ନରମିଲେ ସରକାର, ଆସନ୍ତାକାଲିଠୁ ଧାନ କିଣା ପ୍ରକ୍ରିୟା ଆରମ୍ଭ

ଚଣ୍ଡିଗଡ: କୃଷକଙ୍କ ପ୍ରବଳ ବିରୋଧ ପରେ ନରମିଲେ ଖଟ୍ଟର ସରକାର। ଆସନ୍ତାକାଲି ଠାରୁ ଆରମ୍ଭ ହେବ ଧାନ କିଣା ପ୍ରକ୍ରିୟା। ଅକ୍ଟୋବର ୧୧ ବଦଳରେ ୩ ତାରିଖରୁ ହିଁ ହରିୟାଣା ଏବଂ ପଞ୍ଜାବରେ ଧାନ କିଣା ହେବ। ଏନେଇ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଘୋଷଣା କରିଛନ୍ତି। ଆଜି କୃଷକମାନେ ଧାନ କିଣାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଘର ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହାପରେ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ଚୌବେଙ୍କୁ […]

Peddy

Peddy

Madhupriya Mistry
  • Published: Saturday, 02 October 2021
  • Updated: 02 October 2021, 06:01 PM IST

Sports

Latest News

ଚଣ୍ଡିଗଡ: କୃଷକଙ୍କ ପ୍ରବଳ ବିରୋଧ ପରେ ନରମିଲେ ଖଟ୍ଟର ସରକାର। ଆସନ୍ତାକାଲି ଠାରୁ ଆରମ୍ଭ ହେବ ଧାନ କିଣା ପ୍ରକ୍ରିୟା। ଅକ୍ଟୋବର ୧୧ ବଦଳରେ ୩ ତାରିଖରୁ ହିଁ ହରିୟାଣା ଏବଂ ପଞ୍ଜାବରେ ଧାନ କିଣା ହେବ। ଏନେଇ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଘୋଷଣା କରିଛନ୍ତି।

ଆଜି କୃଷକମାନେ ଧାନ କିଣାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଘର ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହାପରେ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ଚୌବେଙ୍କୁ ସାକ୍ଷାତ କରିଥିଲେ। ଏହାପରେ ଅକ୍ଟୋବର ୩ରୁ ଧାନ ସମେତ ଖରିଫ ଫସଲର କିଣା ହେବାକୁ ନେଇ ଘୋଷଣା କରିଛନ୍ତି।

ମୌସୁମୀରେ ବିଳମ୍ବ ଯୋଗୁଁ କେନ୍ଦ୍ର ସରକାର ଧାନ ଓ ବାଜରା କ୍ରୟକୁ ଅକ୍ଟୋବର ୧ ରୁ ଅକ୍ଟୋବର ୧୧ପର୍ଯ୍ୟନ୍ତ ସ୍ଥଗିତ ରଖିଥିଲେ। ଏହି କାରଣ ଯୋଗୁଁ କୃଷକଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖାଦେଇଥିଲା। ପଞ୍ଜାବ ଓ ହରିୟାଣା ବଡ ସଂଖ୍ୟା କୃଷକ ରାସ୍ତାକୁ ଓହ୍ଲାଇଥିଲେ। ପୂର୍ବରୁ କେନ୍ଦ୍ରର ତିନି କୃଷି ଆଇନ୍‌କୁ ନେଇ ବିକ୍ଷୋଭ କରୁଥିବା ବେଳେ ସେମାନେ ଧାନ କିଣା ପ୍ରକ୍ରିୟାରେ ବିଳମ୍ବକୁ ନେଇ ମଧ୍ୟ ବିରୋଧ କରିଥିଲେ। ଏପରିକି ଏହି ସମୟରେ ପୁଲିସ ଏବଂ କୃଷକ ମୁହାଁମୁହିଁ ହୋଇଥିଲେ।

ଏହାକୁ ଦେଖି ମୁଖ୍ୟମନ୍ତ୍ରୀ କାଲିଠାରୁ ହିଁ ଧାନ କିଣା ପ୍ରକ୍ରିୟା ଆରମ୍ଭ କରିବାକୁ ଘୋଷଣା କରିଛନ୍ତି। ସେ କହିଛନ୍ତି, 'ହରିୟାଣାର ଧାନ ମଣ୍ଡିଗୁଡିକୁ ଧାନ ଆସିସାରିଛି। କୃଷକମାନେ ଧାନ କିଣିବା ପାଇଁ ଦାବି କରୁଥିଲେ। ଏବେ କୃଷକଙ୍କ ଦାବିକୁ କେନ୍ଦ୍ର ସରକାର ମାନି ନେଇଛନ୍ତି।'

ସୂଚନା ମୁତାବକ, ଧାନ କିଣା ପ୍ରକ୍ରିୟା ରାଜ୍ୟ ଏଜେନ୍ସିର ସହଯୋଗରେ କେନ୍ଦ୍ର ସରକାରଙ୍କ ନୋଡାଲ୍ ଏଜେନ୍ସି ଫୁଡ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏଫସିଆଇ) ଦ୍ୱାରା କରାଯାଇଥାଏ। ଧାନ କିଣା ସାଧାରଣତଃ ଅକ୍ଟୋବର ୧ରୁ ଆରମ୍ଭ ହୋଇଥାଏ।

https://twitter.com/ANI/status/1444260577480642561?s=20

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos