‘ସୋନୁ ସୁଦଙ୍କ ଭଉଣୀ ପାଇଁ ମୁଁ ବଳି ପଡ଼ିଗଲି’

ଚଣ୍ଡିଗଡ଼: ପଞ୍ଜାବ ବିଧାନ ନିର୍ବାଚନକୁ ଆଉ କିଛି ଦିନ ବାକି ଅଛି। ତାପୂର୍ବରୁ ରଣନୀତି ଜୋରଦାର ଆରମ୍ଭ ହୋଇଛି। ଟିକେଟ ବଣ୍ଟାକୁ ନେଇ ଶାସକ କଂଗ୍ରେସ ଦଳରୁ ଆସିଛି ଅସନ୍ତୋଷ। ପଞ୍ଜାବ ନିର୍ବାଚନରେ ଅଭିନେତା ସୋନୁ ସୁଦଙ୍କ ଭଉଣୀ ମାଳବିକା ଏଣ୍ଟ୍ରି ମାରିଥିବାରୁ ରାଜନୈତିକ ପାଣିପାଗ  ସରଗରମ ହୋଇଛି। କଂଗ୍ରେସରେ ଯୋଗ ଦେଇଥିବା ମାଳବିକା ସୁଦ୍‌ଙ୍କୁ ଦଳ ଟିକେଟ ଦେଇଛି। ତେବେ ତାଙ୍କ ପାଇଁ ବଳି ପଡ଼ିଥିବା କଂଗ୍ରେସ ବିଧାୟକ ନିଜର ଅସନ୍ତୋଷ ଝାଡ଼ିଛନ୍ତି। ପଞ୍ଜାବର ମୋଗା […]

iop11

Tapas Behera
  • Published: Saturday, 15 January 2022
  • , Updated: 16 January 2022, 07:27 AM IST

ଚଣ୍ଡିଗଡ଼: ପଞ୍ଜାବ ବିଧାନ ନିର୍ବାଚନକୁ ଆଉ କିଛି ଦିନ ବାକି ଅଛି। ତାପୂର୍ବରୁ ରଣନୀତି ଜୋରଦାର ଆରମ୍ଭ ହୋଇଛି। ଟିକେଟ ବଣ୍ଟାକୁ ନେଇ ଶାସକ କଂଗ୍ରେସ ଦଳରୁ ଆସିଛି ଅସନ୍ତୋଷ। ପଞ୍ଜାବ ନିର୍ବାଚନରେ ଅଭିନେତା ସୋନୁ ସୁଦଙ୍କ ଭଉଣୀ ମାଳବିକା ଏଣ୍ଟ୍ରି ମାରିଥିବାରୁ ରାଜନୈତିକ ପାଣିପାଗ  ସରଗରମ ହୋଇଛି। କଂଗ୍ରେସରେ ଯୋଗ ଦେଇଥିବା ମାଳବିକା ସୁଦ୍‌ଙ୍କୁ ଦଳ ଟିକେଟ ଦେଇଛି। ତେବେ ତାଙ୍କ ପାଇଁ ବଳି ପଡ଼ିଥିବା କଂଗ୍ରେସ ବିଧାୟକ ନିଜର ଅସନ୍ତୋଷ ଝାଡ଼ିଛନ୍ତି। ପଞ୍ଜାବର ମୋଗା ଆସନରୁ ମାଳବିକା ସୁଦ୍‌ଙ୍କୁ ଟିକେଟ ମିଳିଛି। ଏଠିକାର କଂଗ୍ରେସ ବିଧାୟକ ଥିବା ହରଜୋତ କମଲ ଦଳର ଏହି ନିଷ୍ପତ୍ତିରେ ଅସନ୍ତୁଷ୍ଟ ଅଛନ୍ତି ।

ତେଣୁ ସେ କଂଗ୍ରେସ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ଖୁବ୍ ଶୀଘ୍ର ସେ ବିଜେପିରେ ମିଶିବେ ବୋଲି କହିଛନ୍ତି। ଏଥିପାଇଁ ସେ ଶନିବାର  ଚଣ୍ଡିଗଡ଼ର ବିଜେପି ପାର୍ଟି ଅଫିସରେ ପହଞ୍ଚି ଦଳୀୟ ନେତାଙ୍କ ସହ ଆଲୋଚନା  କରିଛନ୍ତି। ସେ କହିଛନ୍ତି ଯେ, ମତେ ନିର୍ବାଚନୀ ଟିକେଟରୁ ବାଦ ଦିଆଯାଇଛି। ଦଳ ମୋ ପ୍ରତି ଅପାମନ କରିଛି । ତେଣୁ ମୁଁ ଦଳ ଛାଡ଼ିବାକୁ ନିର୍ଣ୍ଣୟ ନେଇଛି ବୋଲି ସେ କହିଛନ୍ତି।  ଗତ ସୋମବାର ସୋନୁ ସୁଦଙ୍କ ଭଉଣୀ ମାଳବିକା କଂଗ୍ରେସରେ ମିଶିଥିଲେ। ହରଜୋତ କହିଛନ୍ତି ଯେ, ସୋନୁ ସୁଦଙ୍କ ଭଉଣୀ ମାଳବିକା ଦଳରେ ମିଶିବାକୁ ନେଇ ତାଙ୍କର କୌଣସି ଆପତ୍ତି ନାହିଁ। ସୁନୋ ସୁଦ ଚାହିଁଲେ ବି ନିର୍ବାଚନ ଲଢ଼ିପାରିବେ।

ହେଲେ ମୋଗା ଆସନରୁ ମୋ ଟିକେଟ କଟାଯାଇଥିବାରୁ ଏହା ମୋତେ ବାଧିଛି। ମାଳବିକା ମୋ ଭଉଣୀ ପରି ହେବ । ହେଲେ ତାଙ୍କର କୌଣସି ରାଜନୈତିକ ଅଭିଜ୍ଞତା ନାହିଁ ବୋଲି ସେ କହିଛନ୍ତି। କଂଗ୍ରେସ ପ୍ରତି ମୋର ଅବଦାନ ଦଳ ଭୁଲିଗଲା ବୋଲି ସେ କହିଛନ୍ତି।  ସେ କହିଛନ୍ତି ଯେ, ମୁଁ ଦଳ ପାଇଁ ୨୧ ବର୍ଷ କାମ କରିଛି। ଜଣେ ଯୁବକଂଗ୍ରେସ କର୍ମୀ ଭାବରେ ମୁଁ କାମ ଆରମ୍ଭ କରିଥିଲି। ଶେରେ ଦଳ ମୋ ପାଇଁ ଅନ୍ୟାୟ କଲା ବୋଲି ସେ କହିଛନ୍ତି।

Related story