି
- ୨୦୨୧-୨୨ରେ ୨୮ ଲକ୍ଷ SHGକୁ ୬୫ ହଜାର କୋଟି ଦିଆଯାଇଛିଅ
- ମହିଳା ସଶକ୍ତୀକରଣ ପାଇଁ ଝିଅଙ୍କ ବିବାହ ବୟସ ୨୧ କରାଯାଉଛି। ଏଥିପାଇଁ ସଂସଦରେ ବିଧେୟକ ଆଣିବା ପାଇଁ ପ୍ରସ୍ତୁତି କରାଯାଉଛି। ସମସ୍ତ ୩୩ ସୈନିକ ସ୍କୁଲରେ ବାଳିକାଙ୍କୁ ପ୍ରବେଶ ଆରମ୍ଭ କରାଯାଇଛି।
- ଆତ୍ମନିର୍ଭର ଭାରତକୁ ଅଧିକ କ୍ରୀୟାଶୀଳ କରିବାକୁ ଶିକ୍ଷାନୀତି ଅଣାଯାଇଛିଅ
- ଇଂଜିନିୟରିଂ କଲେଜରେ ୬ଟି ଭାରତୀୟ ଭାଷାରେ ପଢ଼ା ଆରମ୍ଭ ହୋଇଛିଅ
- ସାରା ବିଶ୍ୱରେ ଭାରତରେ ଇଣ୍ଟରନେଟ୍ ଶୁଳ୍କ ସବୁଠାରୁ ଶସ୍ତା
- ଡିଜିଟାଲ ଇଣ୍ଡିଆ ପାଇଁ ଶସ୍ତା ଇଣ୍ଟରନେଟ ଲାଭଦାୟକ ହେବ
- ଭାରତର ବିଦେଶୀ ମୁଦ୍ରା ଭଣ୍ଡାର ୬୩୦ ବିଲିୟନ ଡଲାରକୁ ବୃଦ୍ଧି ପାଇଛି
- ବିଶ୍ୱରେ ଭାରତ ଏବେ ଦ୍ରୁତ ବିକଶିତ ଆର୍ଥିକ ଶକ୍ତି ହୋଇପାରିଛି
- ବିଶ୍ୱରେ ସର୍ବାଧିକ ମୋବାଇଲ ଉତ୍ପାଦନ ଏବେ ଭାରତରେ ହେଉଛି
- ଆଗକୁ ହାଇୱେ, ରେଲୱେ ଓ ଏୟାରୱେଜ ଏକାଠି କାମ କରିବେ
- ଏବେ ଦେଶର ଜାତୀୟ ରାଜପଥ ୧.୪୦ ଲକ୍ଷ କିମିକୁ ବୃଦ୍ଧି ପାଇଛି
- ଲଦାଖରେ ବିଶ୍ୱର ସର୍ବାଧିକ ଉଚ୍ଚତାରେ ଚଳାଚଳ କ୍ଷମ ରାସ୍ତା କରାଯାଇଛି
- ନୂଆ ରେଳ ଲାଇନ ଓ ବିଦ୍ୟୁତକରଣ କାର୍ଯ୍ୟ ଦ୍ରୁତ ଗତିରେ ଚାଲୁଛି
- ପ୍ରତିରକ୍ଷା ଉତ୍ପାଦନରେ ଆତ୍ମନିର୍ଭର ବଢୁଛି, ମେକ୍ ଇନ୍ ଇଣ୍ଡିଆକୁ ପ୍ରାଥମିକତା ଦିଆଯାଉଛି। ୨୮ଶହରୁ ଅଧିକ ପ୍ରତିରକ୍ଷା ଉପକରଣ ସୂଚୀ ଜାରି କରାଯାଇଛି। ଏହି ୨୮ଶହ ଉପକରଣ ବିଦେଶରୁ ନକିଣି ଦେଶରେ ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖାଯାଇଛି।
- ପୂର୍ବୋତ୍ତର ରାଜ୍ୟର ସବୁ ରାଜଧାନୀକୁ ରେଳ ଯୋଗାଯୋଗ ହୋଇଛି
- ଦେଶରେ ନକ୍ସଲ ପ୍ରଭାବିତ ଜିଲ୍ଲା ସଂଖ୍ୟା ୧୨୬ରୁ ଖସି ୭୦ରେ ପହଞ୍ଚିଛି
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।