ଦିଲ୍ଲୀରେ ମୋଦିଙ୍କୁ ଭେଟିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ, ସନ୍ଧ୍ୟାରେ ରାହୁଲଙ୍କ ସହ ବୈଠକ

ନୂଆଦିଲ୍ଲୀ: ପଞ୍ଜାବ ରାଜନୀତିରେ ହଟଚମଟ ଜାରି ରହିଥିବା ବେଳେ ଆଜି ହଠାତ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି। ସେ ଆଜି ଦିଲ୍ଲୀ ଆସି ଏପରି ଭେଟଘାଟ କରିଛନ୍ତି। ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଚନ୍ନି ପ୍ରଥମଥର ପାଇଁ ମୋଦିଙ୍କୁ ଭେଟିଛନ୍ତି। କେନ୍ଦ୍ର ସରକାର ପଞ୍ଜାବରୁ ଧାନ ସଂଗ୍ରହ କାର୍ଯ୍ୟକ୍ରମକୁ ଅକ୍ଟୋବର ୧ରୁ ୧୧ ଯାଏ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାକୁ ଗୁରୁବାର ମୁଖ୍ୟମନ୍ତ୍ରୀ ଚନ୍ନି ପ୍ରତ୍ୟାହାର କରିବାକୁ […]

channi

Hemant Lenka
  • Published: Friday, 01 October 2021
  • , Updated: 01 October 2021, 04:54 PM IST

ନୂଆଦିଲ୍ଲୀ: ପଞ୍ଜାବ ରାଜନୀତିରେ ହଟଚମଟ ଜାରି ରହିଥିବା ବେଳେ ଆଜି ହଠାତ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି। ସେ ଆଜି ଦିଲ୍ଲୀ ଆସି ଏପରି ଭେଟଘାଟ କରିଛନ୍ତି। ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଚନ୍ନି ପ୍ରଥମଥର ପାଇଁ ମୋଦିଙ୍କୁ ଭେଟିଛନ୍ତି।

କେନ୍ଦ୍ର ସରକାର ପଞ୍ଜାବରୁ ଧାନ ସଂଗ୍ରହ କାର୍ଯ୍ୟକ୍ରମକୁ ଅକ୍ଟୋବର ୧ରୁ ୧୧ ଯାଏ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାକୁ ଗୁରୁବାର ମୁଖ୍ୟମନ୍ତ୍ରୀ ଚନ୍ନି ପ୍ରତ୍ୟାହାର କରିବାକୁ ଦାବି କରିଥିଲେ। ଏହାର ଦିନକ ପରେ ସେ ମୋଦିଙ୍କୁ ଦିଲ୍ଲୀରେ ଭେଟିଛନ୍ତି। ଏହି ସମୟରେ ସେ ମୋଦିଙ୍କ ସହ ଧାନ ସଂଗ୍ରହ ଉପରେ ଲାଗିଥିବା ରହିତାଦେଶ ସର୍ମ୍ପକରେ ବିସ୍ତୃତ ଆଲୋଚନା କରିଛନ୍ତି।

ଅନ୍ୟପକ୍ଷରେ ଆଜି ସନ୍ଧ୍ୟା ସମୟରେ ଚନ୍ନି କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କଚ ଭେଟିବେ। ନବଜୋତ ସିଂହ ସିଦ୍ଧୁଙ୍କ ଇସ୍ତଫା ପରେ ପଞ୍ଜାବ କଂଗ୍ରେସରେ ହଟଚମଟ ଜାରି ରହିଛି। ଗୁରୁବାର ଚନ୍ନି ଓ ସିଦ୍ଧୁ ଆଲୋଚନା କରିଥିଲେ। ସିଦ୍ଧୁଙ୍କୁ ସେ ବୁଝାଇବା ସହ ତାଙ୍କର ସବୁ ଦାବି ବିଚାର କରାଯିବ ବୋଲି ଚନ୍ନି ତାଙ୍କୁ ଅବଗତ କରାଇଥିଲେ।

ଏହାପରେ ସିଦ୍ଧୁ ପୂର୍ବଭଳି ପଞ୍ଜାବ କଂଗ୍ରେସ ମୁଖିଆ ଭାବେ କାର୍ଯ୍ୟ କରିବାକୁ ରାଜି ଥିବା ଦଳୀୟ ସୂତ୍ରରୁ ଖବର ପ୍ରକାଶ ପାଇଛି। ଏପଟେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ କଂଗ୍ରେସ ସହ ୪ ଦଶନ୍ଧିର ସମ୍ପର୍କଚ୍ଛିନ୍ନ କରିବାକୁ ଘୋଷଣା କରିଛନ୍ତି। ଏସବୁ ବିଷୟରେ ରାହୁଲଙ୍କ ସହ ଚନ୍ନି ଆଲୋଚନା କରିବେ। ଏହାପରେ ଦଳ ପଞ୍ଜାବରେ ପରବର୍ତ୍ତୀ ନିଷ୍ପତ୍ତି ନେବ ବୋଲି ଚର୍ଚ୍ଚା ହେଉଛି।

Related story