“ତାଉକତେ” ପ୍ରସ୍ତୁତି ସମ୍ପର୍କରେ ମୋଦିଙ୍କ ଉଚ୍ଚସ୍ତରୀୟ ବୈଠକ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ତଥା ଏଜେନ୍ସିମାନଙ୍କ ସହିତ ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ସାମୁଦ୍ରିକ ଘୂର୍ଣ୍ଣବାତ୍ୟା “ତଉକତେ”ର ଉପଯୁକ୍ତ ମୁକାବିଲା ସକାଶେ ସମ୍ଭାବ୍ୟ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିଛନ୍ତି । ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି) ପକ୍ଷରୁ ଆଗୁଆ ସୂଚନା ଦିଆଯାଇଛି ଯେ ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା “ତଉକତେ’ ଗୁଜରାଟର ପୋରବନ୍ଦର ଏବଂ ନଲିୟା ମଧ୍ୟରେ ମେ ୧୮ ତାରିଖ ଅପରାହ୍ନ/ ସନ୍ଧ୍ୟା ମଧ୍ୟରେ ସ୍ଥଳଭାଗ ଛୁଇଁବ। […]

PM-MODI-TAUKATE

PM-MODI-TAUKATE

Subhransu Sekhar
  • Published: Saturday, 15 May 2021
  • Updated: 15 May 2021, 10:46 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ତଥା ଏଜେନ୍ସିମାନଙ୍କ ସହିତ ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ସାମୁଦ୍ରିକ ଘୂର୍ଣ୍ଣବାତ୍ୟା “ତଉକତେ”ର ଉପଯୁକ୍ତ ମୁକାବିଲା ସକାଶେ ସମ୍ଭାବ୍ୟ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିଛନ୍ତି । ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି) ପକ୍ଷରୁ ଆଗୁଆ ସୂଚନା ଦିଆଯାଇଛି ଯେ ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା “ତଉକତେ’ ଗୁଜରାଟର ପୋରବନ୍ଦର ଏବଂ ନଲିୟା ମଧ୍ୟରେ ମେ ୧୮ ତାରିଖ ଅପରାହ୍ନ/ ସନ୍ଧ୍ୟା ମଧ୍ୟରେ ସ୍ଥଳଭାଗ ଛୁଇଁବ।

ସ୍ଥଳଭାଗ ଛୁଇଁଲା ବେଳକୁ ଏହାର ଘଣ୍ଟାପ୍ରତି ବେଗ ପ୍ରାୟ ୧୭୫ କିଲୋମିଟର ହୋଇପାରେ ବୋଲି ପୂର୍ବନୁମାନ କରାଯାଇଛି । ଏହାର ପ୍ରଭାବରେ ଗୁଜରାଟର ତଟୀୟ ଜିଲ୍ଲାମାନଙ୍କରେ ପ୍ରବଳ ବର୍ଷା ସହ ଜୁନାଗଡ଼ ଓ ଗୀର ସୋମନାଥ ଅଞ୍ଚଳରେ ଅତି ପ୍ରବଳ ବର୍ଷା ଏବଂ ସୌରାଷ୍ଟ୍ର, କଚ୍ଛ ଓ ଡିଉର ଗୀର ସୋମନାଥ, ଡିଉ, ଜୁନାଗଡ଼, ପୋରବନ୍ଦର, ଦେବଭୂମି ଦ୍ୱାରକା, ଆମରେଲି, ଜାମନଗର ଆଦି ସ୍ଥାନରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆହୁରି ଚେତାବନୀ ଦିଆଯାଇଛି ଯେ ଘୂର୍ଣ୍ଣିବାତ୍ୟା ସମୟରେ ସମୁଦ୍ରରେ ୨- ୩ ମିଟର ଉଚ୍ଚତାର ଜୁଆର ଉଠିବ ଏବଂ ତାହା ମୋରବୀ, କଚ୍ଛ, ଦେବଭୂମି ଦ୍ୱାରକା ଓ ଜାମନଗର ଜିଲ୍ଲାର ତଳିଆ ଅଞ୍ଚଳରେ ପ୍ରବେଶ କରିପାରେ।

ସେହିଭଳି ପୋରବନ୍ଦର, ଜୁନାଗଡ଼, ଡିଉ, ଗୀର ସୋମନାଥ, ଆମରେଲି, ଭାବନଗର ଆଦି ଉପକୂଳରେ ୧- ୨ ମିଟର ଉଚ୍ଚତାର ଜୁଆର ଉଠିବ ଏବଂ ରାଜ୍ୟର ଅବଶିଷ୍ଟ ତଟୀୟ ଜିଲ୍ଲାର ଉପକୂଳରେ ୦.୫ ମିଟର ଉଚ୍ଚତାର ଜୁଆର ସୃଷ୍ଟି ହେବ । ଏହି ଜୁଆର ମେ ୧୮ ତାରିଖ ଅପରାହ୍ନ / ସନ୍ଧ୍ୟାରେ ହିଁ ସୃଷ୍ଟି ହେବ । ଏହି ସମୟରେ ଘୂର୍ଣ୍ଣବାତ୍ୟା ସ୍ଥଳଭାଗ ସ୍ପର୍ଶ କରିବାର ପୂର୍ବାନୁମାନ କରାଯାଇଛି । ପାଣିପାଗ ବିଭାଗ ପକ୍ଷରୁ ଏଥିପାଇଁ ମେ ୧୩ ତାରିଖ ଠାରୁ ପ୍ରତି ତିନି ଘଣ୍ଟାରେ ଗୋଟିଏ ଲେଖାଏଁ ବୁଲେଟିନ୍‍ ଜାରି କରାଯାଉଛି ଏବଂ ସମସ୍ତ ସମ୍ଭାବ୍ୟ ପ୍ରଭାବିତ ରାଜ୍ୟମାନଙ୍କୁ ଘୂର୍ଣ୍ଣିବାତ୍ୟା “ତାଉତେ”ର ସଦ୍ୟତମ ସ୍ଥିତି ସମ୍ପର୍କରେ ସୂଚୀତ କରାଯାଉଛି ।

ଆଜିର ସମୀକ୍ଷା ବୈଠକରେ କରାଯାଇଥିବା ଆଲୋଚନା ଅନୁସାରେ କ୍ୟାବିନେଟ୍‍ ସଚିବ ଘୂର୍ଣ୍ଣିବାତ୍ୟା ସଂପର୍କରେ ସମସ୍ତ ତଟୀୟ ରାଜ୍ୟମାନଙ୍କ ମୁଖ୍ୟ ଶାସନ ସଚିବ ଓ କେନ୍ଦ୍ର ସରକାରଙ୍କ ମନ୍ତ୍ରଣାଳୟ/ ଏଜେନ୍ସିମାନଙ୍କ ସହିତ ନିରବଚ୍ଛିନ୍ନ ଭାବେ ସମ୍ପର୍କରେ ରହିବେ।

ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ (ଏମଏଚଏ) ପକ୍ଷରୁ ଘୂର୍ଣ୍ଣିବାତ୍ୟା “ତାଉତେ” ସମ୍ପର୍କରେ 24 x 7 ସମୀକ୍ଷା କରାଯାଉଛି ଏବଂ ସଂପୃକ୍ତ ରାଜ୍ୟ / କେନ୍ଦ୍ରଶାସିତ କ୍ଷେତ୍ର ସରକାର ତଥା କେନ୍ଦ୍ରୀୟ ଏଜେନ୍ସିମାନଙ୍କ ସହିତ ପରିସ୍ଥିତିର ସମୀକ୍ଷା କରାଯାଉଛି । ଜାତୀୟ ବିପର୍ଯ୍ୟୟ ମୁକାବିଲା ବାହିନୀ (ଏନଡିଆରଏଫ) ପକ୍ଷରୁ ଇତି ମଧ୍ୟରେ ସଂପୃକ୍ତ ଛଅଟି ତଟୀୟ ରାଜ୍ୟର ବିଭିନ୍ନ ସ୍ଥାନରେ ୪୨ଟି ଦଳଙ୍କୁ ଆଗୁଆ ମୁତୟନ କରାଯାଇଛି ଏବଂ ସେମାନଙ୍କ ନିକଟରେ ବୋଟ, ଗଛକଟା ଯନ୍ତ୍ର, ଟେଲିକମ୍‍ ଉପକରଣ ଆଦି ମହଜୁଦ ରଖାଯାଇଛି । ଏହା ବ୍ୟତୀତ ଅନ୍ୟ ୨୬ଟି ଦଳଙ୍କୁ ଅତିରିକ୍ତ ଭାବେ ଜାଗତିଆର ରଖାଯାଇଛି ।

ଭାରତୀୟ ତଟରକ୍ଷୀ ବାହିନୀ ଏବଂ ନୌସେନା ପକ୍ଷରୁ ରିଲିଫ, ଖୋଜା ଏବଂ ଉଦ୍ଧାର କାର୍ଯ୍ୟ ନିମନ୍ତେ ଜାହାଜ ଏବଂ ହେଲିକପ୍ଟରକୁ ପ୍ରସ୍ତୁତ ରଖାଯାଇଛି । ସେହିଭଳି ବାୟୁସେନା ଏବଂ ସ୍ଥଳସେନାର ଇଂଜିନିୟର ଟାସ୍କ ଫୋର୍ସ ୟୁନିଟକୁ ବୋଟ୍‍, ଉଦ୍ଧାରକାରୀ ସରଞ୍ଜାମ ସହିତ ପ୍ରସ୍ତୁତ ରଖାଯାଇଛି ଏବଂ ଆବଶ୍ୟକ ସ୍ଥଳେ ସେମାନଙ୍କୁ ତୁରନ୍ତ ମୁତୟନ କରାଯାଇପାରିବ । ଅପର ପକ୍ଷରେ ପଶ୍ଚିମ ତଟରେ ସାତଟି ଜାହାଜକୁ ମାନବୀୟ ସହାୟତା ଏବଂ ବିପର୍ଯ୍ୟୟ ରିଲିଫ ୟୁନିଟ ଭାବେ ପ୍ରସ୍ତୁତ ରଖାଯାଇଛି । ପଶ୍ଚିମ ତଟ ସାରା ସର୍ଭେଲାନ୍ସ ବିମାନ ଏବଂ ହେଲିକପ୍ଟରଗୁଡି଼କ ଅହୋରାତ୍ର ପହରା ଦେଉଛନ୍ତି । ଏହା ବ୍ୟତୀତ ପଶ୍ଚିମ ଉପକୂଳର ତ୍ରିଭେନ୍ଦ୍ରମ୍‍, କନ୍ନୁର ଏବଂ ଅନ୍ୟାନ୍ୟ ସ୍ଥାନରେ ବିପର୍ଯ୍ୟୟ ରିଲିଫ ଦଳ (ଡିଆରଟି) ତଥା ମେଡ଼ିକାଲ ଟିମ୍‍ (ଏମଟି)ଙ୍କୁ ଅହୋରାତ୍ର ପ୍ରସ୍ତୁତ ରଖାଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story